ଭୁବନେଶ୍ୱର,୫। ୧୦(ବ୍ୟୁରୋ):ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ ବୃଦ୍ଧି ପାଇଥିବାବେଳେ କଂଗ୍ରେସ ଅମାନତ ହରାଇଛି। ବିଜେଡି ଉପଯୁକ୍ତ ରଣନୀତି ଏବଂ ଦଳୀୟ ନେତାଙ୍କୁ ପଞ୍ଚାୟତଓ୍ବାରୀ ଦାୟିତ୍ୱ ବାଣ୍ଟିବା ସହ ତାହାର ହିସାବ ଠିକ୍ରେ ନେବା ଦ୍ୱାରା ସରକାରୀ ବିରୋଧୀ ପ୍ରଚାରକୁ ପ୍ରତିହତ କରିବାରେ ସଫଳ ହୋଇଛି। ଗତ ନିର୍ବାଚନ ତୁଳନାରେ ବିଜେଡି ନିଜର ୩ ପ୍ରତିଶତ ଭୋଟ ବଢାଇବାରେ ସକ୍ଷମ ହୋଇଛି। ସେହିପରି ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ନିଜ ପୂର୍ବ ଭୋଟ ସୁରକ୍ଷିତ ରଖିବା ସହ କିଛି ମାତ୍ରାରେ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ଭୋଟ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ବିଜେଡିକୁ ୫୦.୬୬ ପ୍ରତିଶତ ଭୋଟ ମିଳିଥିଲା। ୨୦୨୧ ଉପନିର୍ବାଚନରେ ବିଜେଡି ଅଧିକ ୨.୯୪ ପ୍ରତିଶତ ଅର୍ଥାତ୍ ୫୩.୬ ପ୍ରତିଶତ ଭୋଟ ପାଇଛି। ସେହିପରି ଭାଜପା ୨୦୧୯ରେ ୪୧.୬୭ ପ୍ରତିଶତ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ୪୨.୦୪ ପ୍ରତିଶତ (୦.୪୨% ଅଧିକ) ଭୋଟ ପାଇଛି। ୨୦୧୯ରେ ୫.୬୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ଏଥର ୨.୩୬ ପ୍ରତିଶତ ଭୋଟ ପାଇଛି। କଂଗ୍ରେସକୁ ଗତଥର ଅପେକ୍ଷା ୩.୨୭ ପ୍ରତିଶତ କମ୍ ଭୋଟ ମିଳିଛି। ୨୦୧୯ ତୁଳନାରେ ବିଜେଡିକୁ ୮,୪୫୪ ଏବଂ ଭାଜପାକୁ ୩,୩୨୫ ଖଣ୍ଡ ଅଧିକ ଭୋଟ ମିଳିଛି। କଂଗ୍ରେସ କିନ୍ତୁ ଗତଥର ଅପେକ୍ଷା ୫,୫୬୯ ଖଣ୍ଡ କମ୍ ଭୋଟ ପାଇଛି। କଂଗ୍ରେସ ଭୋଟ ସ୍ଥାନାନ୍ତର ହେବା ଯୋଗୁ ଉଭୟ ବିଜେଡି ଓ ଭାଜପା ଭୋଟ ବଢୁଥିବା ଆଲୋଚନା ହେଉଛି।
ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଭାଜପା ଭୋଟ ହାର ବଢିବା ସହିତ ଏଥର ୭୬ ହଜାର ଭୋଟ୍ରେ ପହଞ୍ଚିଛୁ। ଯେହେତୁ ସେମାନେ ସରକାରୀ ଦଳରେ ଅଛନ୍ତି, ତେଣୁ କଂଗ୍ରେସ ଭୋଟ ନେବା ପାଇଁ ସେମାନେ ବିଭିନ୍ନ କଳବଳ ବ୍ୟବହାର କରିଦେଲେ। ସେଥିଲାଗି ସେମାନେ ବିଜୟୀ ହେଲେ ବୋଲି ଆଶ୍ରିତ କହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, କଂଗ୍ରେସ ଭୋଟ ବିଜେଡିକୁ ଆସିବା କଥା ଜାଣିନି। ବିଜେଡି ଭୋଟ ଆଗ ଅପେକ୍ଷା ବଢିଛି, ଦଳ ଏଠାରେ ମଜଭୁତ ରହିଥିବା ଜଣାପଡିଛି। ବହୁତ କାମ କରିବାର ଅଛି। ଆଗକୁ ପିପିଲି ଭୋଟ ଏବଂ ଉନ୍ନତୀକରଣ ନେଇ ସମୀକ୍ଷା କରିବେ ବୋଲି ରୁଦ୍ର କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ଯେଉଁ ଭୋଟ ପାଇଛି ତାହା ସ୍ବାଭିମାନୀ ଲୋକ ଦେଇଛନ୍ତି। ଆମେ ବିଜେଡି, ଭାଜପା ଭଳି ପଇସା ବାଣ୍ଟି ଭୋଟ ନେଇନୁ। ଦଳର ଯେଉଁ ସ୍ଥିତି ଅଛି ସେନେଇ ଆମେ ଚିନ୍ତା କରିବୁ ବୋଲି ରାଉତରାୟ କହିଛନ୍ତି।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
Archives

