ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସର ଫାଇଦା ନେଲା ଭାଜପା

ଫୁଲବାଣୀ ଅଫିସ,୨୮।୩: ଫୁଲବାଣୀ ପୌର ପରିଷଦ ଗଠନ ହେବା ପରଠାରୁ ଏହା ବିଜେଡି ହାତରେ ଥିଲାା ଚଳିତଥର ମଧ୍ୟ ବିଜେଡି ଏହାକୁ ଜିତି ହାଟ୍ରିକ କରିବ ବୋଲି ଆଶା କରିଥିଲା ା ହେଲେ ସେପରି ହେଲାନାହିଁ ା ବିଜେଡି ହାତରୁ ଭାଜପା ଏହାକୁ ଛଡ଼ାଇ ନେଲାା ଏହାକୁ ଏପର୍ଯ୍ୟନ୍ତ ବିଜେଡିର ଉଚ୍ଚ ନେତୃବର୍ଗ ଗ୍ରହଣ କରି ପାରୁନାହାନ୍ତି ା ମୁଁ ଦଳର ୭ କାଉନ୍‌ସିଲର ସିଟ ଜିତିବାରେ ସକ୍ଷମ ହୋଇଛି ା ଭାଜପା ମାତ୍ର ୪ଟି କାଉନ୍‌ସିଲର ସିଟ ଜିତିଥିଲେ ହେଁ ସମସ୍ତଙ୍କ ନଜରରେ ଥିବା ପୌରାଧ୍ୟକ୍ଷ ପଦବୀକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହୋଇଛି। ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସ ଦଳ ପାଇଁ ବୁମେରାଂ ସାଜିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ା ଯେଉଁଥିରୁ ଭାଜପା ଫାଇଦା ଉଠାଇବାରେ ସକ୍ଷମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଫୁଲବାଣୀ ସହରରେ ଭାଜପା ବିଜେଡିଠାରୁ ୨୦୦୦ରୁ ଊର୍ଦ୍ଧ୍ୱ ଭୋଟ ଅଧିକ ପାଇଥିଲା ା ଏହାକୁ ପାଥେୟ କରି ଭାଜପା ତା’ର ଷ୍ଟ୍ରାଟେଜି କରିଥିଲା। ହେଲେ ବିଜେଡି ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇ ବାଜି ହାରିଲା। ଏପରିକି ଭୋଟ ହାର କମିଗଲା ା କଂଗ୍ରେସର ଭୋଟ ହାର ବଢ଼ିଲା ବୋଲି ଭାଜପା ଏମ୍‌ପି ପ୍ରାର୍ଥୀ ଖାରବେଳ ସ୍ବାଇଁ କହିଛନ୍ତି।
ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନରେ ଆମେ ବିଜେଡିଠାରୁ ୨୦୦୦ରୁ ଊର୍ଦ୍ଧ୍ୱ ଭୋଟ ଫୁଲବାଣୀ ସହରରେ ପାଇଥିଲୁ, ଲୋକଙ୍କର ଭାଜପା ପ୍ରତି ଶ୍ରଦ୍ଧା ରହିଛି। ବିଜୟୀ ପୌରାଧ୍ୟକ୍ଷା ପ୍ରାର୍ଥିନୀ ସ୍ମିତାରାଣୀ ମହାନ୍ତି ଦଳ ପକ୍ଷରୁ ବହୁତ କାମ କରିଛନ୍ତି। ଫୁଲବାଣୀ ସହରର ଲୋକେ ତାଙ୍କୁ ବାଛିଛନ୍ତି ା ବିଜେଡିରେ କିଛି ଗୋଷ୍ଠୀ କନ୍ଦଳ ଥିଲା ା ସଂଗଠନ ଉପରେ ଜଣେ ନେତାଙ୍କ ନିୟନ୍ତ୍ରଣ ରହିଛି ା ସେ ଏଠାରେ ଏମ୍‌ପି, ବିଧାୟକ ଥିଲେ। ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଦୁଇ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିଲା ା ହେଲେ ନିୟନ୍ତ୍ରଣ ଥିବା ନେତାଙ୍କ ପ୍ରାର୍ଥୀ ଟିକେଟ ପାଇଲେ ନାହିଁ। ତେଣୁ ଏପରି ହୋଇଥାଏପାରେ ବୋଲି ଖାରବେଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା
ଲୋକଙ୍କ ମତକୁ ଆମେ ସ୍ବାଗତ କରୁଛୁ ା ଆମେ ସମସ୍ତେ ମିଳିମିଶି ଦଳ ପାଇଁ ବହୁତ କାମ କରିଛୁ ା ଲୋକେ ସେମାନଙ୍କୁ ମତ ଦେଲେ, ଆମର ଏଥିରେ କିଛି କହିବାର ନାହିଁ ା ବିଜେଡିରେ ସମସ୍ତେ କର୍ମୀ ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ନେତା ା ଦଳ ଭିତରେ ଗୋଷ୍ଠୀ କନ୍ଦଳ ନାହିଁ ବୋଲି ବିଜେଡି ଜିଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି ା
ଅପରପକ୍ଷେ କଂଗ୍ରେସର ଜଣେ ଆଗ ଧାଡିର ନେତାଙ୍କ କହିବା ଅନୁସାରେ, ଆମ ସଂଗଠନ ଦୁର୍ବଳ ା ନିର୍ବାଚନ ଲଢ଼ିବା ପାଇଁ ଅର୍ଥାଭାବ ା ବିନା ଟଙ୍କାରେ ଆମେ ଲଢ଼ିଛୁ। ଦଳ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ନ ଥିଲା ା ପଞ୍ଚାୟତ ନିର୍ବାଚନ ପରେ ପୌର ପରିଷଦ ନିର୍ବାଚନ କରାଗଲା ା ଅଳ୍ପ ସମୟ ମଧ୍ୟରେ ଆମେ ପ୍ରସ୍ତୁତ ହୋଇ ପାରି ନ ଥିଲୁ ା ଆମେ ୨୦୧୯ ସାଧାରଣ ନିର୍ବାଚନରେ ୨୪୦୦ରୁ ଊର୍ଦ୍ଧ୍ୱ ଭୋଟ ଫୁଲବାଣୀରୁ ପାଇଥିଲୁ ା ଏଥର ବଢ଼ି ୪୦୦୦ରେ ପହଞ୍ଚିଛି ା ଭାଜପା ମଧ୍ୟରେ ଟଣାଓଟରା ଥିଲେ ହେଁ ଶେଷରେ ସେମାନେ ମିଶି ଜିତିବାରେ ସକ୍ଷମ ହେଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri