ଦେବାଶିଷଙ୍କୁ ଝୁରୁଛି ଜନ୍ମମାଟି

ବାଲେଶ୍ୱର ଅଫିସ/ସଜନାଗଡ଼, ୨୦।୬(ଡି.ଏନ.ଏ.)- ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ଜନ୍ମମାଟି ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ସାନଅତା ଗ୍ରାମ ସ୍ତବ୍ଧ ପାଲଟିଯାଇଛି। ୧୯୬୫ ଅଗଷ୍ଟ ୨୯ରେ ଜନ୍ମିତ ସ୍ବର୍ଗତ ବୃନ୍ଦାବନ ପାଣିଗ୍ରାହୀଙ୍କ ୪ର୍ଥ ସନ୍ତାନ ଦେବାଶିଷ ପିଲାବେଳୁ ମେଧାବୀ ଥିଲେ। ପାଠପଢା ବ୍ୟତୀତ ତବଲା ବଜାଇବା, ରଚନା ଲେଖିବା, ବକ୍ତୃତା, ଅଭିନୟ ଆଦି କ୍ଷେତ୍ରରେ ସେ ଆଗଭର ଥିଲେ। ଏଭଳି ସୁଯୋଗ୍ୟ ସନ୍ତାନକୁ ହରାଇ ଆଜି ଝୁରୁଛି ଜନ୍ମମାଟି।
ନୀଳଗିରିରୁ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷା ଜୀବନ । ସାନଅତା ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ପରେ କୈଳାସ ଚନ୍ଦ୍ର ହାଇସ୍କୁଲରୁ ୧୯୮୧ରେ ଦଶମ ପାସ୍‌ କରିଥିଲେ। ପରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରେ ଇଣ୍ଟରମେଡିଏଟ୍‌, ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାପରେ ଦିଲ୍ଲୀର ଜେଏନ୍‌ୟୁରେ ଏମ୍‌ଫିଲ୍‌ ଓ ପିଏଚ୍‌ଡ଼ି କରିଥିଲେ। ୧୯୯୧ରେ ଭାରତୀୟ ପୋଲିସ ସେବାରେ (ଆଇପିଏସ୍‌) ଯୋଗ ଦେଇଥିଲେ। ବିଭିନ୍ନ ପଦପଦବୀରେ ନିଜ ଦକ୍ଷତା ପ୍ରତିପାଦିତ କରିଥିବା ଦେବାଶିଷ ୨୦୧୭ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଥିଲେ।
ସାହିତ୍ୟ କ୍ଷେତ୍ରରେ ତାଙ୍କର ଥିଲା ଗଭୀର ଅନୁଶୀଳନ। ଓଡ଼ିଆ ଓ ଇଂରାଜୀ ଭାଷାରେ ୯ଟି କ୍ଷୁଦ୍ର ଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଅନେକ ଗୀତି କବିତା ରଚନା କରିଯାଇଛନ୍ତି। ତାଙ୍କ ଗୀତିକବିତାକୁ ନେଇ ଅନେକ ଭିଡ଼ିଓ ଏବଂ ଆଲବମ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ଜହ୍ନରାତି ବେଶ୍‌ ଲୋକପ୍ରିୟ। ୨୦୦୨ରେ ଗଳ୍ପ ପାଇଁ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ପୁସ୍ତକ ‘ଥିଙ୍ଗ୍‌ସ ଲେଫ୍‌ଟ ଅନସେଡ୍‌’ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ରସ୍କିନ୍‌ ବଣ୍ଡ୍‌ ଏବଂ ମନୋଜ ଦାସଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ସହପାଠୀ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କହିଛନ୍ତି, ନୀଳଗିରି ମାଟି ତା’ର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ସେ ଜଣେ ସଫଳ ଲେଖକ ଓ ଦୟାଳୁ ମଣିଷ ଥିଲେ। କେସି ହାଇସ୍କୁଲରେ ପଢ଼ିବା ବେଳେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ ଆଇନ୍‌ଜୀବୀ ସୂର୍ଯ୍ୟନାରାୟଣ ଆଇଚ। ସେ କୁହନ୍ତି, ମୃତ୍ୟୁର ମାସକ ପୂର୍ବରୁ ସେ ଦେବାଶିଷଙ୍କ ସହ କଥା ହୋଇଥିଲେ। ତାଙ୍କ ଭଳି ବନ୍ଧୁ ମିଳିବା ବିରଳ। ସ୍କୁଲ ଜୀବନରୁ ଆରମ୍ଭ କରି ଭିଜିଲାନ୍ସ ନିର୍ଦ୍ଦେଶକ ହେବା ପର୍ଯ୍ୟନ୍ତ କୌଣସି ସମୟରେ ଫୋନ୍‌ କଲେ ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେବା ସହ ଅନ୍ୟ ସାଙ୍ଗମାନଙ୍କ ବିଷୟରେ ମଧ୍ୟ ପଚାରିଥାନ୍ତି। ତାଙ୍କୁ ହରାଇ ସାଙ୍ଗ ମୃତ୍ୟୁଞ୍ଜୟ ଦାସ, ବିନୋଦ ମହାପାତ୍ର, ଜୀବନ ମହାପାତ୍ର, ଦୀପକ ଜେନା, ରାମକୃଷ୍ଣ ଜେନା, ହରିହର ନାୟକ, ରାଜେଶ ମହାନ୍ତି, ଚିତ୍ତରଞ୍ଜନ ଜେନା ପ୍ରମୁଖ ଦୁଃଖରେ ଭାଙ୍ଗିପଡିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ମୃତ୍ୟୁ ଖବର ପାଇ ମର୍ମାହତ ହେବା ସହ ତାଙ୍କ ଅମର ଆମତ୍ାର ସଦ୍‌ଗତି କାମନା କରି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରି ମାଟି ଜଣେ ବରପୁତ୍ରକୁ ହରାଇଲା। ଏଭଳି କଠିନ ସମୟରେ ସମ୍ମୁଖୀନ ହେବାକୁ ଠାକୁରେ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ।
ଡ. ପାଣିଗ୍ରାହୀ ପରିବାରଙ୍କର ସଜନାଗଡ଼ ମା’ ଭୂଧାରଚଣ୍ଡୀ ଦେବୀଙ୍କ ଉପରେ ଦୃଢ଼ ବିଶ୍ୱାସ ରହିଥିଲା ଏବଂ ସେମାନେ ମନ୍ଦିର ସହ ଜଡ଼ିତ ଥିଲେ। ତାଙ୍କ ମରଶରୀର କଲିକତାରୁ ଫେରିବା ବେଳେ ଶନିବାର ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ସ୍ଥିତ ବାମପଦା ଛକରେ ଜିଲା ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri