ଲୋପ ପାଇବେ ବିଞ୍ଝାରପୁରୀ ଗାଈ

ଯାଜପୁର ଅଫିସ,୧୮ା୫: ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦକୁ ୨୦୧୦ ମେ ମାସରେ ଜାତୀୟ ମାନ୍ୟତା ମିଳିଥିଲା। ଏହାସହ ମାଲକାନଗିରି ଜିଲାର ମୋଟୁ, ଗଞ୍ଜାମ ଓ ଫୁଲବାଣୀ ଜିଲାର ଘୁମୁସୁରୀ, ନୂଆପଡ଼ା ଜିଲାର ଖରିଆର, ପୁରୀ ଓ ଖୋର୍ଦ୍ଧା ଜିଲାର ଚିଲିକା ଗୋସମ୍ପଦକୁ ଏହି ମାନ୍ୟତାରେ ସାମିଲ କରାଯାଇଥିଲା। ଏପରି ଜାତୀୟ ମାନ୍ୟତା ମିଳିବାର ଆଜକୁ ୧୩ ବର୍ଷ ପୁରି ଯାଇଛି। କିନ୍ତୁ ସରକାରୀ କଳର ପ୍ରୋତ୍ସାହନ ଓ ଆନ୍ତରିକତା ଅଭାବରୁ ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦର ସଂରକ୍ଷଣ ଓ ଉନ୍ନତି ନୈରାଶ୍ୟଜନକ ହୋଇଛି। ଚାରଣଭୂମିର ସଙ୍କୋଚନ ଓ ସବୁଜ ଘାସର ଅଭାବ ଯୋଗୁ ଏହି ପ୍ରଜାତିର ଗାଈଙ୍କ ସଂଖ୍ୟା, ପ୍ରଜନନ ଓ ଦୁଗ୍ଧ ଉପତ୍ାଦନ କ୍ଷମତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପ୍ରଜାତିର ଗୋ ସମ୍ପଦକୁ ଅଧିକ ପ୍ରୋତ୍ସାହନ ଦିଆଯାଉଥିବାରୁ ଏହି ଦେଶୀ ଗୋସମ୍ପଦ କ୍ରମଶଃ ଅଞ୍ଚଳରୁ ଲୋପ ପାଇଯିବ ବୋଲି ମତପ୍ରକାଶ ପାଇଛି।
ଜିଲାର ନାଉବାଙ୍କ ଗ୍ରାମର ଚାଷୀ ଅଶୋକ ପାତ୍ରଙ୍କ କହିବା ଅନୁଯାୟୀ, ବିଞ୍ଝାରପୁରୀ ଗାଈ ସହ ଅନ୍ୟ ପ୍ରଜାତିର ଗାଈଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି। ବଂଶ ବୃଦ୍ଧ ପ୍ରକ୍ରିୟାକୁ ବେଶୀ ଗୁରୁତ୍ୱ ଦିଆଯାଉନାହିଁ। ଗୋଚର ଜମି କମିଛି । ଫଳରେ ଗୋସମ୍ପଦଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମିଳୁନାହିଁ। ଜରି ଗ୍ରାମର ସୁବାସ ମଳିକ କହିଛନ୍ତି, ମୋ ଗୁହାଳ ଯୋଜନାରେ ସମସ୍ତ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଘାସ ଯୋଜନାରେ ସରଳୀକରଣ ଅଭାବରୁ ତା’ର ସୁଫଳ ବାସ୍ତବ ଚାଷୀ ପାଇ ପାରୁନାହାନ୍ତି। ଏଥିଯୋଗୁ ବିଞ୍ଝାରପୁରୀ ଗାଈ ସଂଖ୍ୟା ହ୍ରାସ ପାଉଛି। ଜରି ଗ୍ରାମର ଚାଷୀ ନିମାଇଁ ଦାସ କହିଛନ୍ତି, ସରକାରୀ ପ୍ରୋତ୍ସାହନ ଅଭାବରୁ ବିଞ୍ଝାରପୁରୀ ଗାଈ ସଂଖ୍ୟା ହ୍ରାସ ପାଉଛି। ଆବଶ୍ୟକ ଚିକିତ୍ସା ସୁବିଧା ମିଳୁନାହିଁ।
ଯାଜପୁର ଜିଲାର ବିଞ୍ଝାରପୁର, ବରୀ, ସୁଜନପୁର, ଦଶରଥପୁର ଏବଂ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ବିଞ୍ଝାରପୁରୀ ପ୍ରଜାତିର ଗାଈ ଅଧିକ ଦେଖାଯାନ୍ତି। ଏହି ଗୋସମ୍ପଦର ରଙ୍ଗ ବିଶେଷକରି ଧଳା ହୋଇଥିବାବେଳେ ସ୍ଥଳ ବିଶେଷରେ ଧୁଷର, ବାଦାମୀ ଓ କଳା ରଙ୍ଗର ହୋଇଥାନ୍ତି। ଜନ୍ମବେଳେ ଅଣ୍ଡିରା ବାଛୁରୀର ଓଜନ ପ୍ରାୟ ୨୦ କେଜି ଓ ମାଈ ବାଛୁରୀର ଓଜନ ପ୍ରାୟ ୧୮ କେଜି ହୋଇଥାଏ। ଶରୀର ଲମ୍ବରେ ଅଣ୍ଡିରା ଗୋରୁଙ୍କ ପ୍ରାୟ ୧୨୬ ସେଣ୍ଟିମିଟର ଓ ମାଈ ଗୋରୁଙ୍କ ପ୍ରାୟ ୧୧୫ ସେଣ୍ଟିମିଟର ଅଣ୍ଡିରା ଓ ମାଈ ଗୋରୁଙ୍କ ଉଚ୍ଚତା ଯଥାକ୍ରମେ ପ୍ରାୟ ୧୨୧ ଓ ୧୦୭ ସେଣ୍ଟିମିଟର କେବଳ ଘାସ ଖାଇ ଏହି ଗାଈ ଦୈନିକ ସାଢେ ୪ ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାଏ। ଦାନା ଖାଇଲା ପରେ ଦୁଗ୍ଧ ଉପତ୍ାଦନ ୭ ଲିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ୩୦୦ ଦିନ ପର୍ଯ୍ୟନ୍ତ ଦୁଗ୍ଧ ଉପତ୍ାଦନ କ୍ଷମତା ଥିଲେ ହେଁ ଆଜିକାଲି ପରିବେଶ ଓ ପରିସଂସ୍ଥା ସଠିକ ଭାବେ ପରିଚାଳିତ ହେଉ ନ ଥିବାରୁ ଦୁଗ୍ଧ ଦେବା ସମୟ ୨ଶହ ଦିନକୁ ହ୍ରାସ ପାଇଛି। ୨୦୧୫ ଅକ୍ଟୋବରରେ ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ପରିଷଦ(ଓଏଲଆରଡିଏସ) ପକ୍ଷରୁ ଯାଜପୁର ବ୍ଲକର ବେବିଲଠାରେ ବିଞ୍ଝାରପୁରୀ ଗୋ ପ୍ରୋତ୍ସାହନ ଓ ଉପତ୍ାଦନ ସମିତି ପ୍ରତିଷ୍ଠା ହୋଇଥିଲା। ସମିତି ପକ୍ଷରୁ ୫ କ୍ଲଷ୍ଟର ସହାୟତାରେ ୫ଶହ ବିଞ୍ଝାରପୁରୀ ଗାଈ ଚିହ୍ନଟ କରାଯାଇଥିଲା। ଗତ ଡିସେମ୍ବରରୁ ପ୍ରତ୍ୟେକ ଗାଈ ପିଛା ୨୦୦ ଟଙ୍କା ଲେଖାଏଁ ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା। ଏହାବାଦ୍‌ ଆବଶ୍ୟକ ଔଷଧ ଓ ଜୀବନବୀମା ମଧ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ସମିତି ପ୍ରାୟ ନିଷ୍କ୍ରିୟ ହୋଇଥିବାବେଳେ ଏହିସବୁ ସରକାରୀ ପ୍ରୋତ୍ସାହାନ ଏବେ ହ୍ରାସ ପାଇଛି। ଫଳରେ ସମିତିର କାର୍ଯ୍ୟଧାରା ଧିମେଇ ଯାଇଛି। ଏ ନେଇ ସମିତି ପକ୍ଷରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଓଏଲଆରଡିଏସ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ପୂର୍ବପରି ଗୋରୁ ରଖିବାର ଆଗ୍ରହ କମି ଯାଇଛି। ଗୋଚର ଜମି ଜବରଦଖଲ ଯୋଗୁ ଚାରଣଭୂମିର ଅଭାବ ସମେତ ଅବାଧ ଚୋରାଚାଲାଣ, ଗୋହତ୍ୟା, ରୋଗ ଆଦି ପ୍ରମୁଖ କାରଣ ଏହି ଦେଶୀ ଗାଈଙ୍କ ସଂଖ୍ୟା କମିବାର ପ୍ରମୁଖ କାରଣ ହୋଇଛି। ପୂର୍ବରୁ ଏହି ପ୍ରଜାତିର ଗୋସମ୍ପଦ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚୁଥିଲେ। କିନ୍ତୁ ଏବେ ତାହା ହ୍ରାସ ପାଇ ୧୫ ବର୍ଷ ବୟସକୁ ପହଞ୍ଚିଛି। ଆଗରୁ ପ୍ରତ୍ୟେକ ଗାଈ ୫ ରୁ ୭ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଥିଲାବେଳେ ଏବେ ୩ ରୁ ୫ ଲିଟର ଦେଉଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଯାଜପୁର ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ପଦ୍ମନାଭ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲକୁ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri