Posted inଖେଳ

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛି। ଟି୨୦ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯିବ। ଏଣୁ ସୋସିଆଲ ମିଡିଆ ଜରିଆରେ ଯେକୌଣସି କୌଣସି ପ୍ରକାର ଦୁର୍ନୀତିର ନିରାକରଣ ଦିଗରେ ଏସିୟୁ କାର୍ଯ୍ୟ କରିବ। ଏହାଛଡ଼ା ଫିଜିକାଲ ସେସନ ପରିବର୍ତ୍ତେ ଭିଡ଼ିଓ କନସେଲିଂ ଜରିଆରେ ଖେଳାଳିମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯିବ। ଅଜିତ ସିଂଙ୍କ ନେତୃତ୍ୱରେ ବିସିସିଆଇର ୮ଜଣିଆ ଦଳ ମଙ୍ଗଳବାର ଦୁବାଇରେ ପହଞ୍ଚତ୍ଛି। ଏହି ଦଳ ବର୍ତ୍ତମାନ ୬ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ କଡ଼ାକଡି ଭାବେ ବାୟୋ-ବବଲ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବାକୁଯାଉଥିବାରୁ ପୂର୍ବ ସଂସ୍କରଣ ତୁଳନାରେ ଅଧିକ ସୁରକ୍ଷିତ ବୋଲି ସିଂ କହିଛନ୍ତି। ଷ୍ଟାଡିୟମରେ ଏଥର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିବନି। ଖେଳପ୍ରେମୀମାନଙ୍କୁ ଟିମ୍‌ ହୋଟେଲ ଯିବାରେ ବାରଣ ରହିଛି। ତେଣୁ ଖେଳାଳିଙ୍କୁ ଦୁର୍ନୀତିରେ ଫସାଇବା ଆଶଙ୍କା କମ୍‌। ଏସିୟୁ ୮ଟି ଦଳର ପୃଥକ୍‌ ପୃଥକ ଭାବେ ସେସନର ଆୟୋଜନ କରିବ। ବିଶେଷ କରି ଆଇପିଏଲ୍‌ ଓ ଅନ୍ତର୍ଜାତୀୟ କ୍ରିକେଟରେ ବିଶେଷ ଅଭିଜ୍ଞତା ନ ଥିବା ଯୁବ ଖେଳାଳିମାନଙ୍କ ଲାଗି ଏହି ସେସନ ବିଶେଷ ଫଳପ୍ରଦ ହେବ। ପ୍ରତିଷ୍ଠିତ ଖେଳାଳିମାନେ ପୂର୍ବରୁ ଏସିୟୁ ପ୍ରୋଟୋକଲ ସହିତ ପରିଚିତ। ଏହାସତ୍ତ୍ୱେ ସ୍ପୋଟର୍‌ସ ଇଣ୍ଟିଗ୍ରିଟି ଏଜେନ୍ସିର ସହାୟତା ନିଆଯାଇଛି। ଏହା ବେଟିଂ କାର୍ଯ୍ୟକଳାପ ଏବଂ ସନ୍ଦିଗ୍ଧ କ୍ଲାଏଣ୍ଟ ଉପରେ ନଜର ରଖିବ ବୋଲିଂ ସିଂ କହିଛନ୍ତି। ସୋସିଆଲ ମିଡିଆ କିମ୍ବା ଫୋନ୍‌ (ହ୍ବାଟ୍ସଅପ୍‌) ଜରିଆରେ ଖେଳାଳିମାନଙ୍କୁ ଦୁର୍ନୀତିରେ ଲିପ୍ତ କରାଇବାକୁ ଉଦ୍ୟମ ହୋଇ ପାରେ। ପ୍ରତିଟି ଟିମ୍‌ ସହ ଦୁଇଜଣ ସିକ୍ୟୁରିଟି ଲିଆସନ ଅଫିସର ରହିବେ, ଯେଉଁମାନେକି ବାୟୋ-ବବଲ ପରିବେଶରେ ନଜର ରଖିପାରିବେ। ବିସିସିଆଇ ଏସିୟୁ ଟିମ୍‌ର କ୍ୱାରାଣ୍ଟାଇନ ପରିୟଡ଼ ଶେଷ ହେବ ପରେ ଖେଳାଳିମାନଙ୍କ ଲାଗି ଭିଡ଼ିଓ କନସେଲିଂ ସେସନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri