ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସର ଫାଇଦା ନେଲା ଭାଜପା

ଫୁଲବାଣୀ ଅଫିସ,୨୮।୩: ଫୁଲବାଣୀ ପୌର ପରିଷଦ ଗଠନ ହେବା ପରଠାରୁ ଏହା ବିଜେଡି ହାତରେ ଥିଲାା ଚଳିତଥର ମଧ୍ୟ ବିଜେଡି ଏହାକୁ ଜିତି ହାଟ୍ରିକ କରିବ ବୋଲି ଆଶା କରିଥିଲା ା ହେଲେ ସେପରି ହେଲାନାହିଁ ା ବିଜେଡି ହାତରୁ ଭାଜପା ଏହାକୁ ଛଡ଼ାଇ ନେଲାା ଏହାକୁ ଏପର୍ଯ୍ୟନ୍ତ ବିଜେଡିର ଉଚ୍ଚ ନେତୃବର୍ଗ ଗ୍ରହଣ କରି ପାରୁନାହାନ୍ତି ା ମୁଁ ଦଳର ୭ କାଉନ୍‌ସିଲର ସିଟ ଜିତିବାରେ ସକ୍ଷମ ହୋଇଛି ା ଭାଜପା ମାତ୍ର ୪ଟି କାଉନ୍‌ସିଲର ସିଟ ଜିତିଥିଲେ ହେଁ ସମସ୍ତଙ୍କ ନଜରରେ ଥିବା ପୌରାଧ୍ୟକ୍ଷ ପଦବୀକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହୋଇଛି। ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସ ଦଳ ପାଇଁ ବୁମେରାଂ ସାଜିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ା ଯେଉଁଥିରୁ ଭାଜପା ଫାଇଦା ଉଠାଇବାରେ ସକ୍ଷମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଫୁଲବାଣୀ ସହରରେ ଭାଜପା ବିଜେଡିଠାରୁ ୨୦୦୦ରୁ ଊର୍ଦ୍ଧ୍ୱ ଭୋଟ ଅଧିକ ପାଇଥିଲା ା ଏହାକୁ ପାଥେୟ କରି ଭାଜପା ତା’ର ଷ୍ଟ୍ରାଟେଜି କରିଥିଲା। ହେଲେ ବିଜେଡି ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇ ବାଜି ହାରିଲା। ଏପରିକି ଭୋଟ ହାର କମିଗଲା ା କଂଗ୍ରେସର ଭୋଟ ହାର ବଢ଼ିଲା ବୋଲି ଭାଜପା ଏମ୍‌ପି ପ୍ରାର୍ଥୀ ଖାରବେଳ ସ୍ବାଇଁ କହିଛନ୍ତି।
ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନରେ ଆମେ ବିଜେଡିଠାରୁ ୨୦୦୦ରୁ ଊର୍ଦ୍ଧ୍ୱ ଭୋଟ ଫୁଲବାଣୀ ସହରରେ ପାଇଥିଲୁ, ଲୋକଙ୍କର ଭାଜପା ପ୍ରତି ଶ୍ରଦ୍ଧା ରହିଛି। ବିଜୟୀ ପୌରାଧ୍ୟକ୍ଷା ପ୍ରାର୍ଥିନୀ ସ୍ମିତାରାଣୀ ମହାନ୍ତି ଦଳ ପକ୍ଷରୁ ବହୁତ କାମ କରିଛନ୍ତି। ଫୁଲବାଣୀ ସହରର ଲୋକେ ତାଙ୍କୁ ବାଛିଛନ୍ତି ା ବିଜେଡିରେ କିଛି ଗୋଷ୍ଠୀ କନ୍ଦଳ ଥିଲା ା ସଂଗଠନ ଉପରେ ଜଣେ ନେତାଙ୍କ ନିୟନ୍ତ୍ରଣ ରହିଛି ା ସେ ଏଠାରେ ଏମ୍‌ପି, ବିଧାୟକ ଥିଲେ। ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଦୁଇ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିଲା ା ହେଲେ ନିୟନ୍ତ୍ରଣ ଥିବା ନେତାଙ୍କ ପ୍ରାର୍ଥୀ ଟିକେଟ ପାଇଲେ ନାହିଁ। ତେଣୁ ଏପରି ହୋଇଥାଏପାରେ ବୋଲି ଖାରବେଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା
ଲୋକଙ୍କ ମତକୁ ଆମେ ସ୍ବାଗତ କରୁଛୁ ା ଆମେ ସମସ୍ତେ ମିଳିମିଶି ଦଳ ପାଇଁ ବହୁତ କାମ କରିଛୁ ା ଲୋକେ ସେମାନଙ୍କୁ ମତ ଦେଲେ, ଆମର ଏଥିରେ କିଛି କହିବାର ନାହିଁ ା ବିଜେଡିରେ ସମସ୍ତେ କର୍ମୀ ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ନେତା ା ଦଳ ଭିତରେ ଗୋଷ୍ଠୀ କନ୍ଦଳ ନାହିଁ ବୋଲି ବିଜେଡି ଜିଲା ସଭାପତି ସରୋଜ କର୍ଣ୍ଣ କହିଛନ୍ତି ା
ଅପରପକ୍ଷେ କଂଗ୍ରେସର ଜଣେ ଆଗ ଧାଡିର ନେତାଙ୍କ କହିବା ଅନୁସାରେ, ଆମ ସଂଗଠନ ଦୁର୍ବଳ ା ନିର୍ବାଚନ ଲଢ଼ିବା ପାଇଁ ଅର୍ଥାଭାବ ା ବିନା ଟଙ୍କାରେ ଆମେ ଲଢ଼ିଛୁ। ଦଳ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ନ ଥିଲା ା ପଞ୍ଚାୟତ ନିର୍ବାଚନ ପରେ ପୌର ପରିଷଦ ନିର୍ବାଚନ କରାଗଲା ା ଅଳ୍ପ ସମୟ ମଧ୍ୟରେ ଆମେ ପ୍ରସ୍ତୁତ ହୋଇ ପାରି ନ ଥିଲୁ ା ଆମେ ୨୦୧୯ ସାଧାରଣ ନିର୍ବାଚନରେ ୨୪୦୦ରୁ ଊର୍ଦ୍ଧ୍ୱ ଭୋଟ ଫୁଲବାଣୀରୁ ପାଇଥିଲୁ ା ଏଥର ବଢ଼ି ୪୦୦୦ରେ ପହଞ୍ଚିଛି ା ଭାଜପା ମଧ୍ୟରେ ଟଣାଓଟରା ଥିଲେ ହେଁ ଶେଷରେ ସେମାନେ ମିଶି ଜିତିବାରେ ସକ୍ଷମ ହେଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri