ନିର୍ବାଚନ କମିଶନଙ୍କୁ ଭେଟିଲେ ଭାଜପା, ବିଜେଡି

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି ା ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି। ଜୋରଜବରଦସ୍ତ ସେମାନଙ୍କ ପାଇଁ ଭୋଟ ମଧ୍ୟ କରାଉଛନ୍ତି ା
ବଲାଙ୍ଗୀର ଜିଲା ପାଟଣାଗଡ଼ ଅନ୍ତର୍ଗତ ବେଲପଡ଼ା ଜୋନ୍‌-୧୪ର ବାଗଡୋର ପଞ୍ଚାୟତର ଏକ ବୁଥ୍‌ର ପ୍ରିଜାଇଡିଂ ଅଫିସର ଏସ୍‌.ମହାଲିଙ୍ଗ ଖୋଲାଖୋଲି ବିଜେଡି ସପକ୍ଷରେ ଭୋଟ ଦେବା ଲାଗି ଭୋଟରଙ୍କୁ ପ୍ରବର୍ତ୍ତାଉଛନ୍ତି ା ଏହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଦଣ୍ଡନୀୟ ା ତେଣୁ ସେହି ପ୍ରିଜାଇଡିଂ ଅଫିସରଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇ ଅନ୍ୟ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରିିବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି। ସେହିପରି ଶାସନ କ୍ଷମତାର ଅପବ୍ୟବହାର ପରେ ଧମକଚମକ, ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ବିଜେଡି ଜାରି ରଖିଛି। ଏଭଳି ଘଟଣା ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଏବଂ କେନ୍ଦୁଝର ଜିଲା ଘଟଗାଁରେ ଦେଖିବାକୁ ମିଳିଛି ା ଏ ସମସ୍ତ ଅଭିଯୋଗ ନେଇ ଭାଜପା ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛି ା
ପକ୍ଷରୁ ମଧ୍ୟ ଅନୁରୂପ ଭାବେ ନିର୍ବାଚନ କମିଶନଙ୍କ ନିକଟରେ ସମାନ ଅଭିଯୋଗ କରାଯାଇଛି। ବିଜେଡିର ଏକ ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି, ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପାର ହିଂସ୍ର ଆଚରଣ ଓ ଉଚ୍ଚାରଣ ଦେଖିବାକୁ ମିଳିଛି। ଅବିଭକ୍ତ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ଆକ୍ରମକ ଆଚରଣ ପାଇଁ ତାଙ୍କୁ ପ୍ରଚାରରୁ ବାଦ୍‌ ଦେବାକୁ ଦାବି କରିଛି। ସେହିପରି ଗଜପତି, ପିପିଲିରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଛି। ପୁରୀ, ଢେଙ୍କାନାଳ, ଅନୁଗୋଳ, ଡେଲାଙ୍ଗ, କଣାସରେ ମଧ୍ୟ ନିର୍ବାଚନ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଭାଜପା ହାରିବା ଭୟରେ ହିଂସାକାଣ୍ଡ ଘଟାଉଥିବା ବିଜେଡି ଅଭିଯୋଗ କରିଛି।