ଧାରଣାରୁ ଉଠିଲେ ଭାଜପା ବିଧାୟକ, କହିଲେ ରାଜ୍ୟପାଳଙ୍କୁ ଭେଟିବୁ

ଭୁବନେଶ୍ୱର,୪।୪(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଶନିବାରଠାରୁ ଧାରଣାରେ ବସିଥିବା ଭାଜପା ବିଧାୟକମାନେ ରବିବାର ଉଠିଛନ୍ତି। ଆଜି ସକାଳେ ଭାଜପା ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ସେମାନେ ଧାରଣାରୁ ଉଠିଥିଲେ। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କରିଛନ୍ତି ପ୍ରଦୀପ୍ତ ନାୟକ। ଏହାସହ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବା ସହ ବିନା ଆଲୋଚନାରେ ପାରିତ ହୋଇଥିବା ବିଲକୁ ମଞ୍ଜୁର ନ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଭାଜପା ବିଧାୟକମାନେ ଅଭିଯୋଗ କରିଥିଲେ ଯେ, ବିରୋଧୀ ଦଳର ନେତାଙ୍କୁ ବିଧାନସଭାରେ କହିବାକୁ ସୁଯୋଗ ନ ଦେଇ ବାଚସ୍ପତି ଅଗଣତାନ୍ତ୍ରିକ କାର୍ଯ୍ୟ ସହ ପକ୍ଷପାତିତା କରୁଛନ୍ତି। ଏହାକୁ ବିରୋଧ କରି ସେମାନେ ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ।