ବିଟ୍‌କଏନ ଭାଲ୍ୟୁ ୫୦ଲକ୍ଷ ଟପିବ

ମୁମ୍ବାଇ,୨୦।୧୨: କମ୍‌ ସମୟରେ ଧନୀ ହେବା ଏବଂ ଆବଶ୍ୟକଠାରୁ ଅଧିକ ଧନ କମାଇବାର ନିଶା ସାରା ବିଶ୍ୱବାସୀଙ୍କୁ ଏକ ପ୍ରକାର ମାୟାରେ ଛନ୍ଦିଦେଇଛି। ବର୍ତ୍ତମାନ ଏହି ଧନ ଅର୍ଜନ ଲୋଭରେ ସାରା ବିଶ୍ୱର ସବୁବର୍ଗର ଲୋକ ବିଟ୍‌ କଏନ ନିବେଶରେ ଲାଗିପଡିଛନ୍ତି। ବର୍ତ୍ତମାନ ସମୟରେ ବିଟ୍‌ କଏନର ଭାଲ୍ୟୁ ମଧ୍ୟ ପ୍ରଥମ ଥର ପାଇଁ ୨୦ ହଜାର ଟପି ୨୩ ହଜାର ଡଲାର ଉପରେ ରହିଛି। ଏହି ମୁଦ୍ରାର ଚାହିଦା ବୃଦ୍ଧିକୁ ଲକ୍ଷ୍ୟକରି କୋ ଫାଉଣ୍ଡର ଅଫ୍‌ କଏନ ଡିସିଏକ୍ସର ସିଇଓ ସୁମିତ ଗୁପ୍ତା କହିଛନ୍ତି, ୨୦୨୧ ବେଳକୁ ଏହାର ଚାହିଦା ଆକାଶଛୁଆଁ ହୋଇଯିବ। ଫଳରେ ଏହାର ମୂଲ୍ୟ ୫୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଇଥିବା ରଏଟର ତା’ର ଏକ ରିର୍ପୋଟରେ ପ୍ରକାଶ କରିଛି। କ୍ରିଫ୍ଟୋ କରେନ୍ସି ବା ବିଟ୍‌ କଏନକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଉତ୍ସାହ ବୃଦ୍ଧି ପାଇଛି। ଫଳରେ ବିଟ୍‌ କଏନ୍‌ ଏବେ ନିବେଶର ନୂଆ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଭାରତରେ ବିଟ୍‌ କଏନ କାରବାରରେ ଅଭିବୃଦ୍ଧି ଦେଖାଦେଇଛି। ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ବିଟ୍‌ କଏନ କାରବାରରେ ପ୍ରାୟ ୮୦୦% ରୁ ଊର୍ଦ୍ଧ୍ୱ କାରବାର ଅଭିବୃଦ୍ଧି ହୋଇଥିବା ଜଣାପଡିଛି। ଏଥିରୁ କ୍ରିପ୍ଟୋ କରେନ୍ସି ନିବେଶର ମାଧ୍ୟମ ହେବ ନା ନିବେଶକଙ୍କୁ ନିବେଶ ଲାଗି ନୂଆ ବିକଳ୍ପ ସନ୍ଧାନ କରିବାକୁ ପଡିବ। ଗତ ଗୁରୁବାର ବିଟ୍‌ କଏନ୍‌ ୯% ଅଭିବୃଦ୍ଧି ହାସଲ କରିଥିଲା। ଫଳରେ ବିଟ୍‌ କଏନ ମୂଲ୍ୟ ୨୩ ହଜାର ୨୫୬.୯୨ ଡଲାରରେ ପହଞ୍ଚିଥିଲା। ଗତ ନଭେମ୍ବରରେ ବିଟ୍‌ କଏନ ୧୮ହଜାର ଡଲାର ସ୍ତର ପାରକରିଥିଲା। ସାଧାରଣରେ ଏହାକୁ ଡିଜିଟାଲ କରେନ୍ସି ମଧ୍ୟ କୁହାଯାଏ। ଏହା ସମ୍ପୂର୍ଣ୍ଣ ବୈଦ୍ୟୁତିକ ବ୍ୟବସ୍ଥା। ଏହାଦ୍ୱାରା ସରକାର ଅଥବା ବ୍ୟାଙ୍କ ବିନାନୁମତିରେ ମଧ୍ୟ ନେଣଦେଣ ହୋଇପାରେ। କୋଡିଂ ମାଧ୍ୟମରେ ଏପରି ମୁଦ୍ରାର କାରବାର ହୋଇଥାଏ। ତେବେ ଏହାକୁ ହ୍ୟାକ୍‌ କରିବା ଏତେ ସହଜ ନୁହେଁ। ଏହି କାରବାରରେ ଠକେଇର ସମ୍ଭାବନା କମ୍‌ ରହିଥିବାରୁ ଗ୍ରାହକଙ୍କ ଚାହିଦା ବୃଦ୍ଧି ପାଉଛି। ଏହା ଉପରେ ସରକାରଙ୍କ ନଜର ରହିଛି। ଫଳରେ ଭାରତରେ ଏପରି ମୁଦ୍ରାର କାରବାର ପ୍ରତି ମଧ୍ୟ ପ୍ରତିବନ୍ଧକ ରହିଛି। ଗତ ୪ ମାର୍ଚ୍ଚ ୨୦୨୦ରେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ୨୦୧୮ ମସିହାର ଏକ ସର୍କୁଲାରକୁ ଚାଲେଞ୍ଜକରି ରୁଜୁ ହୋଇଥିବା ମକଦ୍ଦମାକୁ ଶୁଣାଣି ଲାଗି ଗ୍ରହଣ କରିଥିଲେ, ଯେଉଁଥିରେ ବ୍ୟାଙ୍କଗୁଡ଼ିକର କ୍ରିଫ୍ଟୋ କରେନ୍ସି ସମ୍ପର୍କିତ ସେବାକୁ ମଧ୍ୟ ପ୍ରତିବନ୍ଧିତ କରାଯାଇଥିଲା। ୬ ଏପ୍ରିଲ ୨୦୧୮ରେ ଆର୍‌ବିଆଇଙ୍କ ସର୍କୁଲାର ଅନୁସାରେ ଆଭାସୀ ମୁଦ୍ରାର କୌଣସି ପ୍ରକାର ସେବା ଦେଶରେ ପ୍ରଚଳନ କରା ନ ଯିବା ଉପରେ ରୋକ୍‌ ଲାଗିଛି। ଯେହେତୁ ଏହି କ୍ରିପ୍ଟୋ କରେନ୍ସି ଡିଜିଟାଲ ମୁଦ୍ରା ଓ ଫଣ୍ଡ ନେଣଦେଣ ଲାଗି ଏକ୍ରିପସନ ଟେକ୍ନୋଲୋଜିର ଉପଯୋଗ ହୁଏ ସେଥିପାଇଁ ଏଭଳି ବ୍ୟବସ୍ଥାରୁ କେନ୍ଦ୍ରୀୟ ବ୍ୟାଙ୍କ ପୃଥକ ରହି କାରବାର କରୁଛନ୍ତିି। ବିଭିନ୍ନ ସମୟରେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଆସୁଥିବା ନାନା ରିପୋର୍ଟକୁ ଅନୁଧ୍ୟାନକରି କେନ୍ଦ୍ର ସରକାର ଦେଶରେ ଏପରି କରେନ୍ସି କାରବାର ଉପରେ ରୋକ ଲଗାଇବା ପାଇଁ ଖୁବ୍‌ଶୀଘ୍ର ଆଇନ ଆଣିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

UPI AutoPay ମାଧ୍ୟମରେ SIP ଏବଂ Insurance ଭରୁଛନ୍ତି କି? ଜାଣନ୍ତୁ ୧୫ ଅକ୍ଟୋବରରୁ କ’ଣ ବଦଳିବ…

ନୂଆଦିଲ୍ଲୀ,୧୭।୯: ଯଦି ଆପଣ ପ୍ରତିମାସରେ Mutual Fund SIP, ଇନ୍ସୁରାନ୍ସ ପ୍ରିମିୟମ୍, OTT ସବସ୍କ୍ରିପସନ୍ କିମ୍ବା ବିଜୁଳି-ମୋବାଇଲ୍ ବିଲ୍ ପରିଶୋଧ ପାଇଁ UPI AutoPay ବ୍ୟବହାର କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?