ଅଠରନଳାରେ ବଢ଼ୁଛି ବଟି ଆଦାୟ

ପୁରୀ ଅଫିସ,୧୨।୮: ପୁରୀ ଅଠରନଳା ଛକରେ ଥିବା ଅଟୋ ଷ୍ଟାଣ୍ଡରେ ଚାଳକମାନଙ୍କୁ ବଟି ମଗାଯାଉଥିବା ଅଭିଯୋଗ ହେଉଛି। ଯାତ୍ରୀଙ୍କୁ ଅଠରନଳା ଛକରୁ ଉଠାଇଲେ ଅଟୋ ପିଛା ୨୦ରୁ ୫୦ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। କୌଣସି ଅଟୋ ମାଲିକ ବଟି ଦେବାକୁ ମନା କଲେ, ଧମକଚମକ ସହ ମାଡ଼ ମଧ୍ୟ ମରାଯାଉଛି। ଦୁର୍ବୃତ୍ତମାନଙ୍କ ଏଭଳି ବଟି ମାଗିବା ଦିନକୁଦିନ ବଢ଼ିଚାଲିଥିବା ବେଳେ ଅଟୋ ଚାଳକମାନେ ହଇରାଣ ହେଉଛନ୍ତି। ତେଣୁ ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ସାଧାରଣ ପୁରୀକୁ ଆସୁଥିବା ଯାତ୍ରୀବାହୀ ଗାଡ଼ି ଅଧିକାଂଶ ଅଠରନଳାରେ ଅଟକୁଛି। ସେଠାକାର ସ୍ଥାନୀୟ ଲୋକେ ବସ୍‌ ଅଟକିଥିବାମାନେ ଯାତ୍ରୀଙ୍କୁ ଘେରି ଯାଉଛନ୍ତି ଓ ଗୋଟିଏ ସ୍ଥାନରେ ରୁଣ୍ଡ କରି ନେଉଛନ୍ତି। କୌଣସି ଅଟୋ ଚାଳକ ଯାତ୍ରୀଙ୍କୁ ନେଇ ସହର ଭିତରକୁ ଆସିଲେ, ସେମାନଙ୍କୁ ପ୍ରତି ଅଟୋ ପିଛା ଟଙ୍କା ମଗାଯାଉଛି। ସ୍ଥାନୀୟ ଅଟୋଚାଳକମାନେ କମ୍‌ ଟଙ୍କା ଦେଉଥିବା ବେଳେ ସହର ବାହାରର ଅଟୋ ଚାଳକଙ୍କୁ ଅଧିକ ବଟି ମଗାଯାଉଛି। ସେହିଭଳି ଯାତ୍ରୀମାନେ ଭୁବନେଶ୍ୱର ଫେରନ୍ତା କାର୍‌ରେ ମଧ୍ୟ ଅଠରନଳାରୁ ଚଢୁଛନ୍ତି। ସ୍ଥାନୀୟ ଅସାମାଜିକ ଯୁବକମାନେ ଟ୍ୟାକ୍ସି ଚାଳକଙ୍କୁ ୫୦ରୁ ଶହେ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ନଚେତ୍‌ ବସ୍‌ ମାଲିକ ସଂଘକୁ କହି ବେପାର ବନ୍ଦ କରିଦେବା ନେଇ ଧମକ ଦିଆଯାଉଛି। ଅଠରନଳା ଛକରୁ ୧୦୦ ମିଟର ଦୂରରେ କୁମ୍ଭାରପଡ଼ା ଥାନା ଅବସ୍ଥିତ ହୋଇଥିଲେ ମଧ୍ୟ ଥାନା କର୍ମଚାରୀମାନେ ଏନେଇ ଧ୍ୟାନ ଦେଉନାହାନ୍ତି। ଦିନତମାମ୍‌ ଦାଦାବଟି ଆଦାୟ ହେଉଥିବା ବେଳେ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଛି। ବସ୍‌ ଲାଗିବା ମାତ୍ରେ ୨ଜଣ ଯୁବକ ମଧ୍ୟରୁ ଜଣେ ଅଟୋ ପାଖରେ ଓ ଅନ୍ୟ ଜଣେ ବସ୍‌ ପାଖରେ ପହଞ୍ଚୁଛନ୍ତି। ଯାତ୍ରୀଙ୍କୁ ଜୋର ଜବରଦସ୍ତ ଭାବେ ଅଟୋ ପାଖକୁ ଯିବା ପାଇଁ କୁହାଯାଉଛି। ଅଟୋଚାଳକ ସେମାନଙ୍କୁ ଆଣି ଗାଡ଼ିରେ ବସାଇବା ପରେ ଅଟୋ ପାଖରେ ଥିବା ଯୁବକ ଟଙ୍କା ମାଗୁଛନ୍ତି। ଗ୍ରାହକ ଧରି ଅଟୋ ଚାଳକ କିଛି ସମୟ ଯୁକ୍ତି କରୁଛନ୍ତି ଓ ପରେ ଟଙ୍କା ଦେଇ ଯାଉଛନ୍ତି। ସିଦ୍ଧମହାବୀରର ଜଣେ ଅଟୋ ଚାଳକ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରତି ଦିନ ଏଭଳି ହେଉଛି। ଯାତ୍ରୀଙ୍କୁ ଆମେ ଡାକି ଆଣୁଥିଲେ ମଧ୍ୟ ଅଠରନଳା ଛକରେ ଜବରଦସ୍ତ ବଟି ନିଆଯାଉଛି। ଏ ନେଇ ଅଟୋ ଚାଳକ ସଂଘରେ ଆଲୋଚନା କରିବୁ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହେବୁ। ଏ ନେଇ କୁମ୍ଭାରପଡ଼ା ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ କହିଛନ୍ତି, ଅଠରନଳା ଅଞ୍ଚଳରେ ପୋଲିସ ପଇଁତରା ମାରୁଛି। ଏଭଳି ଘଟଣା ସାମ୍ନାକୁ ଆସି ନାହିଁ। ଯଦି କୌଣସି ଏଭଳି ଘଟଣା ଘଟୁଛି, ତେବେ ଶୁକ୍ରବାର ଅଠରନଳା ଛକରେ ଚେକିଂ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?