Posted inଫୁରସତ

ସବୁଠୁ ବଡ଼ ଠକ ‘ନଟବରଲାଲ’

ନଟବରଲାଲ, ଏଇ ନାଁ ଚୋରି ଓ ଠକେଇର ପ୍ରତୀକ ପାଲଟିଛି। କାରଣ ଏଇ ନାମଧାରୀ ବ୍ୟକ୍ତିଜଣକ ଭାରତରେ ବଡ଼ ବଡ଼ ଠକେଇ ସହ ସମ୍ପୃକ୍ତ ଥିଲେ। ଆଉ ସେଇ ଠକେଇ ଏତେ ବଡ ଥିଲା ଯେ, ଯେ କେହି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଲାଲକିଲ୍ଲା ଓ ତାଜମହଲକୁ ବିକ୍ରି କରିପାରିଥିବା ଏହି ବିଶିଷ୍ଟ ଠକ ୧୯୧୨ରେ ଜନ୍ମଗ୍ରହଣ କରିଥିଲେ। ସେ ବିହାରର ସିୱାନ ଜିଲାର ନିବାସୀ ଥିଲେ। ସେ ଚୋରି ଓ ଜାଲସାଜି କରିବା ପାଇଁ ସେ ନିଜର ଅନେକ ନାମ ରଖିଥିଲେ। ତେବେ ତାଙ୍କର ବାସ୍ତବିକ ନାମ ଥିଲା ମିଥିଲେଶ କୁମାର ଶ୍ରୀବାସ୍ତବ। ଅନେକେ କହନ୍ତି, ନଟବର ଲାଲର ୫୦ରୁ ଊର୍ଦ୍ଧ୍ୱ ନାମ ଥିଲା। ସେହି ସବୁ ନାମ ସାହାଯ୍ୟରେ ସେ ଠକେଇ କରୁଥିଲେ। ତା’ର ଚୋରିର ଆରମ୍ଭ ୧୦୦୦ଟଙ୍କାରୁ ହୋଇଥିଲା। ସେ ଡୁପ୍ଲିକେଟ୍‌ ହସ୍ତାକ୍ଷର କରିବାରେ ମାହିର ଥିଲେ। ସେ କାହାର ବି ହସ୍ତାକ୍ଷରର ନକଲ ସହଜରେ କରିପାରୁଥିଲେ। ପ୍ରଥମ ଠକେଇ ବି ସେ ପଡୋଶୀଙ୍କ ଡୁପ୍ଲିକେଟ ହସ୍ତାକ୍ଷର କରି ବ୍ୟାଙ୍କରୁ ଟଙ୍କା ଉଠାଇ କରିଥିଲେ। ପାଠ ପଢି ସେ ଜଣେ ଓକିଲ ହୋଇଥିଲେ। ଏହାପରେ ଷ୍ଟକ ବ୍ରୋକର୍‌ ଓ କପଡା ବ୍ୟବସାୟ ବି କରିଥିଲେ। ହେଲେ ସେହି ପେସାସବୁ ପସନ୍ଦ ଆସି ନ ଥିଲା। ଆଉ ତାକୁ ଛାଡି ଠକେଇର ରାସ୍ତା ଆପଣେଇଥିଲେ। ବହୁ ଲୋକଙ୍କଠାରୁ ସେ ଲକ୍ଷ ଲକ୍ଷ ଠକିଲେ। ଧରାପଡିଲେ ଫେରାର ହେବାର ବି ସେ ଥିଲେ ମାହିର। ଏମିତି କି ପୋଲିସ୍‌ ଧରିବାପରେ ବି ସେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ସେ ଭଲ କଥା କହି ଲୋକଙ୍କୁ ନିଜ ଜାଲରେ ଫସାଇ ପାରୁଥିଲେ। ଏହି ଛୋଟମୋଟ ଠକେଇ ବାଦ୍‌ ବହୁ ବଡ ଠକେଇ ବି କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଅନେକଥର ଲାଲକିଲ୍ଲା ଓ ତାଜମହଲକୁ ବିକ୍ରି କରିଛନ୍ତି। ସେ ପୁଣି ବିଦେଶୀଙ୍କୁ। ତାଙ୍କ ଠକେଇର କୌଣସି ସୀମା ନ ଥିଲା। ସେ ତ ଭାରତର ରାଷ୍ଟ୍ରପତି ଭବନକୁ ବି ବିକ୍ରି କରିଦେଇଥିଲେ। ଆଉ ଏହାକୁ ସେ ରାଷ୍ଟ୍ର୍ରପତିଙ୍କ ଡୁପ୍ଲିକେଟ୍‌ ହସ୍ତାକ୍ଷର କରି ସମ୍ଭବ କରିପାରିଥିଲେ। ପାର୍ଲାମେଣ୍ଟ ହାଉସ୍‌କୁ ବି ବିକିବାରେ ସଫଳ ହୋଇଥିଲେ। ଫଳରେ ନଟବରଲାଲ ଉପରେ ଠକେଇ ଆରୋପରେ ୮ ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିଲା। ୭୦, ୮୦ ଓ ୯୦ ଦଶକରେ ନଟବରଲାଲ ସାରା ଭାରତରେ ବେଶ୍‌ ପରିଚିତ ନାଁଟିଏ ପାଲଟି ଯାଇଥିଲେ। ବହୁ ବଡ ବଡ ବ୍ୟବସାୟୀ ତାଙ୍କର ଜାଲରେ ଫସିଥିଲେ। ତାଙ୍କର ଏହି କାମ ପାଇଁ ତାଙ୍କୁ ୧୧୧ ବର୍ଷର କାରାଦଣ୍ଡ ଦିଆଯାଇଥିଲା। ଏହା ବାଦ୍‌ ବି ସେ ଜେଲରୁ ଅନେକ ଥର ଫେରାର୍‌ ହୋଇଯାଇଥିଲେ। ୨୦୦୪ରେ ନଟବରଲାଲଙ୍କ ନାଁ ଶେଷଥର ଉଠିଥିଲା। ସେତେବେଳେ ଜଣେ ଓକିଲ ଦାବି କରିଥିଲେ ଯେ,ନଟବରଲାଲ ତା’ ସମ୍ପତ୍ତି ଉକ୍ତ ଓକିଲଙ୍କ ନାମରେ କରେଇଦେଇଛନ୍ତି। ଏହାପରେ ନଟବରଲାଲର ମୃତ୍ୟୁ କେବେ ଓ କେମିତି ହେଲା ତାହା ଏବେ ବି ସ୍ପଷ୍ଟ ହୋଇପାରିନାହିଁ। ଅନେକେ କହନ୍ତି, ନଟବର ଲାଲ ୨୦୦୯ରେ ମୃତ୍ୟୁବରଣ କରିଥିଲେ କିନ୍ତୁ ପରିବାର ଲୋକ ଦାବି କରନ୍ତି, ସେ ୧୯୯୬ରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଭାଇଙ୍କ କହିବାନୁସାରେ ଶେଷଥର ସେ ଏହି ମସିହାରେ ଜେଲ୍‌ରୁ ଖସିଥିଲେ। ଆଉ ପରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଭାଇ ଅନ୍ତିମ ସଂସ୍କାର କରିଥିବା ଦାବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ଶାଳୀଙ୍କୁ ନେଇ ଫେରାର ହୋଇଯାଉଥିଲେ ଭିଣୋଇ: ବାଟରେ ଘଟିଲା…

ଭୋପାଳ,୧୬।୭:ମଧ୍ୟପ୍ରଦେଶର ମୋରେନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ପ୍ରେମ ସମ୍ପର୍କ ଯୋଗୁ ସର୍ବସାଧାରଣରେ ନିର୍ମମ ଦଣ୍ଡ ଦିଆଯାଇଥିଲା। ଜିଲାର କିଚୋଲ…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri