ଜରାଜୀର୍ଣ୍ଣ ଯାତ୍ରୀ ନିବାସ, ଅସୁରକ୍ଷିତ ଅତିଥି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଦ୍ୱାରା ପରିଚାଳିତ ସ୍ଥାନୀୟ କଟକ ରୋଡ଼ସ୍ଥିତ ଯାତ୍ରୀ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଛାତରୁ ସିଲିଂ ଖସି ରଡ୍‌ ଦେଖାଯାଉଛି ତ ଆଉ କେଉଁଠି ଖଣ୍ଡଖଣ୍ଡ ପଲସ୍ତରା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। କେଉଁ କୋଠରୀର କବାଟ, ଝରକା ନାହିଁ ତ ଆଉ କେଉଁଟା ମାଲ୍‌ଖାନା ଭଳି ଦୃଶ୍ୟମାନ ହେଉଛି। କାନ୍ଥ ଓ ଛାତ ଫାଟି ଆଁ ମେଲିଥିବାବେଳେ କୋଠାର ବିଭିନ୍ନ ସ୍ଥାନରେ ଗଛ ଉଠି ବଢ଼ିବାକୁ ଲାଗିଛି। ଫଳରେ ଅସୁରକ୍ଷିତ ଅବସ୍ଥାରେ ଅତିଥି ରହୁଥିଲେ ମଧ୍ୟ ଆବଶ୍ୟକ ମରାମତି ନ କରି ଦଦରା ଭିତ୍ତିଭୂମିରେ ବିଏମ୍‌ସିକୁ ରୋଜଗାର ନିଶା ଘାରିଛି। ସହରର ପ୍ରମୁଖ ସ୍ଥାନରେ ଥିବା ଏହି ଯାତ୍ରୀ ନିବାସରେ ରାଜ୍ୟ ତଥା ବାହାରୁ ଆସୁଥିବା ପର୍ଯ୍ୟଟକ ଆଶ୍ରୟ ନେଇଥା’ନ୍ତି। ବିଶେଷକରି ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ମେଳା ଓ ପ୍ରଦର୍ଶନୀ ଆୟୋଜିତ ହେଲେ ଏଠାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ। ଅନ୍ୟ ହୋଟେଲ ଓ ଲଜ୍‌ ତୁଳନାରେ କମ୍‌ ଭଡ଼ା ସହ ଅଧିକ ସୁବିଧା ଆଶାରେ ଲୋକେ ଏଠାରେ ରହିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ମାତ୍ର ଇତିମଧ୍ୟରେ ବିଏମ୍‌ସି ଯାତ୍ରୀ ଭଡ଼ା ବଢ଼ାଇଥିଲେ ମଧ୍ୟ ସେଭଳି ସେବା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି। ବିଏମ୍‌ସି ନିର୍ଦ୍ଧାରିତ ଦେୟ ନେଉଥିଲେ ମଧ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେଉ ନ ଥିବାରୁ ପର୍ଯ୍ୟଟକ ବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅନ୍ୟପକ୍ଷରେ ଯାତ୍ରୀନିବାସ ଅଗଣାରେ ଅତିଥିମାନେ କିଛି ସମୟ ବିତାଇ ମନକୁ ହାଲ୍‌କା କରିଥାନ୍ତି। ହେଲେ ଏବେ ସେଠାରେ ପାର୍କ ସାମଗ୍ରୀ ଗଦା ହୋଇ ରହିଛି। କୋଭିଡ୍‌ କାଳରେ ଏହାକୁ କୋଭିଡ୍‌ ସେଣ୍ଟର କରାଯାଇଥିବାବେଳେ ଯାତ୍ରୀ ନିବାସର ହଲରେ କୋଭିଡ୍‌ ସରଞ୍ଜାମ ଭରି ରହିଛି। କେତେକ କୋଠରୀରେ ଯାତ୍ରୀ ରହୁଥିବାବେଳେ ସନ୍ଧ୍ୟା ହେବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ସହିବାକୁ ପଡ଼ୁଛି। ତଳ ମହଲାରେ ଥିବା ୧୪ଟି କୋଠରୀ ଓ ହଲ୍‌ ରହିଥିବାବେଳେ ଏଠାରେ ବିଏମ୍‌ସି ଓ୍ବାର୍ଡ ନଂ.୩୧, ୩୨ ଓ ୩୩ର ଓ୍ବାର୍ଡ ଅଫିସ୍‌ ଚାଲିଛି। ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉପର ମହଲାର ୧୪ଟି କଠୋରୀ ମଧ୍ୟରୁ ଗୋଟିଏରେ ଯାତ୍ରୀନିବାସ କାର୍ଯ୍ୟାଳୟ ରହିଛି। ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରୁ ଜବତ ହୋଇଥିବା ପଲିଥିନ୍‌ ସହ ଆହାର କେନ୍ଦ୍ରର ସରଞ୍ଜାମ ଗଦା ହୋଇ ରହିଛି। ତଳ ମହଲାରେ ପ୍ରତି କୋଠରୀ ସଂଲଗ୍ନ ଶୌଚାଳୟ ରହିଥିବାବେଳେ ଉପର ମହାଲାରେ ଏ ସୁବିଧା ନାହିଁ। କିନ୍ତୁ ତଳ ମହଲା ପରିବର୍ତ୍ତେ ଉପର ମହଲାରେ ହିଁ ଅଧିକାଂଶ ଯାତ୍ରୀଙ୍କୁ ରଖାଯାଉଥିବାରୁ ସେମାନେ ହଇରାଣ ହେଉଛନ୍ତି। ପୁଣି ଶୌଚାଳୟରେ ଅନେକ ସମୟରେ ପାଣି ଓ ମଳ ନିସ୍କାସନଜନିତ ସମସ୍ୟା ଉପୁଜୁଛି। ଅନ୍ୟପଟେ କୋଭିଡ୍‌ ପରବର୍ତ୍ତୀ ସମୟରେ ଏଠାରେ ଭଡ଼ା ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁ କୋଠରୀରେ ଶଯ୍ୟା ପିଛା ୧୨ ଘଣ୍ଟା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ୁଥିଲା, ତାହା ବର୍ତ୍ତମାନ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୩୫୦ ଟଙ୍କାରେ ଉପଲବ୍ଧ ହେଉଥିବା ଶଯ୍ୟାର ଦେୟ ୫୦୦ଟଙ୍କାକୁ ବର୍ଦ୍ଧିତ କରାଯାଇଛି। ଯାତ୍ର୍ରୀ ନିବାସକୁ ଅସୁରକ୍ଷିତ ଘୋଷଣା କରିବା ପାଇଁ ଯନ୍ତ୍ରୀ ଖଣ୍ଡ-୧ ଏବଂ ରାଜ୍ୟସରକାରଙ୍କ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ଅବଗତ କରାଯାଇଥିବା ସୂଚନା ମିଳିଥିଲେ ମଧ୍ୟ ଏନେଇ ବିଏମ୍‌ସି ଅଧିକାରୀ ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri