ବଲାଙ୍ଗୀର ପ୍ରଶାସନର କଡ଼ା ଆଭିମୁଖ୍ୟ, ରାସ୍ତା ଉପରେ ବେପାର ମନା

ବଲାଙ୍ଗୀର ଅଫିସ,୧୧ା୧୨
ବଲାଙ୍ଗୀର ସହର ମୁଖ୍ୟ ରାସ୍ତା ଉପରେ ଆଗକୁ ଆଉ ବେପାର କରିବାକୁ ଦିଆଯିବ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ରାସ୍ତା ଉପରେ ଯେଉଁ ଉଠାଦୋକାନୀ ଓ ପନିପରିବା ବ୍ୟବସାୟୀ ବେପାର କରୁଛନ୍ତି ସେମାନଙ୍କୁ ସହରର ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରାଯାଇ ସହରର ମୁଖ୍ୟରାସ୍ତାରୁ ଭିଡ କମାଇବା ଓ ଅବାଧ ଯାତାୟାତ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଉଛି। ବଲାଙ୍ଗୀର ମ୍ୟୁନିସିପାଲିଟି ଦାୟିତ୍ୱରେ ଥିବା ଆଇଏଏସ୍‌ ପ୍ରୋବେସନର ମନୋଜ ମହାଜନ, ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ମ୍ୟୁନିସିପାଲିଟି ଟିମ୍‌ ଗୁରୁବାର ସହରର ବିଭିନ୍ନ ମୁଖ୍ୟରାସ୍ତା ପରିଦର୍ଶନ କରିଥିଲେ। ରାସ୍ତା ଉପରେ ବସିଥିବା ବେପାରୀଙ୍କୁ ସେଠାରୁ ହଟିଯାଇ ସହର ମଧ୍ୟରେ ଭେଣ୍ଡିଂ ପାଇଁ ଚିହ୍ନଟ ସ୍ଥାନକୁ ଯାଇ ବେପାର କରିବାକୁ କହିଥିଲେ ା ବାରମ୍ବାର ତାଗିଦ୍‌ ପରେ ମଧ୍ୟ ଯେଉଁମାନେ ନିର୍ଦ୍ଦେଶ ପାଳନ କରୁନାହାନ୍ତି ସେମାନଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି।
ଆଇଏଏସ୍‌ ପ୍ରୋବେସେନର ମହାଜନ କହିଛନ୍ତି ଯେ, ସହର ଭିତରେ ମୁଖ୍ୟ ରାସ୍ତାରେ ଉଠାଦୋକାନୀଙ୍କ ଭିଡ ଯୋଗୁଁ ଅସୁବିଧା ହେଉଛି। ଜିଲା ପ୍ରଶାସନ ଏଭଳି ରାସ୍ତାକଡ ବ୍ୟବସାୟୀଙ୍କୁ ଉଚିତ୍‌ ଥଇଥାନ କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି। ସେଠାରେ ବେପାର କରାଗଲେ ଉଭୟ ବ୍ୟବସାୟୀ ଓ କ୍ରେତାଙ୍କ ପାଇଁ ସୁବିଧାଜନକ ହେବ। ଏହାଦ୍ୱାରା ସହର ମଧ୍ୟରୁ ଟ୍ରାଫିକ୍‌ ସମସ୍ୟା ଓ ଭିଡ ଦୂର ହେବ। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦୀପ କହିଛନ୍ତି ଯେ, ଭାଗିରଥି ଛକରୁ ଟିଟିଲାଗଡ ରାସ୍ତାକଡରେ ବେପାର କରୁଥିବା ଲୋକଙ୍କ ପାଇଁ ପ୍ୟାଲେସଲାଇନ୍‌ ଛକ ନିକଟ ୱେସ୍‌କୋ ଅଫିସ ପାଖ ପଡିଆରେ ସ୍ଥାନ ଚିହ୍ନଟ ହୋଇଛି। ସେହିଭଳି କଚେରୀ ଛକରୁ ପାଟଣାଗଡ ରାସ୍ତାରେ କଲେଜ ଛକ ପର୍ଯ୍ୟନ୍ତ ବସୁଥିବା ବେପାରୀଙ୍କୁ ସାପ୍ତାହିକ ହାଟପଦାରେ ବସାଯିବ। ଏଠାରେ ଏକ ନୂଆ ଡେଲିମାର୍କେଟ ତିଆରି କରାଯିବ। ଅନ୍ୟପକ୍ଷେ ପାଟଣା ହୋଟଲ ଛକରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିିଟାଲ ରାସ୍ତାକଡରେ ବସୁଥିବା ବେପାରୀଙ୍କୁ ହସ୍ପିଟାଲ ସମ୍ମୁଖ ପୁରୁଣା ଏଡିଏମ୍‌ଓ କ୍ୱାର୍ଟର୍ସର ଉଚ୍ଛେଦ ସ୍ଥାନରେ ଥଇଥାନ କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି ା ଏହି ତିନୋଟି ସ୍ଥାନ ବ୍ୟତୀତ ରାସ୍ତା ଉପରେ ବ୍ୟବସାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବଲାଙ୍ଗୀର ସହରରେ ଟ୍ରାଫିକ୍‌ ସମସ୍ୟା କମାଇବା ପାଇଁ ସହରର ଅନେକ ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତାକୁ ପ୍ରଶସ୍ତ କରାଯାଉଛି ା ରାସ୍ତା ପ୍ରଶସ୍ତ ହେଲେ ଉକ୍ତ ରାସ୍ତାରେ ଉଠାଦୋକାନୀମାନେ ବେପାର ଆରମ୍ଭ କରିଦେଉଥିବା ଦେଖାଯାଉଛି। ଗୁରୁବାର ମ୍ୟୁନିସିପାଲିଟି ଟିମ୍‌ ସହରର ବିଭିନ୍ନ ରାସ୍ତା ପରିଦର୍ଶନ କରିଥିଲେ। କେତେକ ବେପାରୀଙ୍କଠାରୁ ଫାଇନ୍‌ ଆଦାୟ କରିଥିଲେ। ରାସ୍ତା ଉପରୁ ବେପାର ଉଠିଲେ ଟ୍ରାଫିକ୍‌ ସମସ୍ୟା ସୁଧୁରିବା ସହ ସହର ସୁନ୍ଦର ଦିଶିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri