ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଦେଖାଦେବାରୁ ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ଲଗାଇଥିବା ଦେଖାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ମାମଲାର ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ମଙ୍ଗଳବାର କେନ୍ଦ୍ର ସରକାର ଏହି ମାମଲାରେ ପକ୍ଷ ରଖିଥିବା ଜଣାପଡ଼ିଛି। ବ୍ୟାଙ୍କଗୁଡିକ ମୋରାଟୋରିୟମ ଅବଧିରେ ଲାଗୁ କରିଥିବା ଚକ୍ରବୃଦ୍ଧି ସୁଧ ଫେରାଇବେ ବୋଲି ସରକାର ସ୍ପଷ୍ଟ କରିଛନ୍ତିି। ନଭେମ୍ବର ୫ ସୁଦ୍ଧା ଚକ୍ରବୃଦ୍ଧି ସୁଧ ଗ୍ରାହକଙ୍କ ଆକାଉଣ୍ଟକୁ ଫେରାଇଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଏହାର ଲାଭ ମିଳିପାରିବ।
ଏହି ଚକ୍ରବୃଦ୍ଧି ସୁଧ ଫେରସ୍ତ ପଦକ୍ଷେପ ମଧ୍ୟରେ ଏମ୍ଏସ୍ଏମ୍ଇକୁ ମଧ୍ୟ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ଏହି ବାବଦ ଅର୍ଥ କେନ୍ଦ୍ର ସରକାର ବହନ କରିବେ। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଫେରାଇବା ପରେ ଏହାକୁ କେନ୍ଦ୍ର ସରକାରଙ୍କଠାରୁ ଫେରିପାଇବେ। ଚକ୍ରବୃଦ୍ଧି ସୁଧ ଫେରାଇବା ନେଇ ବ୍ୟାଙ୍କ ସମେତ ଅନ୍ୟ ଋଣ ପ୍ରଦାନକାରୀ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠରେ କୁହାଯାଇଛି। ମୋରାଟୋରିୟମ ସୁବିଧା ନେଇଥିଲେ, ଆଶିଂକ ଭାବେ ନେଇଥିଲେ କିମ୍ବା ମୋରାଟୋରିୟମ ସୁବିଧା ନ ନେଇଥିଲେ ମଧ୍ୟ ବ୍ୟାଙ୍କ ଚକ୍ରବୃଦ୍ଧି ସୁଧ ଫେରାଇବେ ବୋଲି ଜଣାପଡିଛି।
ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….
ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…
୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ
ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…
ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ
ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…
ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା
ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…
ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍ କବିରୁଦ୍ଦିନ
କଟକଠାରେ ପ୍ରତିଷ୍ଠିତ ହେଲ୍ଥ ଫୁଡ୍ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍ଜିକ୍ୟୁଟିଭ ଡାଇରେକ୍ଟର କରିମ୍ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…
ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…
ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…
ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ
ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…
ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍ ପଡ଼ିବ ଅଭାବ
ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…
Archives

