ବିଡିଓଙ୍କୁ ନାଲିଆଖି ଦେଖାଇଲେ ଭାଜପା ନେତା, କହିଲେ ଏକାବେଳେ କରିଦେବେ…

ଜୟପୁର,୧୮ା୯(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବିଡିଓଙ୍କୁ ଧମକଚମକ ଦିଆଯିବା ନେଇ ଥାନାରେ ଏତଲା ଦିଆଯାଇଛି। ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟପୁର ବିଡିଓ ଶକ୍ତିପ୍ରସାଦ ମହାପାତ୍ର। ଭାଜପା ନେତା ଗୌତମ ସାମନ୍ତରାୟଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି।

ବିଡିଓ କହିଛନ୍ତି, ଆମକୁ ଭାଜପା କର୍ମୀମାନେ ଦେଇଥିବା ଧମକ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଛୁ ସେ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିନେବୁ ବୋଲି କହିଛନ୍ତି। ସେହିପରି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ମଧ୍ୟ ସମାନ କଥା କହିଛନ୍ତି ।
ତେବେ ଏ ନେଇ ବିଡିଓ ଜୟପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ଭାଜପା ନେତା ଗୌତମ ସାମନ୍ତରାୟଙ୍କ ବିରୋଧରେ ୨୮୪/୨୪ରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ,
ସୁଭଦ୍ରା ଯୋଜନାର ମଙ୍ଗଳବାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ଜୟପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭାଷଣକୁ ନେଇ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ଓ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ବାହିନୀପତି ତାଙ୍କ ଭାଷଣରେ କହିଥିଲେ, ନିର୍ବାଚନ ପୂର୍ବରୁ ଓଡ଼ିଶାର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ଭାଜପା ଇସ୍ତାହାରରେ କହିଥିଲା। କିନ୍ତୁ ନିର୍ବାଚନ ସରିଗଲା ପରେ ସରକାର ଯେଉଁ ଇସ୍ତାହାର ଦେଇଥିଲେ ସେହି ଆଧାରରେ ତାହା ପୂରଣ କରିପାରିଲେ ନାହଁ। ଯେଉଁ ବିଧବା ମା’ ଓ ଭଉଣୀମାନେ ରହିଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ। ଏହା ଦୁର୍ଭାଗ୍ୟର କଥା, କାରଣ କମ୍‌ ବୟସର ମା’ ଓ ଭଉଣୀମାନେ ବିଧବା ହୋଇ ରହିଛନ୍ତି। ସେମାନେ ହାତରେ ଗୋଟିଏ ଆଉ କାଖରେ ଗୋଟିଏ ପିଲା ଧରି ଖଟି ଖାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଗୋଟିଏ କଥା କହିଥିଲେ କିନ୍ତୁ ଆଜି ତାହା ପୂରଣ କରିବାରେ ଅସଫଳ ହୋଇଛନ୍ତି। ତେଣୁ ଯେଉଁ ବିଧବା ମା’ ଓ ଭଉଣୀମାନେ ଏଥିରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାରା ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ଏକଥା ଉଠାଇବେ ବୋଲି ସେ କହିଥିଲେ।
ତାରା ପୁଣି କହିଛନ୍ତି, ୨ କିସ୍ତିରେ ସରକାର ଯଦି ମା’, ଭଉଣୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦେଇଥାନ୍ତେ ତେବେ ସେମାନେ ସ୍ବାବଲମ୍ବୀ ହୋଇପାରିଥାନ୍ତେ। ୫ ବର୍ଷ ଭିତରେ ୫୦ ହଜାର ଟଙ୍କା ସରକାର ଦେବେ, ଏ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ ା କିନ୍ତୁ ୨ କିସ୍ତିରେ ଟଙ୍କା ପ୍ରଦାନ କରାଯାଇଥିଲେ ସେମାନେ ସ୍ବାବଲମ୍ବୀ ହେବା ସହଜ ହୋଇପାରିଥାନ୍ତା ବୋଲି ସେ କହିଥିଲେ। ଏହାକୁ ମଞ୍ଚ ତଳେ ବସିଥିବା ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ବିରୋଧ କରିବା ସହ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସହ ଯୁକ୍ତି କରିଥିଲେ।

ଆଗାମୀ କୌଣସି କାର୍ଯ୍ୟକ୍ରମରେ ଆମେ ଯାହା ପଢ଼ିବାକୁ ଦେବୁ ତାହା ବିଧାୟକ ପଢ଼ିବେ, ନ ହେଲେ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ ବୋଲି ଗୌତମ କହିଥିଲେ। ତାଙ୍କ ସମର୍ଥକମାନେ ମଧ୍ୟ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜୟପୁରରୁ ବଦଳିକରିବା ପାଇଁ ଚେତାବନୀ ଦେଇଥିଲେ। ଏହି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେତେକ ମହିଳା ବିଧାୟକ ବାହିନୀପତି ଯାହା କହିଲେ ତାହା ସତ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri