ରାସ୍ତାପାର୍ଶ୍ୱ ଗାର୍ଡରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୫ା୬(ଡି.ଏନ୍‌.ଏ.): ଜାତୀୟ ରାଜପଥ ବାଲିଗୁଡ଼ା ଥାନାଠାରୁ ମାତ୍ର ୪ କି.ମି. ଦୂର ଏକ ବୁଲାଣିରେ ଶନିବାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଯିବାରୁ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ରଜିଆ ପଣ୍ଡା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ଏଥିସହ କେସ୍‌ ନଂ ୧୪୧/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।