Posted inଫୁରସତ

ସବୁଠୁ ବଡ଼ ଠକ ‘ନଟବରଲାଲ’

ନଟବରଲାଲ, ଏଇ ନାଁ ଚୋରି ଓ ଠକେଇର ପ୍ରତୀକ ପାଲଟିଛି। କାରଣ ଏଇ ନାମଧାରୀ ବ୍ୟକ୍ତିଜଣକ ଭାରତରେ ବଡ଼ ବଡ଼ ଠକେଇ ସହ ସମ୍ପୃକ୍ତ ଥିଲେ। ଆଉ ସେଇ ଠକେଇ ଏତେ ବଡ ଥିଲା ଯେ, ଯେ କେହି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଲାଲକିଲ୍ଲା ଓ ତାଜମହଲକୁ ବିକ୍ରି କରିପାରିଥିବା ଏହି ବିଶିଷ୍ଟ ଠକ ୧୯୧୨ରେ ଜନ୍ମଗ୍ରହଣ କରିଥିଲେ। ସେ ବିହାରର ସିୱାନ ଜିଲାର ନିବାସୀ ଥିଲେ। ସେ ଚୋରି ଓ ଜାଲସାଜି କରିବା ପାଇଁ ସେ ନିଜର ଅନେକ ନାମ ରଖିଥିଲେ। ତେବେ ତାଙ୍କର ବାସ୍ତବିକ ନାମ ଥିଲା ମିଥିଲେଶ କୁମାର ଶ୍ରୀବାସ୍ତବ। ଅନେକେ କହନ୍ତି, ନଟବର ଲାଲର ୫୦ରୁ ଊର୍ଦ୍ଧ୍ୱ ନାମ ଥିଲା। ସେହି ସବୁ ନାମ ସାହାଯ୍ୟରେ ସେ ଠକେଇ କରୁଥିଲେ। ତା’ର ଚୋରିର ଆରମ୍ଭ ୧୦୦୦ଟଙ୍କାରୁ ହୋଇଥିଲା। ସେ ଡୁପ୍ଲିକେଟ୍‌ ହସ୍ତାକ୍ଷର କରିବାରେ ମାହିର ଥିଲେ। ସେ କାହାର ବି ହସ୍ତାକ୍ଷରର ନକଲ ସହଜରେ କରିପାରୁଥିଲେ। ପ୍ରଥମ ଠକେଇ ବି ସେ ପଡୋଶୀଙ୍କ ଡୁପ୍ଲିକେଟ ହସ୍ତାକ୍ଷର କରି ବ୍ୟାଙ୍କରୁ ଟଙ୍କା ଉଠାଇ କରିଥିଲେ। ପାଠ ପଢି ସେ ଜଣେ ଓକିଲ ହୋଇଥିଲେ। ଏହାପରେ ଷ୍ଟକ ବ୍ରୋକର୍‌ ଓ କପଡା ବ୍ୟବସାୟ ବି କରିଥିଲେ। ହେଲେ ସେହି ପେସାସବୁ ପସନ୍ଦ ଆସି ନ ଥିଲା। ଆଉ ତାକୁ ଛାଡି ଠକେଇର ରାସ୍ତା ଆପଣେଇଥିଲେ। ବହୁ ଲୋକଙ୍କଠାରୁ ସେ ଲକ୍ଷ ଲକ୍ଷ ଠକିଲେ। ଧରାପଡିଲେ ଫେରାର ହେବାର ବି ସେ ଥିଲେ ମାହିର। ଏମିତି କି ପୋଲିସ୍‌ ଧରିବାପରେ ବି ସେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ସେ ଭଲ କଥା କହି ଲୋକଙ୍କୁ ନିଜ ଜାଲରେ ଫସାଇ ପାରୁଥିଲେ। ଏହି ଛୋଟମୋଟ ଠକେଇ ବାଦ୍‌ ବହୁ ବଡ ଠକେଇ ବି କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଅନେକଥର ଲାଲକିଲ୍ଲା ଓ ତାଜମହଲକୁ ବିକ୍ରି କରିଛନ୍ତି। ସେ ପୁଣି ବିଦେଶୀଙ୍କୁ। ତାଙ୍କ ଠକେଇର କୌଣସି ସୀମା ନ ଥିଲା। ସେ ତ ଭାରତର ରାଷ୍ଟ୍ରପତି ଭବନକୁ ବି ବିକ୍ରି କରିଦେଇଥିଲେ। ଆଉ ଏହାକୁ ସେ ରାଷ୍ଟ୍ର୍ରପତିଙ୍କ ଡୁପ୍ଲିକେଟ୍‌ ହସ୍ତାକ୍ଷର କରି ସମ୍ଭବ କରିପାରିଥିଲେ। ପାର୍ଲାମେଣ୍ଟ ହାଉସ୍‌କୁ ବି ବିକିବାରେ ସଫଳ ହୋଇଥିଲେ। ଫଳରେ ନଟବରଲାଲ ଉପରେ ଠକେଇ ଆରୋପରେ ୮ ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଥିଲା। ୭୦, ୮୦ ଓ ୯୦ ଦଶକରେ ନଟବରଲାଲ ସାରା ଭାରତରେ ବେଶ୍‌ ପରିଚିତ ନାଁଟିଏ ପାଲଟି ଯାଇଥିଲେ। ବହୁ ବଡ ବଡ ବ୍ୟବସାୟୀ ତାଙ୍କର ଜାଲରେ ଫସିଥିଲେ। ତାଙ୍କର ଏହି କାମ ପାଇଁ ତାଙ୍କୁ ୧୧୧ ବର୍ଷର କାରାଦଣ୍ଡ ଦିଆଯାଇଥିଲା। ଏହା ବାଦ୍‌ ବି ସେ ଜେଲରୁ ଅନେକ ଥର ଫେରାର୍‌ ହୋଇଯାଇଥିଲେ। ୨୦୦୪ରେ ନଟବରଲାଲଙ୍କ ନାଁ ଶେଷଥର ଉଠିଥିଲା। ସେତେବେଳେ ଜଣେ ଓକିଲ ଦାବି କରିଥିଲେ ଯେ,ନଟବରଲାଲ ତା’ ସମ୍ପତ୍ତି ଉକ୍ତ ଓକିଲଙ୍କ ନାମରେ କରେଇଦେଇଛନ୍ତି। ଏହାପରେ ନଟବରଲାଲର ମୃତ୍ୟୁ କେବେ ଓ କେମିତି ହେଲା ତାହା ଏବେ ବି ସ୍ପଷ୍ଟ ହୋଇପାରିନାହିଁ। ଅନେକେ କହନ୍ତି, ନଟବର ଲାଲ ୨୦୦୯ରେ ମୃତ୍ୟୁବରଣ କରିଥିଲେ କିନ୍ତୁ ପରିବାର ଲୋକ ଦାବି କରନ୍ତି, ସେ ୧୯୯୬ରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଭାଇଙ୍କ କହିବାନୁସାରେ ଶେଷଥର ସେ ଏହି ମସିହାରେ ଜେଲ୍‌ରୁ ଖସିଥିଲେ। ଆଉ ପରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଭାଇ ଅନ୍ତିମ ସଂସ୍କାର କରିଥିବା ଦାବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri