Posted inଫୁରସତ

ମଡେଲ ବିଲେଇ

ମଡେଲଙ୍କ ଜୀବନ ଚାକଚକ୍ୟ ଭରା। ଅନେକ ରୋଜଗାର କରନ୍ତି ଓ ଅୟସଭରା ଜୀବନ ଅତିବାହିତ କରନ୍ତି। ତେଣୁ ଅନେକେ ଏହି ମଡେଲିଂ ଜଗତକୁ ଆସିବାକୁ ଚାହାନ୍ତି। ହେଲେ ଆକର୍ଷକ ଚେହେରା ଓ ବଳିଷ୍ଠ ବ୍ୟକ୍ତିତ୍ୱ ଆବଶ୍ୟକ ଏଥିପାଇଁ। ସେଥିପାଇଁ ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏନା। କିନ୍ତୁ ମାଓ ମାଓ ନାମକ ଏକ ଧଳାରଙ୍ଗର ସୁନ୍ଦର ବିଲେଇ ମଡେଲ ସାଜି ସମସ୍ତଙ୍କୁ ଚକିତ କରି ଦେଇଛି। ଦୁଇ ବର୍ଷ ବୟସର ଏହି ବ୍ରିଟିଶ ଶର୍ଟହେୟାର ବିଲେଇ ଏବେ ଚାଇନାରେ ପ୍ରଫେଶନାଲ ମଡେଲ ସାଜିଛି। ଆଉ ଥରେ କାମ କଲେ ରୋଜଗାର କରୁଛି ୭୭୫-୧୫୫୦ ଡଲାର। ମାଓ ମାଓର ମାଲିକ ଅଟୋମୋଟିଭ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ଥରେ ଏକ ଅଟୋ ଶୋ’ରେ ସେ ମାଓ ମାଓକୁ ସୁନ୍ଦରଭାବେ ସଜାଇ ଏକ କାର ଭିତରେ ବସାଇ ଦେଇଥିଲେ। ହଠାତ୍‌ ଲୋକ ଏହି ସୁନ୍ଦରୀ ବିଲେଇ ପ୍ରତି ଆକୃଷ୍ଟ ହୋଇ ସେହି ଗାଡି ପାଖରେ ଭିଡ ଜମେଇଲେ। ତା’ର ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ଶେୟାର କଲେ। ଫଳରେ ସେହି ଗାଡିର ପ୍ରମୋଶନ ହୋଇଗଲା। ଏହାପରେ ସେ ମାଓ ମାଓକୁ କାର୍‌ ମଡେଲ ସଜେଇଦେଲେ। ମାଓ ମାଓକୁ ବି ସୁନ୍ଦରଭାବେ ସଜାଇ ହୋଇ ବିଭିନ୍ନ ପୋଜ୍‌ ଦେବାକୁ ବହୁତ ଭଲ ଲାଗେ। ଯେମିତି କି ସମସ୍ତେ ତା’ ଆଡକୁ ଆକର୍ଷିତ ହେବେ। ମାସକୁ ପ୍ରାୟ ୪ ଥର ସେ କାର୍‌ ପାଇଁ ମଡେଲ ସାଜେ। ଆଉ ଭଲ ରୋଜଗାର କରେ। ଏହା ବଦଳରେ ତା’ର ମାଲିକ ତାକୁ ଦାମୀ କ୍ୟାଟ୍‌ ଫୁଡ୍‌ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri