ଫାଇଲ ଭିତରେ ଚପିଯାଇଛି ମୌଳିକ ଦାବି

ବେଗୁନିଆ,୨।୨(ଡି.ଏନ୍‌.ଏ.): ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବା ସହ ସାଧାରଣ ଲୋକଙ୍କ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟଟି ସାଧିତ ହୋଇପାରୁ ନାହିଁ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଏଠି ଅଣଦେଖା କରାଯାଉଛି। ଖୋର୍ଦ୍ଧା ଜିଲା ବେଗୁନିଆବାସୀଙ୍କ ପକ୍ଷରୁ ବିଗତ ୩୦ବର୍ଷର ଦାବିକୁ କ୍ରମାଗତ ଭାବେ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ୧୯୮୩ ମସିହାରୁ ବେଗୁନିଆ ସଦରବାସୀଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) ଘୋଷଣା, ଜେଏମ୍‌ଏଫ୍‌ସି କୋର୍ଟ, ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ଆଦି ଆବଶ୍ୟକତା ରହିଛି ବୋଲି ଦାବି ହୋଇଆସୁଛି। ସେହିପରି ବେଗୁନିଆକୁ ମୋ ବସ୍‌ ଚଳାଚଳର ଯଥେଷ୍ଟ ଆବଶ୍ୟକତା ରହିଛି। ତେବେ ସମସ୍ତ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହି ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ଜାନକୀବଲ୍ଲଭ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ପ୍ରଶାନ୍ତ ଜଗଦେବଙ୍କ ସହିତ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର କୁମାର ସାହୁ ବିଧାନସଭାରେ ଦାବି ଉପସ୍ଥାପନ କରିଥିଲେ। ଏହା ଶୀଘ୍ର ପୂରଣ ହେବ ବୋଲି ବିଭାଗୀୟ ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। କିନ୍ତୁ ତାହା ପୂରଣ ହେବା ପରିବର୍ତ୍ତେ ବେଗୁନିଆ ସଦର ମହକୁମାଠାରୁ ୪୦ କି.ମି. ଦୂର ବିଧାନସୌଧ ବିଭାଗୀୟ ମନ୍ତ୍ରୀଙ୍କ ଫାଇଲ ଭିତରେ ଅଟକି ରହିଛି, ଯାହାକୁ ନେଇ ସାଧାରଣରେ ଜନଅସନ୍ତୋଷ ଦେଖାଦେଇଛି। କେଉଁ କାରଣରୁ ଏତେଦିନ ଧରି ବେଗୁନିଆବାସୀଙ୍କୁ ସ୍ବପ୍ନ ଦେଖାଇ ପ୍ରତାରଣା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯାହାକି ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ବେଗୁନିଆର ବୁଦ୍ଧିଜୀବୀ, ଆଇନଜୀବୀ, ବିକାଶ ମଞ୍ଚ, ଜନ କଲ୍ୟାଣ ପ୍ରତିଷ୍ଠାନ, ଛାତ୍ର ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ସୂଚନାଯୋଗ୍ୟ, ବେଗୁନିଆ ସଦର ମହକୁମାରେ ବ୍ଲକ, ତହସିଲ, ଥାନା, ସବ୍‌ରେଜିଷ୍ଟ୍ରି, ଦମକଳ କେନ୍ଦ୍ର, ରେଲୱେ ଷ୍ଟେଶନ ସହ ବହୁ ସରକାରୀ କାର୍ଯ୍ୟାଳୟ ରହିଛି। ଦୈନିକ ବେଗୁନିଆ ବ୍ଲକର ୨୧ ଏବଂ ବୋଲଗଡ଼ ବ୍ଲକର ୭ ପଞ୍ଚାୟତର ଲୋକମାନେ ନିର୍ଭର କରୁଛନ୍ତି। ଏଣୁ ତୁରନ୍ତ ଲୋକଙ୍କ ମୌଳିକ ଦାବିଗୁଡ଼ିକୁ ପୂରଣ କରାଯାଉ ବୋଲି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri