ପାତ୍ର ଥିଲେ ସିନା

ବିହାର ବିଧାନସଭା ନିର୍ବାଚନ ଫଳ ଭାରତୀୟ ରାଜନୈତିକ ଇତିହାସ ପାଇଁ ଏକ ନୂଆ ପାଣ୍ଡୁଲିପି ଲେଖିଛି। ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର ଓ କ୍ଷମତା ରାଜନୀତିରେ ସହଯୋଗୀ ଭାଜପା ସରକାରୀ ବିରୋଧୀ ପବନର ସମ୍ମୁଖୀନ ହୋଇପାରନ୍ତି ବୋଲି ଭୋଟ ଗ୍ରହଣ ପୂର୍ବରୁ ଆଲୋଚନା ହେଉଥିଲା। ତେବେ ଏକ୍‌ଜିଟ ପୋଲ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଅଧିକ ସିଟ୍‌ ମିଳିବ ବୋଲି ଆକଳନ କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି), କଂଗ୍ରେସ ସହ ମିଶି ସୃଷ୍ଟି ହୋଇଥିବା ମହାଗଠବନ୍ଧନ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଅନୁମାନ ଲଗାଯାଇଥିଲା। ହେଲେ ୧୪ ନଭେମ୍ବରରେ ପ୍ରକାଶିତ ଫଳାଫଳ ଆଶଙ୍କା କିମ୍ବା ସମ୍ଭାବନା ଆଦି ସୀମା ଅତିକ୍ରମ କରି ଏନ୍‌ଡିଏକୁ ବିପୁଳ ବିଜୟ ଦେଇଦେଲା। ଫଳ ଦେଖି ଏନ୍‌ଡିଏ ନେତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୪୩ ଆସନ ମଧ୍ୟରୁ ୨୦୨ ଆସନ ଜିତି ଏନ୍‌ଡିଏ ଯେଉଁ ଅପ୍ରତ୍ୟାଶିତ ବିଜୟ ହାସଲ କଲା ସେଥିରେ ଭାଜପା ୮୯ ଆସନ ପାଇ ଆଗରେ ଥିବା ବେଳେ ଜେଡିୟୁ ୮୫ ସିଟ୍‌ ଜିଣି ତା’ ପାଖାପାଖି ରହିଲା। ଉଲ୍ଲେଖଯୋଗ୍ୟ ଯେ, ଉଭୟ ଦଳ ସମାନ ସଂଖ୍ୟକ ୧୦୧ ଆସନରେ ଲଢ଼ିଥିଲେ। ନିର୍ବାଚନ ଆରମ୍ଭ ବେଳୁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ଆର୍‌ଜେଡିର ତେଜସ୍ବୀ ଯାଦବ ଅତି କଷ୍ଟରେ ନିଜ ଆସନ ବଞ୍ଚାଇପାରିଥିବା ବେଳେ ଦଳ ପାଇଁ ମାତ୍ର ୨୫ ସିଟ୍‌ ଗୋଟାଇବାରେ ସକ୍ଷମ ହେଲେ। ସହଯୋଗୀ କଂଗ୍ରେସ ଭାଗରେ ପଡ଼ିଲା କେବଳ ୬। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିରୋଧୀମାନେ ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌), ଇଭିଏମ୍‌ ଜାଲିଆତି ଓ ସର୍ବୋପରି ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଗକୁ ବିରୋଧୀ ଆହୁରି କେତେ ଅଭିଯୋଗ ଆଣିପାରନ୍ତି। କିନ୍ତୁ ସାଧାରଣରେ କୁହାଯାଇଥାଏ-ଯିଏ ଜିତିଲେ ସିଏ ସମ୍ରାଟ।
ହିନ୍ଦୀ ଭାଷୀ ଅଞ୍ଚଳ ବିଶେଷକରି ବିହାର ଓ ଉତ୍ତର ପ୍ରଦେଶର ଭୌଗୋଳିକ ସ୍ଥିତି, ଲୋକସଂଖ୍ୟା ଓ ସେମାନଙ୍କ ଚରିତ୍ର, ଜାତି ଓ ଧର୍ମକୁ ନେଇ ରାଜନୀତି ସର୍ବଦା ଭାରତୀୟ ଗଣତନ୍ତ୍ରକୁ ପ୍ରଭାବିତ କରିଥାଏ। ଗତ ଶତାବ୍ଦୀର ଶେଷ ଦଶକକୁ ଯଦି ଦେଖାଯାଏ ହିଂସା, ବୁଥ୍‌ ଜବରଦଖଲ ଆଦି ବିହାର ନିର୍ବାଚନ ସହ ଯୋଡ଼ି ହୋଇଥିଲା ଏବଂ ଅନେକ ସ୍ଥାନରେ ପୁନଃ ମତଦାନ ହେଉଥିଲା। ୨୦୦୫ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ବିହାର ଅନେକ ପରିବର୍ତ୍ତନ ଦେଖିଲା। ୨୦୨୫ ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି। କୌଣସି ସ୍ଥାନରେ ପୁନଃ ଭୋଟଗ୍ରହଣ ହୋଇ ନ ଥିବା ବେଳେ ହିଂସାକାଣ୍ଡ ବିଷୟରେ ଖବର ମିଳି ନାହିଁ। ଦୀର୍ଘ ଶାସନ କରିଥିବା ସତ୍ତ୍ୱେ ନୀତିଶ ବିରୋଧୀ ମତ ନ ବହିବା ଏବେ ବେଶି ଆଲୋଚନାର ବିଷୟବସ୍ତୁ ହୋଇଛି। ଏହାର ସମ୍ଭାବ୍ୟ ଉତ୍ତର ରଖାଯାଉଛି ଯେ, ମହାଗଠବନ୍ଧନ ବିହାରବାସୀଙ୍କ ମନକୁ ପଢ଼ିପାରିଲେ ନାହିଁ। ସାମାଜିକ, ଆର୍ଥିକ ଓ ରାଜ୍ୟର ଉନ୍ନତି ପ୍ରସଙ୍ଗ ବିରୋଧୀ ନ ଉଠାଇ ଜେଡିୟୁ, ଭାଜପାକୁ ଟାର୍ଗେଟ କରିବା ସହ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଅଜାଡ଼ି ଚାଲିଲେ। ଗଣତନ୍ତ୍ରରେ ଦୋଷ ଲଦିବା ଅପେକ୍ଷା ଲୋକଙ୍କ ପାଇଁ ଦଳ କ’ଣ କରିପାରିବ ତାହା ସେମାନଙ୍କ ନିକଟରେ ପହଞ୍ଚାଇବାର ଥିଲା। କିନ୍ତୁ କମ୍‌ ଆଲୋଚନା ହେଉଥିବା ବିନ୍ଦୁଟି ହେଉଛି ବୃଦ୍ଧ ନୀତିଶଙ୍କ ବିକଳ୍ପ ଭାବେ ଯୁବ ତେଜସ୍ବୀ ନିଜକୁ ପ୍ରତିପାଦିତ କରିବାରେ ଅସଫଳ ହେଉଛନ୍ତି। ଲୋକଙ୍କ ପାଖକୁ ଗଲା ବେଳେ ଗୋଟେ ଭଲ ପାତ୍ର ବା ଥାଳ ନେଇ ଯାଇଥିଲେ ଦାନ ପାଇପାରିଥାଆନ୍ତେ। ଏହି ପାତ୍ର ପ୍ରସ୍ତୁତ କରିବା ଲାଗି ଗୋଟେ ସକାରାତ୍ମକ ପରିବେଶ ସୃଷ୍ଟି କରି ନିଜର ବ୍ୟକ୍ତିତ୍ୱ ବିକଶିତ କରାଇପାରିଥିଲେ ଲୋକେ ସେହି ନେତାଙ୍କ ଗୁରୁତ୍ୱ ବୁଝିପାରିଥାଆନ୍ତେ। ଭାରତୀୟ ରାଜନୀତି ଦେଖିଛି ଗୋଟେ ବିକଳ୍ପ ସୃଷ୍ଟି ନ ହେବା ଯାଏ ନେତାମାନେ ଦୀର୍ଘ ବର୍ଷ ଧରି ଶାସନରେ ରହିଥାଆନ୍ତି। ନଚେତ୍‌ ନେତା ନେଉଥିବା କୌଣସି ପଦକ୍ଷେପ ସାଧାରଣରେ ସ୍ବୀକାରଯୋଗ୍ୟ ହେବାରେ ଅସଫଳ ହେଲେ ଭୋଟର ମୁହଁ ମୋଡ଼ିବା ସ୍ବାଭାବିକ। ଏହା ୨୦୨୪ ନିର୍ବାଚନରେ ଓଡ଼ିଶା ଭୋଟର ପ୍ରମାଣ କରିଦେଇଛନ୍ତି। ଓଡ଼ିଶାର ଉଦାହରଣରୁ ବୁଝିବାକୁ ହେବ ଯେ ସବୁବେଳେ ବିକଳ୍ପ ଖୋଜିବା ପାଇଁ ନାଗରିକ ଅପେକ୍ଷା କରି ବସନ୍ତି ନାହିଁ। ବିରକ୍ତ ହେଲେ ଯାହାକୁ ଇଚ୍ଛା ତାହାକୁ ଶାସନ ଗାଦିରେ ବସାଇଦେଇ ପାରୁଛନ୍ତି।
ଆଜିର ସ୍ଥିତିରେ କଂଗ୍ରେସର ରାହୁଲ ଗାନ୍ଧୀ ହୁଅନ୍ତୁ ବା ଆର୍‌ଜେଡିର ତେଜସ୍ବୀ ଯାଦବ ଆତ୍ମସମୀକ୍ଷା କରିବା ଗୁରୁତ୍ୱ ଧାରଣ କଲାଣି। ଏକ ଜାତୀୟ ଦଳ ଭାବେ କଂଗ୍ରେସ ୬ଟି ଆସନ ପାଉଥିବାରୁ ସେଥିରୁ ରାହୁଲ ବୁଝିଯିବା ଦରକାର ଯେ, ଜନସାଧାରଣଙ୍କ ନିକଟରେ ତାଙ୍କର ଗ୍ରହଣୀୟତା ସମ୍ପୂର୍ଣ୍ଣ ଲୋପ ପାଇଲାଣି। ତେଣୁ ସେଭଳି ନେତା ନେତୃତ୍ୱ ନେବାରୁ ଓହରିଯିବା ଉଚିତ। ତେଲଙ୍ଗାନା, କର୍ନାଟକ କିମ୍ବା ହିମାଚଳ ପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପଛରେ ସ୍ଥାନୀୟ ନେତାଙ୍କ କସରତ ଥିଲା। ତେଲଙ୍ଗାନାରେ ଏ. ରେଭନ୍ଥ ରେଡ୍ଡୀ, କର୍ନାଟକରେ ଡି.କେ. ଶିବକୁମାର ଏବଂ ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ନିଜ ପ୍ରଚେଷ୍ଟାରେ କଂଗ୍ରେସକୁ ଜିତାଇ ପାରିଥିଲେ। ସେହି ବିଜୟ ସହ ରାହୁଲଙ୍କୁ ଆଦୌ ଯୋଡ଼ା ଯିବା କଥା ନୁହେଁ। ବିହାର କଂଗ୍ରେସରେ ସେଭଳି ଆଞ୍ଚଳିକ ନେତାଙ୍କ ଅଭାବ ଆରମ୍ଭରୁ ଦିଶୁଥିଲା। ତେଣୁ ଯେତେବେଳେ ନେତାମାନେ ଜାଣୁଛନ୍ତି ଯେ ସେମାନଙ୍କ ଦ୍ୱାରା କିଛି ହୋଇପାରୁ ନାହିଁ, ନିଜଆଡ଼ୁ ସେମାନେ ମଇଦାନରୁ ଅପସରି ଯିବା କଥା। ଓଡ଼ିଶା କଥା ଦେଖିଲେ ଦିନେ ସର୍ବମାନ୍ୟ ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖାଯାଉଥିଲା। ଏବେ ବହୁ ଦିଗରୁ ତାଙ୍କ ବ୍ୟକ୍ତିିତ୍ୱ ହ୍ରାସ ପାଇଥିବାରୁ ତାଙ୍କର ଗ୍ରହଣୀୟତା ସମ୍ପୂର୍ଣ୍ଣ ଭାବେ ଚାଲିଗଲାଣି ବୋଲି ନୂଆପଡ଼ା ଉପନିର୍ବାଚନରୁ ପ୍ରମାଣ ମିଳିଲା। ଏହା ସୁନିଶ୍ଚିତ ବିଷୟ ଯେ ଓଡ଼ିଶାରେ ଶୂନ୍ୟ ବିରୋଧୀ ସ୍ଥାନ ସୃଷ୍ଟି ହୋଇଛି। ସେହି ସ୍ଥାନକୁ ନବୀନ ପଟ୍ଟନାୟକ ପୂରଣ କରିବାର ଅକ୍ଷମତା ପ୍ରଦର୍ଶନ କରିସାରିଲେଣି। ତାଙ୍କ ପାଖରେ କୌଣସି ନୂଆ ମନ୍ତ୍ର ଦେଖିବାକୁ ବାକି ନାହିଁ ବୋଲି ନୂଆପଡ଼ା ଦେଖାଇ ଦେଲା। ଅନୁରୂପ ଭାବେ ଓଡ଼ିଶା କଂଗ୍ରେସରେ ମଧ୍ୟ ଡି.କେ. ଶିବକୁମାର କିମ୍ବା ରେଭନ୍ଥ ରେଡ୍ଡୀଙ୍କ ଭଳି ଗ୍ରହଣୀୟ ନେତାଙ୍କ ଉପସ୍ଥିତି ନାହିଁ। ତେଣୁ ବିରୋଧୀ ସ୍ଥାନ ଏବେ ଖାଲି ପଡ଼ିଛି, ଯାହାକୁ କଂଗ୍ରେସ ଏକ ଜାତୀୟ ଦଳ ଭାବେ ପୂରଣ କରିପାରିବ ବୋଲି ବିଶ୍ୱାସ ହେଉନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି ଅଞ୍ଚଳରେ ବନ୍ଦର ପ୍ରଭାବ ଶୂନ: ଦୋକାନ ବଜାର ଖୋଲା

ଦାରିଙ୍ଗବାଡ଼ି, ୨୮।୧(ଅରୁଣ ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ…

ନୀରବି ଗଲେ ମହାରାଷ୍ଟ୍ର ରାଜନୀତିର ‘ପିତାମହ’: ଦାଦାଙ୍କଠାରୁ ଶିଖିଥିଲେ କୌଶଳ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଜିଲା ପରିଷଦ…

ଓଡ଼ିଶା ବନ୍ଦ ପ୍ରଭାବ: ରାସ୍ତାରେ ଛିଡା ହୋଇଛି ଶହ ଶହ ଗାଡ଼ି

ଧର୍ମଶାଳା,୨୮।୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ ରାସ୍ତା ବନ୍ଦ…

ପ୍ଲେନ୍‌ କ୍ରାଶ୍‌ରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୬ ଜଣଙ୍କ ପରଲୋକ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ଅଜିତ ପାୱାରଙ୍କ ବିମାନ କ୍ରାଶ: ଅବତରଣ କରୁଥିବାବେଳେ ଜଳିଗଲା

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ଅଜିତ ପାୱାର ମଧ୍ୟ ବିମାନରେ…

ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ବରଗଡ଼ରେ ଗାଡି ଚଳାଚଳ ଠପ୍‌

ବରଗଡ,୨୮।୧(ପ୍ରେମାନନ୍ଦ ଖମାରୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସଂଯୁକ୍ତ କୃଷକ ସଙ୍ଗଠନ, କୋଶଲ ସେନା, କଂଗ୍ରେସ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri