Categories: ଖେଳ

ରିଦ୍ଧିମାନଙ୍କ ଅଭିଯୋଗର ତଦନ୍ତ ରିପୋର୍ଟ ରିଭ୍ୟୁ କରାଯିବ

ନୂଆଦିଲ୍ଲୀ, ୧୧ା୪: ଜଣାଶୁଣା ଜର୍ନାଲିଷ୍ଟ ବୋରିଆ ମଜୁମ୍‌ଦାରଙ୍କ ବିରୋଧରେ ଭାରତୀୟ ଟେଷ୍ଟ ଉଇକେଟ୍‌କିପର ରିଦ୍ଧିମାନ ଶାହା ଆଣିଥିବା ଅଭିଯୋଗ ଉପରେ ତଦନ୍ତକାରୀ ଦଳ ରିପୋର୍ଟକୁ ବିସିସିଆଇର ଆପେକ୍ସ କାଉନ୍ସିଲ ପୁନଃ ଯାଞ୍ଚ କରିବ। ଏଥିଲାଗି ଉପସଭାପତି ରାଜୀବ ଶୁକ୍ଳା, ଟ୍ରେଜରର ଅରୁଣ ଧୂମାଲ ଓ ଆପେକ୍ସ ସଦସ୍ୟ ପ୍ରଭତେଜ ଭାଟିଆଙ୍କୁ ନେଇ ବିସିସିଆଇ ଏକ ୩ ଜଣିଆ ପେନାଲ ଗଠନ କରିଛି।

୩୭ ବର୍ଷୀୟ କ୍ରିକେଟର ଗତମାସରେ କମିଟି ଆଗରେ ହାଜର ହୋଇଥିଲେ। ତାଙ୍କ ଭଳି ଜର୍ନାଲିଷ୍ଟ ବୋରିଆ ମଧ୍ୟ ପେନାଲ ଆଗରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ସାକ୍ଷାତ୍‌କାର ଦେବା ପାଇଁ ମଜୁମ୍‌ଦାର ଧମକ ଦେଇଥିବା ଶାହା ଅଭିଯୋଗ କରିଥିଲେ। ଆଶା କରାଯାଉଛି, ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକରେ ଏହି ସମସ୍ୟାର ସମାଧାନ ହେବ।

Share