ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନବଣ, ପର୍ଯ୍ୟଟନକ୍ଷେତ୍ର ପାଲଟିଛି ଏବେ ଗୋରୁ ଛେଳିଙ୍କ ଚରାଭୂଇଁ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): ପର୍ଯ୍ୟଟନ ଋତୁ ଆସିଲେ ଅନେକ କଥା କହେ ପାଇନବଣର ଦୃଶ୍ୟ। ଆଉ ପର୍ଯ୍ୟଟକ ଯଦି ଦାରିଙ୍ଗବାଡ଼ି ଆସିନ୍ତି ନିଶ୍ଚିତ ଉକ୍ତ ପାଇନବଣ ବୁଲିଥାନ୍ତି। ବଣଭୋଜି କରି ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ରହିଛି ବଣଭୋଜି କରି ମଜା ନେବା ପାଇଁ ସମସ୍ତ ବ୍ୟବସ୍ଥା। ହେଲେ ଏବେ ଆଉ ପାର୍କ ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ସ୍ଥାନ ହୋଇକି ନାହିଁ ଏବଂ ଏହା ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଏବେ ପର୍ଯ୍ୟଟକଙ୍କ ସ୍ଥାନରେ ଗୋରୁଙ୍କ ଚରାଭୂମି ପାଲଟିଛି ପାଇନବଣ। ଆଉ ଗୋରୁ ଚରାଳିଙ୍କ ପାଇଁ ଶିଶୁଙ୍କ ଉଦ୍ୟାନ ପାଲଟିଛି ବିଶ୍ରାମ କକ୍ଷ। ଅଞ୍ଚଳର ଏକାଧିକ ଗୋରୁ ଚରାଳି ତାଙ୍କ ଗୋରୁ ନେଇ ସିଧା ଡୁଲୁରୀ ପାଇନବଣ ଓ ତା’ ପରିସର ଭିତରେ ଥିବା ଶିଶୁ ଉଦ୍ୟାନରେ ଚରିବାକୁ ଛାଡ଼ି ଦିଅନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଘାସ ଗାଲିଚାକୁ ଗାଈ, ଛେଳି ବୁଲିବୁଲି ପେଟ ପୂରିବା ପର୍ଯ୍ୟନ୍ତ ଖାଇଥାନ୍ତି। ଗାଈଆଳମାନେ ମଧ୍ୟ ବହୁତ ଖୁସି। କାରଣ ତାଙ୍କୁ ଆଉ କେହି ଆକଟ କରିବାକୁ ନାହାନ୍ତି।

ସେହିପରି ପାଇନ ଜଙ୍ଗଲକୁ ଦୈନିକ ଆସାମିଜିକ ବ୍ୟକ୍ତିମାନେ ଆସି ପାର୍କର ଶିଶୁ ଉଦ୍ୟାନର ଦୋଳି, ବ୍ୟଞ୍ଚ, ଖେଳନାକୁ ନଷ୍ଟ କରୁଥିବା ନଜିର ରହିଛି। ଦୈନିକ ଉକ୍ତ ପାଇନ ବଣକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ଉକ୍ତ ପାର୍କରେ କେହି ସୁରକ୍ଷାକର୍ମୀ ନ ଥିବାରୁ ନିଜକୁ ଅସୁରକ୍ଷିତ ମନେ କରନ୍ତି। ଏବେ ପର୍ଯ୍ୟଟନ ଋତୁ ନ ଥିଲେ ମଧ୍ୟ ଡୁଲୁରୀ ପାଇନ ବଣରେ ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକ ବୁଲୁଥିବା ଦେଖିବାକୁ ମିଳୁଛି। କେବଳ ପର୍ଯ୍ୟଟନ ଋତୁ ଅକ୍ଟୋବର ମାସଠାରୁ ଫେବୃଆରୀ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ କରାଯାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମୁଖ୍ୟ ଫାଟକରେ ଜଗି ରହିବା ସହ ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ସଂଗ୍ରହ କରିଥାନ୍ତି କିନ୍ତୁ ଏବେ ଫେବୃଆରୀ ପରଠାରୁ କେହି ଜଗୁନାହାନ୍ତି। ଫଳରେ ପାର୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୈନିକ ଶହ ଶହ ଟଙ୍କାର ରାଜସ୍ବ ହରାଉଛି ବ୍ଲକ ପ୍ରଶାସନ। ଏହାକୁ ବ୍ଲକ ପ୍ରଶାସନ ଅଧୀନରେ ଥିବା ଟ୍ରଷ୍ଟରେ ସାମିଲ କରାଗଲେ ଏହାର ରକ୍ଷଣବେକ୍ଷଣ ଭଲ ଭାବରେ ହୋଇପାରିବ ବୋଲି ଅଞ୍ଚଳବାସୀ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ମୁକୁଳା ଛାଡ଼ି ଦେଇଥିବା ନେଇ ଅସନ୍ତୋଷ ଦେଖାଯାଇଛି।

ଏନେଇ ସ୍ଥାନୀୟ ସରପଞ୍ଚ ପାଉଲ ପ୍ରଧାନ କହିଛନ୍ତି ଯେ, ଏବେ ପର୍ଯ୍ୟଟକ ବହୁତ କମ୍‌ ଆସୁଛନ୍ତି ଏବଂ ପାଇନ ବଣରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ସରିନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜୁଥିବା ସେ କହିଛନ୍ତି।

ସେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ କଥା ହୋଇଛନ୍ତି ଶୀଘ୍ର କାର୍ଯ୍ୟ ସରିଲେ ପୁଣି ମହିଳାମାନେ ସେଠାରେ ରହି ରକ୍ଷଣାବେକ୍ଷଣ ସଫେଇ ସହ ଟିକେଟ ସଂଗ୍ରହ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏନେଇ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ କହିଛନ୍ତି, ସେ ଏବେ ଶୁଣିଲେ ସ୍ଥାନୀୟ ବିଡିଓଙ୍କ ସହ କଥା ହେଲେ ସେ ଏହାକୁ ଟ୍ରଷ୍ଟରେ ସାମିଲ କରାଇବା ପାଇଁ କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ବାଲିଗୁଡ଼ାର ନୂଆ ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri