ଅଠରନଳାରେ ବଢ଼ୁଛି ବଟି ଆଦାୟ

ପୁରୀ ଅଫିସ,୧୨।୮: ପୁରୀ ଅଠରନଳା ଛକରେ ଥିବା ଅଟୋ ଷ୍ଟାଣ୍ଡରେ ଚାଳକମାନଙ୍କୁ ବଟି ମଗାଯାଉଥିବା ଅଭିଯୋଗ ହେଉଛି। ଯାତ୍ରୀଙ୍କୁ ଅଠରନଳା ଛକରୁ ଉଠାଇଲେ ଅଟୋ ପିଛା ୨୦ରୁ ୫୦ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। କୌଣସି ଅଟୋ ମାଲିକ ବଟି ଦେବାକୁ ମନା କଲେ, ଧମକଚମକ ସହ ମାଡ଼ ମଧ୍ୟ ମରାଯାଉଛି। ଦୁର୍ବୃତ୍ତମାନଙ୍କ ଏଭଳି ବଟି ମାଗିବା ଦିନକୁଦିନ ବଢ଼ିଚାଲିଥିବା ବେଳେ ଅଟୋ ଚାଳକମାନେ ହଇରାଣ ହେଉଛନ୍ତି। ତେଣୁ ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ସାଧାରଣ ପୁରୀକୁ ଆସୁଥିବା ଯାତ୍ରୀବାହୀ ଗାଡ଼ି ଅଧିକାଂଶ ଅଠରନଳାରେ ଅଟକୁଛି। ସେଠାକାର ସ୍ଥାନୀୟ ଲୋକେ ବସ୍‌ ଅଟକିଥିବାମାନେ ଯାତ୍ରୀଙ୍କୁ ଘେରି ଯାଉଛନ୍ତି ଓ ଗୋଟିଏ ସ୍ଥାନରେ ରୁଣ୍ଡ କରି ନେଉଛନ୍ତି। କୌଣସି ଅଟୋ ଚାଳକ ଯାତ୍ରୀଙ୍କୁ ନେଇ ସହର ଭିତରକୁ ଆସିଲେ, ସେମାନଙ୍କୁ ପ୍ରତି ଅଟୋ ପିଛା ଟଙ୍କା ମଗାଯାଉଛି। ସ୍ଥାନୀୟ ଅଟୋଚାଳକମାନେ କମ୍‌ ଟଙ୍କା ଦେଉଥିବା ବେଳେ ସହର ବାହାରର ଅଟୋ ଚାଳକଙ୍କୁ ଅଧିକ ବଟି ମଗାଯାଉଛି। ସେହିଭଳି ଯାତ୍ରୀମାନେ ଭୁବନେଶ୍ୱର ଫେରନ୍ତା କାର୍‌ରେ ମଧ୍ୟ ଅଠରନଳାରୁ ଚଢୁଛନ୍ତି। ସ୍ଥାନୀୟ ଅସାମାଜିକ ଯୁବକମାନେ ଟ୍ୟାକ୍ସି ଚାଳକଙ୍କୁ ୫୦ରୁ ଶହେ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ନଚେତ୍‌ ବସ୍‌ ମାଲିକ ସଂଘକୁ କହି ବେପାର ବନ୍ଦ କରିଦେବା ନେଇ ଧମକ ଦିଆଯାଉଛି। ଅଠରନଳା ଛକରୁ ୧୦୦ ମିଟର ଦୂରରେ କୁମ୍ଭାରପଡ଼ା ଥାନା ଅବସ୍ଥିତ ହୋଇଥିଲେ ମଧ୍ୟ ଥାନା କର୍ମଚାରୀମାନେ ଏନେଇ ଧ୍ୟାନ ଦେଉନାହାନ୍ତି। ଦିନତମାମ୍‌ ଦାଦାବଟି ଆଦାୟ ହେଉଥିବା ବେଳେ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଛି। ବସ୍‌ ଲାଗିବା ମାତ୍ରେ ୨ଜଣ ଯୁବକ ମଧ୍ୟରୁ ଜଣେ ଅଟୋ ପାଖରେ ଓ ଅନ୍ୟ ଜଣେ ବସ୍‌ ପାଖରେ ପହଞ୍ଚୁଛନ୍ତି। ଯାତ୍ରୀଙ୍କୁ ଜୋର ଜବରଦସ୍ତ ଭାବେ ଅଟୋ ପାଖକୁ ଯିବା ପାଇଁ କୁହାଯାଉଛି। ଅଟୋଚାଳକ ସେମାନଙ୍କୁ ଆଣି ଗାଡ଼ିରେ ବସାଇବା ପରେ ଅଟୋ ପାଖରେ ଥିବା ଯୁବକ ଟଙ୍କା ମାଗୁଛନ୍ତି। ଗ୍ରାହକ ଧରି ଅଟୋ ଚାଳକ କିଛି ସମୟ ଯୁକ୍ତି କରୁଛନ୍ତି ଓ ପରେ ଟଙ୍କା ଦେଇ ଯାଉଛନ୍ତି। ସିଦ୍ଧମହାବୀରର ଜଣେ ଅଟୋ ଚାଳକ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରତି ଦିନ ଏଭଳି ହେଉଛି। ଯାତ୍ରୀଙ୍କୁ ଆମେ ଡାକି ଆଣୁଥିଲେ ମଧ୍ୟ ଅଠରନଳା ଛକରେ ଜବରଦସ୍ତ ବଟି ନିଆଯାଉଛି। ଏ ନେଇ ଅଟୋ ଚାଳକ ସଂଘରେ ଆଲୋଚନା କରିବୁ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହେବୁ। ଏ ନେଇ କୁମ୍ଭାରପଡ଼ା ଥାନାଧିକାରୀ ଦିଲୀପ କୁମାର ସ୍ବାଇଁ କହିଛନ୍ତି, ଅଠରନଳା ଅଞ୍ଚଳରେ ପୋଲିସ ପଇଁତରା ମାରୁଛି। ଏଭଳି ଘଟଣା ସାମ୍ନାକୁ ଆସି ନାହିଁ। ଯଦି କୌଣସି ଏଭଳି ଘଟଣା ଘଟୁଛି, ତେବେ ଶୁକ୍ରବାର ଅଠରନଳା ଛକରେ ଚେକିଂ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri