ବିଟ୍‌କଏନ ଭାଲ୍ୟୁ ୫୦ଲକ୍ଷ ଟପିବ

ମୁମ୍ବାଇ,୨୦।୧୨: କମ୍‌ ସମୟରେ ଧନୀ ହେବା ଏବଂ ଆବଶ୍ୟକଠାରୁ ଅଧିକ ଧନ କମାଇବାର ନିଶା ସାରା ବିଶ୍ୱବାସୀଙ୍କୁ ଏକ ପ୍ରକାର ମାୟାରେ ଛନ୍ଦିଦେଇଛି। ବର୍ତ୍ତମାନ ଏହି ଧନ ଅର୍ଜନ ଲୋଭରେ ସାରା ବିଶ୍ୱର ସବୁବର୍ଗର ଲୋକ ବିଟ୍‌ କଏନ ନିବେଶରେ ଲାଗିପଡିଛନ୍ତି। ବର୍ତ୍ତମାନ ସମୟରେ ବିଟ୍‌ କଏନର ଭାଲ୍ୟୁ ମଧ୍ୟ ପ୍ରଥମ ଥର ପାଇଁ ୨୦ ହଜାର ଟପି ୨୩ ହଜାର ଡଲାର ଉପରେ ରହିଛି। ଏହି ମୁଦ୍ରାର ଚାହିଦା ବୃଦ୍ଧିକୁ ଲକ୍ଷ୍ୟକରି କୋ ଫାଉଣ୍ଡର ଅଫ୍‌ କଏନ ଡିସିଏକ୍ସର ସିଇଓ ସୁମିତ ଗୁପ୍ତା କହିଛନ୍ତି, ୨୦୨୧ ବେଳକୁ ଏହାର ଚାହିଦା ଆକାଶଛୁଆଁ ହୋଇଯିବ। ଫଳରେ ଏହାର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଥିବା ରଏଟର ତା’ର ଏକ ରିର୍ପୋଟରେ ପ୍ରକାଶ କରିଛି। କ୍ରିଫ୍ଟୋ କରେନ୍ସି ବା ବିଟ୍‌ କଏନକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଉତ୍ସାହ ବୃଦ୍ଧି ପାଇଛି। ଫଳରେ ବିଟ୍‌ କଏନ୍‌ ଏବେ ନିବେଶର ନୂଆ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଭାରତରେ ବିଟ୍‌ କଏନ କାରବାରରେ ଅଭିବୃଦ୍ଧି ଦେଖାଦେଇଛି। ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ବିଟ୍‌ କଏନ କାରବାରରେ ପ୍ରାୟ ୮୦୦% ରୁ ଊର୍ଦ୍ଧ୍ୱ କାରବାର ଅଭିବୃଦ୍ଧି ହୋଇଥିବା ଜଣାପଡିଛି। ଏଥିରୁ କ୍ରିପ୍ଟୋ କରେନ୍ସି ନିବେଶର ମାଧ୍ୟମ ହେବ ନା ନିବେଶକଙ୍କୁ ନିବେଶ ଲାଗି ନୂଆ ବିକଳ୍ପ ସନ୍ଧାନ କରିବାକୁ ପଡିବ। ଗତ ଗୁରୁବାର ବିଟ୍‌ କଏନ୍‌ ୯% ଅଭିବୃଦ୍ଧି ହାସଲ କରିଥିଲା। ଫଳରେ ବିଟ୍‌ କଏନ ମୂଲ୍ୟ ୨୩ ହଜାର ୨୫୬.୯୨ ଡଲାରରେ ପହଞ୍ଚିଥିଲା। ଗତ ନଭେମ୍ବରରେ ବିଟ୍‌ କଏନ ୧୮ହଜାର ଡଲାର ସ୍ତର ପାରକରିଥିଲା। ସାଧାରଣରେ ଏହାକୁ ଡିଜିଟାଲ କରେନ୍ସି ମଧ୍ୟ କୁହାଯାଏ। ଏହା ସମ୍ପୂର୍ଣ୍ଣ ବୈଦ୍ୟୁତିକ ବ୍ୟବସ୍ଥା। ଏହାଦ୍ୱାରା ସରକାର ଅଥବା ବ୍ୟାଙ୍କ ବିନାନୁମତିରେ ମଧ୍ୟ ନେଣଦେଣ ହୋଇପାରେ। କୋଡିଂ ମାଧ୍ୟମରେ ଏପରି ମୁଦ୍ରାର କାରବାର ହୋଇଥାଏ। ତେବେ ଏହାକୁ ହ୍ୟାକ୍‌ କରିବା ଏତେ ସହଜ ନୁହେଁ। ଏହି କାରବାରରେ ଠକେଇର ସମ୍ଭାବନା କମ୍‌ ରହିଥିବାରୁ ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଉଛି। ଏହା ଉପରେ ସରକାରଙ୍କ ନଜର ରହିଛି। ଫଳରେ ଭାରତରେ ଏପରି ମୁଦ୍ରାର କାରବାର ପ୍ରତି ମଧ୍ୟ ପ୍ରତିବନ୍ଧକ ରହିଛି। ଗତ ୪ ମାର୍ଚ୍ଚ ୨୦୨୦ରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ୨୦୧୮ ମସିହାର ଏକ ସର୍କୁଲାରକୁ ଚାଲେଞ୍ଜକରି ରୁଜୁ ହୋଇଥିବା ମକଦ୍ଦମାକୁ ଶୁଣାଣି ଲାଗି ଗ୍ରହଣ କରିଥିଲେ, ଯେଉଁଥିରେ ବ୍ୟାଙ୍କଗୁଡ଼ିକର କ୍ରିଫ୍ଟୋ କରେନ୍ସି ସମ୍ପର୍କିତ ସେବାକୁ ମଧ୍ୟ ପ୍ରତିବନ୍ଧିତ କରାଯାଇଥିଲା। ୬ ଏପ୍ରିଲ ୨୦୧୮ରେ ଆର୍‌ବିଆଇଙ୍କ ସର୍କୁଲାର ଅନୁସାରେ ଆଭାସୀ ମୁଦ୍ରାର କୌଣସି ପ୍ରକାର ସେବା ଦେଶରେ ପ୍ରଚଳନ କରା ନ ଯିବା ଉପରେ ରୋକ୍‌ ଲାଗିଛି। ଯେହେତୁ ଏହି କ୍ରିପ୍ଟୋ କରେନ୍ସି ଡିଜିଟାଲ ମୁଦ୍ରା ଓ ଫଣ୍ଡ ନେଣଦେଣ ଲାଗି ଏକ୍ରିପସନ ଟେକ୍ନୋଲୋଜିର ଉପଯୋଗ ହୁଏ ସେଥିପାଇଁ ଏଭଳି ବ୍ୟବସ୍ଥାରୁ କେନ୍ଦ୍ରୀୟ ବ୍ୟାଙ୍କ ପୃଥକ ରହି କାରବାର କରୁଛନ୍ତିି। ବିଭିନ୍ନ ସମୟରେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଆସୁଥିବା ନାନା ରିପୋର୍ଟକୁ ଅନୁଧ୍ୟାନକରି କେନ୍ଦ୍ର ସରକାର ଦେଶରେ ଏପରି କରେନ୍ସି କାରବାର ଉପରେ ରୋକ ଲଗାଇବା ପାଇଁ ଖୁବ୍‌ଶୀଘ୍ର ଆଇନ ଆଣିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ପ୍ରଭାବିତ ହୋଇପାରେ ସେବା, ସତର୍କ କଲା SBI

ମୁମ୍ବାଇ,୧୧।୨: ଗୁରୁବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଇଁ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଙ୍ଘ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri