ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଖଣ୍ଡେ ମାତ୍ର ଭୋଟ ଅଧିକ ପାଇଲେ ସେ ନିର୍ୱାଚିତ ହେଲେ ବୋଲି ଧରାଯାଏ। ରାଜନୀତିରେ କ-ବ-ଚ ଜାଣି ନ ଥିବା ପ୍ରାର୍ଥୀମାନେ ବି ସଂସଦ ଓ ବିଧାନସଭାକୁ ନିର୍ୱାଚିତ ହେଲାଭଳି ଉଦାହରଣ ଆମ ଇତିହାସରେ ବିରଳ ନୁହେଁ। ଏକଦା ପ୍ରଖ୍ୟାତ ରାଜନୀତିଜ୍ଞ ହେମବତୀ ନନ୍ଦନ ବହୁଗୁଣାଙ୍କୁ ହରାଇ ସିନେ ତାରକା ଅମିତାଭ ବଚ୍ଚନ ସଂସଦକୁ ନିର୍ୱାଚିତ ହୋଇଥିଲେ। ମିର୍ଜାପୁର ଆସନରୁ ଦସ୍ୟୁ ନାୟିକା ଫୁଲନ ଦେବୀ, ସୋହାଗପୁର ଆସନରୁ କିନ୍ନର ପ୍ରାର୍ଥୀ ସବ୍‌ନମ୍‌ ମୌସୀ ଏବଂ ବିହାରରୁ ବାହୁବଳୀ ପପୁ ଯାଦବ ନିର୍ୱାଚିତ ହେବା କଥା ସମସ୍ତେ ଜାଣନ୍ତି। ଏମାନଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳି ନ ଥିଲା ତ ଆଉ କ’ଣ କୁହାଯାଇ ପାରେ?
ଆମ ଦେଶର ବିଧାନସଭାଗୁଡ଼ିକରେ ବିଧାୟକଙ୍କ ମୋଟ ସଂଖ୍ୟା ୪,୦୩୩। ସେମାନଙ୍କ ମଧ୍ୟରୁ ଶତକଡ଼ା ୨୮ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ସେହିପରି ଶତକଡ଼ା ୪୭ ଜଣ ମନ୍ତ୍ରୀ ଅଭିଯୁକ୍ତ ତାଲିକାରେ ଅଛନ୍ତି। ଆମ ରାଜ୍ୟର ୮୫ ଜଣ ବିଧାୟକଙ୍କ ନାମରେ ଅଛି ଆପରାଧିକ ମାମଲା। କୌଣସି ମତଦାତା କ’ଣ କେବେ ଚାହିଁବ ଜଣେ ଅଭିଯୁକ୍ତଙ୍କୁ ତା’ ଭୋଟ ଖଣ୍ଡିକ ଦେଇଦେବାକୁ?
କୋଟିପତିଙ୍କ ସଂଖ୍ୟା ଦେଖିଲେ, ଲୋକ ସଭାରେ ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ୫୦୪ ଜଣ କୋଟିପତି। ଓଡ଼ିଶା ବିଧାନସଭାରେ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ ଜଣ କୋଟିପତି। ଏହି ଲୋକପ୍ରତିନିଧିମାନେ ଲକ୍ଷ ଲକ୍ଷ ଭୋଟରେ ଜିତିଯିବା କମ୍‌ ବିଡ଼ମ୍ୱନାର ବିଷୟ ନୁହେଁ।
ରାଜ୍ୟ ଓ କେନ୍ଦ୍ରରେ ଯେଉଁ ଦଳ ସରକାର ଗଠନ କରିଛନ୍ତି ସେମାନେ କମ୍‌ ଭୋଟ ପାଇ ବେଶି ଆସନ ଦଖଲ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ୱାଚନକୁ ତର୍ଜମା କଲେ ଏହା ଅଧିକ ସ୍ପଷ୍ଟ ହୁଏ। ଭାଜପା ଶତକଡ଼ା ୨୦ ଭାଗ ଭୋଟ ପାଇ ୮୯ଟି ଆସନ, ଜେଡିୟୁ ଶତକଡ଼ା ୧୯ ଭାଗ ଭୋଟ ପାଇ ୮୫ଟି ଆସନ ଏବଂ ଆର୍‌ଜେଡି ଶତକଡ଼ା ୨୩ ଭାଗ ଭୋଟ ପାଇ ୨୫ଟି ଆସନ ଦଖଲ କରିଛି। ଭୋଟ କମ୍‌ ଆସନ ବେଶି, ଆସନ କମ୍‌ ଭୋଟ ବେଶି। ବିହାର ବିଧାନସଭା ନିର୍ୱାଚନରେ ଶତକଡ଼ା ୬୭ ଭାଗ ଭୋଟର ଭୋଟ ଦେଇଥିଲେ। ଅବଶିଷ୍ଟ ୩୩ ଭାଗ ଭୋଟର ଭୋଟଦାନରୁ ବିରତ ରହିଥିଲେ। ଏନ୍‌ଡିଏ ମେଣ୍ଟ ଶତକଡ଼ା ୪୬ ଭାଗ ଭୋଟ ପାଇ ସରକାର ଗଠନ କରିଛି। ସୁତରାଂ ଏନ୍‌ଡିଏ ବିପକ୍ଷରେ ୫୪ ଭାଗ ଭୋଟ ପଡ଼ିଛି। ଗାଣିତିକ ଭାବେ ଅନୁଶୀଳନ କଲେ ଶହକେ ମାତ୍ର ୧୩ ଜଣଙ୍କ ଭୋଟ ପାଇଥିବା ଏନ୍‌ଡିଏ ଅବଶିଷ୍ଟ ୮୭ ଜଣଙ୍କ ଉପରେ ଶାସନ କରୁଛି। ଏହି ଧରଣର ନିର୍ୱାଚନ ପଦ୍ଧତି ଯୋଗୁ ଆମ ଦେଶରେ ସରକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚତ୍ ପାରୁନାହିଁ। ନିର୍ଦ୍ଦିଷ୍ଟ କେତେଜଣ ମୁଷ୍ଟିମେୟ ଜନତାଙ୍କ ସ୍ୱାର୍ଥସାଧନରେ ଏହା ସହାୟକ ହେଉଛି। ବାସ୍ତବ ପକ୍ଷେ ଯୋଜନା ବାଟବଣା ହୋଇଯାଉଛି। କହିବା ନିଷ୍ପ୍ରୟୋଜନ ଯେ ଦକ୍ଷ ଓ ନିଃସ୍ୱାର୍ଥପର ଲୋକପ୍ରତିନିଧିଙ୍କ ଅଭାବରୁ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି।
ପାଞ୍ଚ ବର୍ଷର ଅବଧି ପୂରଣ ପୂର୍ୱରୁ ରାଜ୍ୟ ତଥା ଦେଶର ସରକାର ଭାଙ୍ଗିଯିବା, କୋଟି କୋଟି ଟଙ୍କାରେ ଆମ ପ୍ରତିନିଧିମାନେ ମୁଣ୍ଡ ବିକିବା, ଏ ଦଳ ଛାଡ଼ି ସେ ଦଳକୁ ଡେଇଁପଡ଼ିବା, ଆସ୍ଥା-ଅନାସ୍ଥାରେ ସରକାର ଇସ୍ତଫା ଦେବା ଆଦି ଘଟଣା ଆମେ ବହୁବାର ଦେଖିଛନ୍ତି। ବାରମ୍ୱାର ନିର୍ୱାଚନ ସଂସ୍କାର ହେଉଛି, ମାତ୍ର ଏହାର କୌଣସି ସମାଧାନ ହୋଇପାରୁ ନାହିଁ।
ଆମ ବିଚାରରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଏସବୁ ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିପାରିବ। ଏହି ବ୍ୟବସ୍ଥାରେ ନିର୍ୱାଚନରେ କୌଣସି ପ୍ରାର୍ଥୀ ନ ଲଢ଼ି ପାର୍ଟି ଲଢ଼ିବ। ଯେଉଁ ଦଳ ଶତକଡ଼ା ଯେତେ ଭୋଟ ପାଇବ ସେହି ଅନୁପାତରେ ସଂସଦ ଓ ବିଧାନସଭାକୁ ପ୍ରତିନିଧି ପଠାଇ ପାରିବ। ନିର୍ୱାଚନ ପୂର୍ୱରୁ ଦଳ ଦାଖଲ କରିଥିବା ଯୋଗ୍ୟ ତାଲିକାରୁ ନିର୍ୱାଚନ କମିଶନ ପ୍ରତିନିଧି ଗ୍ରହଣ କରିବେ। ପରିଣାମରେ ସରକାର ଏକକ କିମ୍ୱା ମିଳିତ ହୋଇପାରେ। କୌଣସି ପ୍ରତିନିଧିଙ୍କ ମୃତ୍ୟୁ ଘଟିଲେ ବା ସେ ଇସ୍ତଫା ଦେଲେ ସେହି ଆସନରେ ପୁଣି ଉପନିର୍ୱାଚନ ହେଉଛି। କିନ୍ତୁ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ତାହା ହେବ ନାହିଁ। ପୂର୍ୱ ପ୍ରଦତ୍ତ କ୍ରମ ତାଲିକାରୁ ନିର୍ୱାଚନ କମିଶନ ପରବର୍ତ୍ତୀ ପ୍ରତିନିଧି ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳ ପୂରା ଅବଧି ପୂର୍ଣ୍ଣ କରିବ। ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ପ୍ରଶ୍ନ ଉଠିବ ନାହିଁ। ଅନ୍ୟ ପକ୍ଷରେ ଅସାଧୁ ଓ ଅପରାଧୀମାନେ ପ୍ରତିନିଧି ହେବାରୁ ବଞ୍ଚତ୍ତ ହେବେ। ଅର୍ଥବଳ ଓ ବାହୁବଳର ପତିଆରା ଏଠାରେ ଅକାମୀ ହୋଇଯିବ।
ବିଶ୍ୱରେ ୮୫ଟି ଦେଶରେ ଏହି ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଆସୁଛି। ସେଗୁଡ଼ିକ ମଧ୍ୟରୁ ଜର୍ମାନୀ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବ୍ରାଜିଲ, କଲମ୍ୱିଆ, କ୍ରୋଏସିଆ, ଡେନ୍‌ମାର୍କ, ସ୍ୱିଡେନ୍‌, ଇଣ୍ଡୋନେସିଆ, ୟୁରୋପିଆନ ୟୁନିଅନ୍‌ ଅନ୍ୟତମ।
୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳ ଏହି ନିର୍ୱାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୯୯ରେ ଲ’ କମିଶନ ମଧ୍ୟ ଏହାକୁ ଅନୁମୋଦନ କରିଥିଲା। ମାତ୍ର କେତେକ ସ୍ୱାର୍ଥାନ୍ୱେଷୀ ପ୍ରଭାବଶାଳୀ ରାଜନେତାଙ୍କ କୁଚକ୍ରାନ୍ତ ଯୋଗୁ ଏହା ଶୀତଳ ଭଣ୍ଡାରକୁ ଚାଲିଗଲା। ଏବେ ବି ସମୟ ଅଛି ଦେଶରେ ଏହାକୁ ଲାଗୁ କରିବା ଶ୍ରେୟସ୍କର ହେବ। ଏଥିସକାଶେ ସମ୍ୱିଧାନ ସଂଶୋଧନର ଆବଶ୍ୟକତା ନାହିଁ। ସଂଖ୍ୟାଧିକ ମତରେ ଏହା ପାର୍ଲାମେଣ୍ଟରେ ଗୃହୀତ ହୋଇପାରିବ। ଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ବିପର୍ଯ୍ୟସ୍ତ କରିବାକୁ ଯାଉଥିବା ‘ଏକ ଦେଶ, ଏକ ନିର୍ୱାଚନ’ ପ୍ରକ୍ରିୟା ଆପେ ଆପେ ବିପର୍ଯ୍ୟୟର ସମ୍ମୁଖୀନ ହେବ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri