ଲାଭ ଦେଇଛି ଲଘୁଚାପ

ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ ହୋଇପାରିଲାନି ଲକ୍ଷ୍ୟଧାର୍ଯ୍ୟ। ତଥାପି ମରୁଡ଼ି ଆଶଙ୍କାରେ ଆତଙ୍କିତ ହୋଇପଡ଼ିଥିଲେ ଅନୁଗୋଳ ଜିଲାର ଚାଷୀ। ହେଲେ ସେପ୍ଟେମ୍ବରରେ ବଦଳିଗଲା ସ୍ଥିତି। ଘନ ଘନ ଲଘୁଚାପ ସହ ଲଗାଣ ବର୍ଷା ଜିଲାର ଅନେକ ଅଞ୍ଚଳକୁ ଜଳପ୍ଳାବିତ କରିଦେଲା। ଶୁଖି ଆସୁଥିବା ଚାଷୀ ମୁହଁରେ ହସ ଖେଳାଇଦେଲା। ତେବେ ଅନ୍ୟ ଜିଲାପରି ଅତି ପ୍ରବଳ ବର୍ଷା ହୋଇ ନ ଥିବାରୁ ଅନୁଗୋଳର ଚାଷୀଙ୍କୁ ମିଳିଛି ଲାଭ। ଜିଲାରେ ସେପରି ପ୍ରଭାବିତ ହୋଇନି ଧାନ ଫସଲ। ବୁଡ଼ି ରହିଥିବା ୨୫୦ ହେକ୍ଟର ଜମି ଉପରୁ ତୁରନ୍ତ ପାଣି ଛାଡ଼ିଯାଇଥିବାରୁ ଏବେ ସତେଜ ହୋଇଉଠିଛି ଧାନ ଗଛ।
ଚଳିତବର୍ଷ ଅନୁଗୋଳ ଜିଲାର ୮୬ ହଜାର ୦୪୫ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସ୍ବଳ୍ପ ବୃଷ୍ଟି ଏଥିରେ ଅନ୍ତରାୟ ସାଜିଥିଲା। ବହୁ କଷ୍ଟରେ ଚାଷୀକୁଳ ୭୧ ହଜାର ୯୦୪ ହେକ୍ଟରରେ ଫସଲ କରିଥିବାବେଳେ ୧୪ ହଜାର ୧୪୧ ହେକ୍ଟର ପଡ଼ିଆ ପଡ଼ିଥିଲା। ଏଣେ ତଳି ବୁଢ଼ା ହୋଇଯାଉଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଥିଲା। ହେଲେ ବର୍ଷାର ଦେଖା ନ ଥିଲା। ଚାଷୀମାନଙ୍କ ହତାଶ ଭାବକୁ ଦେଖି ଅଧିକ ବିଳମ୍ବ ନ କରି ଅନୁଗୋଳ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବାକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ଦାବି କରାଯାଇଥିଲା। ସରକାରୀ ସ୍ତରରେ ମଧ୍ୟ ଧାନ ଚାଷର ବିକଳ୍ପ ବ୍ୟବସ୍ଥା ଉପରେ ବିଚାର ବିମର୍ଶ ଜାରି ରହିଥିଲା। କେତେକ ବ୍ଲକରେ ତୈଳବୀଜ ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ମାତ୍ର ସେପ୍ଟେମ୍ବରରେ ପାଣିପାଗର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଲଘୁଚାପଜନିତ ବର୍ଷା ପାଣିରେ ଚାଷ ଜମି ସବୁ ଭରିଯାଇଥିଲା। ଚାଷ ହୋଇଥିବା ୮୬ ହଜାର ୦୪୫ ହେକ୍ଟର ମଧ୍ୟରୁ ମାତ୍ର ୨୫୦ ହେକ୍ଟରରେ ଫସଲ ବୁଡ଼ି ଯାଇଥିଲା। କିନ୍ତୁ ଉକ୍ତ ପାଣି ଅଧିକ ଦିନ ନ ରହିବାରୁ ଅନ୍ୟ ଜିଲାରେ ଯେପରି ଫସଲ ପଚିଶଢ଼ି ଯାଇଛି, ସେପରି କ୍ଷୟକ୍ଷତିରୁ ଅନୁଗୋଳ ଜିଲା ବର୍ତ୍ତି ଯାଇଥିଲା। ତଥାପି ଯେଉଁ ସ୍ବଳ୍ପ ପରିମାଣର କ୍ଷତି ହୋଇଛି ତାହାକୁ ତୁରନ୍ତ ଯେପରି ଭରଣା କରାଯିବ ସେ ଦିଗରେ ଦୃଷ୍ଟି ଦେବାକୁ ଜିଲାର ଚାଷୀମାନେ ଦାବି କରିଛନ୍ତି।

ଆଶଙ୍କାରୁ ମିଳିଛି ମୁକ୍ତି
ଗତ ଲଗାଣ ବର୍ଷାରେ ଅନୁଗୋଳ ଜିଲାରେ କୃଷି କାର୍ଯ୍ୟ ପ୍ରଭାବିତ ହୋଇନାହିଁ। ବରଂ ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କୁ ଆଶ୍ବସ୍ତି ମିଳିଛି। ଆଠମଲ୍ଲିକ ଅଞ୍ଚଳର ଯେଉଁ କିଛି ଜମିରେ ବର୍ଷା ପାଣି ଜମି ରହିଥିଲା, ତାହା ଦିନଟିଏ ପରେ ନିଷ୍କାସିତ ହୋଇଯାଇଛି। ଏବେ ସେଭଳି ସମସ୍ୟା ଜିଲାରେ ନାହିଁ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ

କାମରେ ଆସିବ ନାହିଁ
ଚଳିତବର୍ଷ ଠିକ୍‌ ସମୟରେ ବର୍ଷା ନ ହେବାରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଧାନ ଚାଷ ଲକ୍ଷ୍ୟଧାର୍ଯ୍ୟ ପୂରଣ କରିପାରି ନାହିଁ। ବିଶେଷକରି ଅଗଷ୍ଟରେ ସ୍ବଳ୍ପ ବୃଷ୍ଟି ଓ ଜଳସେଚନ ଅଭାବ କାରଣରୁ ବହୁ ହେକ୍ଟର ଜମି ପଡ଼ିଆ ପଡ଼ିଛି। ଚଳିତମାସରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବୁଢ଼ା ହୋଇଯାଇଥିବା ତଳି ଆଉ କାମରେ ଆସିବ ନାହିଁ।
-ସାଧୁ ଚରଣ ବାରିକ, ଚାଷୀ, କଙ୍କରେଇ, ଛେଣ୍ଡିପଦା

ଋଣ ପୈଠ ନେଇ ଚିନ୍ତାରେ
ଲଘୁଚାପ ବର୍ଷାରେ କିଛି ଧାନ ଫସଲ ନଷ୍ଟ ହୋଇଛି। ଏହାକୁ ନେଇ ଚିନ୍ତାରେ ଥିବା ଚାଷୀମାନେ ବହୁ ସ୍ଥାନରୁ ଆଣିଥିବା ଋଣ କିପରି ଶୁଝିବେ ତାହା ଭାବି ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ସହ ଚାଷୀ କିପରି ଋଣ କବଳରୁ ମୁକ୍ତ ହୋଇପାରିବେ ସେ ନେଇ ବ୍ୟବସ୍ଥା କରନ୍ତୁ।
-ସୁଜିତ ମିଶ୍ର, ଚାଷୀ, ଠାକୁରଗଡ

ଚାଷୀଙ୍କୁ ସାର ମିଳୁନି
ଲଘୁଚାପ ବର୍ଷା ପରେ ଚାଷ ପାଇଁ ଆବଶ୍ୟକ ସାର ମିଳୁ ନ ଥିବା ବେଳେ କିଛି ବିଲରେ ପାଣି ଜମି ରହିଛି। ଏଥିଯୋଗୁ ଚାଷୀମାନେ କ୍ଷତି ସହିବାର ଆଶଙ୍କା ଦେଖାଦେଇଛି। ସରକାର ଏକ ପ୍ରତିନିଧି ପଠାଇ ଧାନ ଚାଷ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଚାଷୀମାନଙ୍କୁ ସହାୟତା ନେଇ ଘୋଷଣା କରନ୍ତୁ।
-ଗୋପାଳ ନାୟକ, ମିଣ୍ଡୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri