ସକଳ ଶକ୍ତିର ଆଧାର

ଡ. ସୀତାଂଶୁ କୁମାର ସାମଲ

ଅତି ପୁରାତନ କାଳରୁ ବହୁ ଦୂରଦୃଷ୍ଟିସମ୍ପନ୍ନ ମନୀଷୀମାନେ ସୂର୍ଯ୍ୟଙ୍କୁ ସହସ୍ରାଂଶୁ ନାମରେ ନାମିତ କରିଛନ୍ତି। ସହସ୍ରାଂଶୁ ଶବ୍ଦର ଅର୍ଥ ହଜାର ରଶ୍ମିର ଉତ୍ସ ବା ବହୁ ଶକ୍ତିର ଉତ୍ସ। ସେହି ସମୟରେ ବିଜ୍ଞାନ ବହୁ ପଛରେ ଥିଲା ଏବଂ ଲୋକଙ୍କ ମନରେ ବିଜ୍ଞାନର ଚେତନା ପ୍ରାୟ ନ ଥିଲା। ଅଥଚ ମୁନି ଋଷି ବା ମହାପୁରୁଷମାନେ ପ୍ରକୃତି ସହିତ ନିବିଡ଼ ଭାବରେ ଜଡ଼ିତ ଥିବାରୁ ସୂର୍ଯ୍ୟ ସମସ୍ତ ଶକ୍ତିର ଆଧାର ବୋଲି ଉପଲବ୍ଧି କରିଥିଲେ। ଏହାର ବିଜ୍ଞାନ ସମ୍ମତ ଦିଗ ଉପରେ ଏବେ ଆଲୋଚନା କରିବା। ସୂର୍ଯ୍ୟ ସକଳ ଶକ୍ତିର ଆଧାର ଉକ୍ତିଟିର ଯଥାର୍ଥତା ଆଲୋଚନା କରିବା ପୂର୍ବରୁ ଶକ୍ତିର ରୂପାନ୍ତରଣ ନିୟମ ବା ଲ ଅଫ୍‌ କଞ୍ଜରଭେଶନ୍‌ ଅଫ୍‌ ଏନର୍ଜିକୁ ଜାଣିବା ଆବଶ୍ୟକ। ଏହି ନିୟମାନୁସାରେ ଶକ୍ତି ସୃଷ୍ଟି ହୁଏନାହିଁ ବା ଶକ୍ତିର ବିନାଶ ହୁଏନାହିଁ। ଏହା ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ରୂପାନ୍ତରିତ ହୋଇଥାଏ। ଗୋଟିଏ ଛୋଟ ଉଦାହରଣରୁ ଏହା ଜାଣିହେବ। କୋଇଲା ଦହନ ଦ୍ୱାରା ଜଳ ବାଷ୍ପରେ ପରିଣତ ହୁଏ ଏବଂ ତାହା ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନରେ ସହାୟକ ହୁଏ। ଏ କ୍ଷେତ୍ରରେ କୋଇଲାରେ ଗଚ୍ଛିତ ଥିବା ଶକ୍ତି, ମୁଖତଃ ସ୍ଥିତିଜ ଶକ୍ତି, ରୂପାନ୍ତରିତ ହୋଇ ଜଳୀୟ ବାଷ୍ପରେ ତାପଜ ଶକ୍ତି ଏବଂ ଗତିଜ ଶକ୍ତି ରୂପେ ଗଚ୍ଛିତ ହୋଇ ରହେ। ପରବର୍ତ୍ତୀ ଅବସ୍ଥାରେ ତାହା ବିଦ୍ୟୁତ୍‌ ଶକ୍ତିକୁ ରୂପାନ୍ତରିତ ହୋଇଥାଏ। ଶକ୍ତି ମୁଖ୍ୟତଃ ଦୁଇ ପ୍ରକାର। ଗୋଟିଏ ହେଲା ପାରମ୍ପରିକ ଉତ୍ସରୁ ମିଳୁଥିବା ଶକ୍ତି, ଯାହା ଥରେ ବ୍ୟବହାର ହେବାପରେ ପୁନଃ ସୃଷ୍ଟି ହୋଇପାରେ ନାହିଁ। ଏହି ଶକ୍ତି କୋଇଲା, ପ୍ରାକୃତିକ ଗ୍ୟାସ୍‌, ମାଟି ତଳୁ ମିଳୁଥିବା ତୈଳ ଇତ୍ୟାଦିରୁ ମିଳିଥାଏ। ଅନ୍ୟଟି ହେଲା ପୁନଃ ବ୍ୟବହାରଯୋଗ୍ୟ ଶକ୍ତି । ଏହି ଶକ୍ତି ଜଳ, ବାୟୁ, ସୂର୍ଯ୍ୟକିରଣ, ସମୁଦ୍ର ଢେଉ, ଭୂଗର୍ଭସ୍ଥ ତାପରୁ ମିଳିଥାଏ। ସୂର୍ଯ୍ୟଙ୍କର ରଶ୍ମି ବା ଶକ୍ତିର ବ୍ୟାପକତା ତିନି, ଚାରୋଟି ଉଦାହରଣରୁ ବୁଝି ହେବ।
ଜଳ ବିଦ୍ୟୁତ୍‌ ଶକ୍ତି ସମ୍ବନ୍ଧରେ ଆମେ ସମସ୍ତେ ପରିଚିତ। ଜଳ ସୂର୍ଯ୍ୟକିରଣ ଦ୍ୱାରା ବାଷ୍ପୀଭୂତ ହୋଇ ବାଦଲ ଆକାରରେ ଘୂରିବୁଲେ। ଏ କ୍ଷେତ୍ରରେ ସୂର୍ଯ୍ୟାଲୋକର ଶକ୍ତି ବାଷ୍ପକୁ ପ୍ରବେଶ କରିଥାଏ। ଏଣୁ ସୂର୍ଯ୍ୟଶକ୍ତି ବିନା ଜଳୀୟ ବିଦ୍ୟୁତ୍‌ ଶକ୍ତି ସୃଷ୍ଟି ଅସମ୍ଭବ। ଦ୍ୱିତୀୟ ପୁନଃ ବ୍ୟବହାରଯୋଗ୍ୟ ଶକ୍ତି ଉତ୍ସଟି ହେଲା ବାୟୁ। ବାୟୁ ପ୍ରବାହର ଗତିଜ ଶକ୍ତି ପବନକଳର ଟର୍ବାଇନ୍‌କୁ ଘୂର୍ଣ୍ଣନ କରାଇଥାଏ। ତିହଁରୁ ଉପତ୍ନ୍ନ ମେକାନିକାଲ ଶକ୍ତି ଶେଷରେ ବିଦ୍ୟୁତ୍‌ ଶକ୍ତିରେ ପରିଣତ ହୁଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୃଥିବୀର ସମସ୍ତ ଅଞ୍ଚଳ ଅର୍ଥାତ୍‌ ଜଳାଶୟ, ଜଙ୍ଗଲ, ପାହାଡ଼, ମରୁଭୂମି ଇତ୍ୟାଦି ସମାନ ମାତ୍ରାରେ ସୂର୍ଯ୍ୟାଲୋକ ବା ସୌରଶକ୍ତି ପାଇ ନ ଥାନ୍ତି। ଅଧିକ ଆଲୋକ ପାଉଥିବା ଅଞ୍ଚଳରେ ଥିବା ବାୟୁ ସୂର୍ଯ୍ୟଙ୍କର ତାପଜ ଶକ୍ତି ଦ୍ୱାରା ଉତ୍ତପ୍ତ ହୁଏ। ତାହା କମ୍‌ ସାନ୍ଦ୍ରତାବିଶିଷ୍ଟ ହୋଇ ଥିବାରୁ ହାଲୁକା ହୋଇ ବାୟୁମଣ୍ଡଳର ଉପର ସ୍ତରକୁ ଯାଇଥାଏ। ନିମ୍ନସ୍ତରର ଶୂନ୍ୟସ୍ଥାନ ପୂରଣ ପାଇଁ ନିକଟସ୍ଥ ଅଧିକ ଓଜନବିଶିଷ୍ଟ ଶୀତଳ ବାୟୁ ପ୍ରବାହିତ ହୁଏ। ଏଠାରେ ସ୍ପଷ୍ଟ ଅନୁମେୟ ଯେ ସୂର୍ଯ୍ୟଶକ୍ତି ବିନା ବାୟୁ ପ୍ରବାହ ଅସମ୍ଭବ ଏବଂ ବିନା ବାୟୁ ପ୍ରବାହରେ ପବନ ଶକ୍ତି ସୃଷ୍ଟି ମଧ୍ୟ ଅସମ୍ଭବ।
ଅନ୍ୟ ଏକ ଉଦାହରଣ ହେଲା ସୌରଶକ୍ତିରୁ ଉପତ୍ନ୍ନ ବିଦ୍ୟୁତ୍‌ ଶକ୍ତି। ବିଶ୍ୱର ବୈଜ୍ଞାନିକମାନଙ୍କର କ୍ରମାଗତ ଗବେଷଣା ଓ ବିଭିନ୍ନ ଦେଶର ଏ ଦିଗରେ ଆର୍ଥିକ ପ୍ରୋତ୍ସାହନ ହେତୁ ଏହା ବିଶ୍ୱର ଶକ୍ତି ସଙ୍କଟ ଦୂର କରିବାରେ କିଛିଟା ସହାୟକ ହୋଇଛି। ଦ୍ୱିତୀୟ ଉପାୟରେ ସୂର୍ଯ୍ୟକିରଣକୁ ବଡ଼ ବଡ଼ ଦର୍ପଣ ଦ୍ୱାରା ଘନୀଭୂତ କରାଯାଏ। ଫଳରେ ତା’ ଦେହରେ ସୌରଶକ୍ତିର ମାତ୍ରା ଅଧିକ ହୁଏ। ସେହି ଶକ୍ତି ଦ୍ୱାରା ତରଳପଦାର୍ଥକୁ ବାଷ୍ପରେ ପରିଣତ କରାଯାଏ। ଜଳବିଦ୍ୟୁତ୍‌ ଉପତ୍ନ୍ନ ହେଉଥିବା ପଦ୍ଧତି ଅନୁସାରେ ବାଷ୍ପରେ ଗଚ୍ଛିତ ଶକ୍ତି ଦ୍ୱାରା ଟର୍ବାଇନ୍‌ ଘୂର୍ଣ୍ଣାୟମାନ କରି ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ କରାଯାଏ। ଏହି ପଦ୍ଧତି ବଡ଼ ବଡ଼ ପାୱାର ପ୍ଲାଣ୍ଟଗୁଡ଼ିକରେ ଅନୁସରଣ କରାଯାଏ।
ସାଗରର ତାପଜ ଶକ୍ତି ରୂପାନ୍ତର ଅନ୍ୟ ଏକ ଉଦାହରଣ। ବିଷୁବ ମଣ୍ଡଳୀୟ ଅଞ୍ଚଳରେ ସୂର୍ଯ୍ୟଙ୍କ ରଶି୍ମ ପ୍ରଖର ହେତୁ ସମୁଦ୍ର ଜଳରେ ଉପରିଭାଗ ଅଧିକ ଉତ୍ତପ୍ତ ଏବଂ ନିମ୍ନଭାଗ ଶୀତଳ ଥାଏ। ଉପର ସ୍ତରର ଉତ୍ତପ୍ତ ଜଳର ତାପଜଶକ୍ତିକୁ ବ୍ୟବହାର କରି ଟର୍ବାଇନ ଏବଂ ଜେନେରେଟର ଦ୍ୱାରା ବିଦ୍ୟୁତ୍‌ ଶକ୍ତି ଉପତ୍ାଦନ କରାଯାଏ। ସମୁଦ୍ର ନିମ୍ନଭାଗର ଶୀତଳ ଜଳ ବ୍ୟବହାର କରି ଏଥିରେ ସଂଶ୍ଳିଷ୍ଟ ଜଳୀୟ ବାଷ୍ପକୁ ଲବଣମୁକ୍ତ ଜଳରେ ପରିଣତ କରାଯାଏ, ଯାହା ବ୍ୟବହାର ଉପଯୋଗୀ ହୋଇଥାଏ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହି ପଦ୍ଧତି ଦ୍ୱାରା ଉଭୟ ବିଦ୍ୟୁତ୍‌ ଶକ୍ତି ଏବଂ ଲବଣମୁକ୍ତ ଜଳ ମିଳିଥାଏ।
ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର,ମୋ: ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri