ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର ଅଫିସ,୨ା୫: ବାଲେଶ୍ୱର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଲିଆ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ରେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାପାର୍ଶ୍ୱ ଡିଭାଇଡରରେ ପିଟି ହୋଇଯାଇଥିଲେ। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମୃତକ ଦୁଇଜଣଙ୍କ ନାମ ପରେଶ ଓ ଭାଲୁ ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଜଣକ ବାଲିଆର ପାକୁଆ ବୋଲି ଜଣାପଡ଼ିଛି।