ଜଳିଗଲା ବାଇକ୍‌ ଶୋ’ ରୁମ୍‌

ବାଙ୍କୀ,୧୧ା୩(ଡି.ଏନ୍‌.ଏ.): ବାଙ୍କୀ ବଜାରସ୍ଥିତ ଏକ ବାଇକ ଶୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୋ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍‌ ଶୋ’ ରୁମ୍‌ର କର୍ମଚାରୀ ଏବଂ ମାଲିକ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଏହାପରେ ନିଆଁ ଲାଗିଯାଇଥିଲା। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

ଖବର ପାଇ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।