ଶିଶୁ ବାଟିକାରେ ଶିଶୁ ହସିବେ

ଦଳ ମତ ନିର୍ବିଶେଷରେ ସଭିଏ ଏ କଥା କୁହନ୍ତି- ଶିଶୁ ହସିଲେ ଦୁନିଆ ହସେ। କିନ୍ତୁ ସତରେ କ’ଣ ସମସ୍ତ ଶିଶୁ ଏଠାରେ ହସନ୍ତି ନା ସେମାନଙ୍କର ହସ ଦେଖିବା ପାଇଁ କାର୍ଯ୍ୟକ୍ରମ ନିଆଯାଏ? ହଁ, ଏହା ତ ନିଶ୍ଚୟ ଶିଶୁ ହାତରେ ଖେଳନାଟିଏ ଧରାଇଦେଲେ, ଚକୋଲେଟ୍‌ଟିଏ ଦେଲେ ସେ ହସିବ। କିନ୍ତୁ ସେ ହସ କ୍ଷଣସ୍ଥାୟୀ। ସେ କେମିତି ଚିରଦିନ ପାଇଁ ହସିବ ଅର୍ଥାତ୍‌ ସେ ବଡ଼ ହେବ, ଆଗକୁ ବଢ଼ିବ, ତା’ର ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷ ଘଟିବ, ତା’ ଭିତରେ ଜିଜ୍ଞାସା ବଢ଼ିବ, ସେ କେମିତି ପ୍ରଶ୍ନ ପଚାରିବ, ସର୍ବୋପରି ସେ ଜଣେ ଭଲ ମଣିଷ ଭାବରେ ଦୁନିଆ ଦାଣ୍ଡରେ ଉଭା ହେବ ଏଥିପାଇଁ ଯେଉଁ ଆନ୍ତରିକତା ଆବଶ୍ୟକ ତାହା ସମସ୍ତଙ୍କ ଠି ଅଛି ନା ସବୁକିଛି ପ୍ରଚାରସର୍ବସ୍ବ ଏହା ହିଁ ବଡ଼ ପ୍ରଶ୍ନ।
ସମ୍ପ୍ରତି ସରକାରଙ୍କର ଏକ ନିଷ୍ପତ୍ତି ଦ୍ୱନ୍ଦ୍ୱରେ ପକାଉଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ଏପ୍ରିଲ ୨ ତାରିଖ ଦିନ ଆମ ରାଜ୍ୟ ତମାମ୍‌ ପ୍ରବେଶ ଉତ୍ସବ ସାଙ୍ଗକୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଗଲା। ଖଡ଼ିଛୁଆଁ କାର୍ଯ୍ୟକ୍ରମଟି ନୂତନ ଭାବେ ହାତକୁ ନିଆଯାଇଥିବା ବେଳେ ପ୍ରବେଶ ଉତ୍ସବ ବେଶ୍‌ କିଛି ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟରେ ପାଳନ ହୋଇ ଆସୁଛି। ଆମ ରାଜ୍ୟର ନୂଆ ସରକାର ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ବିଧିବଦ୍ଧ ଭାବେ ଲାଗୁ କରିଛନ୍ତି। ମୁଁ ତଥା ଅନ୍ୟାନ୍ୟ ଲେଖକମାନେ ଏହି ଜାତୀୟ ଶିକ୍ଷାନୀତି ଉପରେ ବିଶ୍ଳେଷଣାତ୍ମକ ଲେଖା ଲେଖିବା ବେଳେ ଏଥିରେ ଥିବା ବିଦ୍ୟାଳୟ ଶିକ୍ଷାଟି କେମିତି ଚାରୋଟି ସ୍ତରରେ ବିଭକ୍ତୀକରଣ ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରିଛୁ। ଏହି ସ୍ତରର ପ୍ରଥମ ସୋପାନଟି ହେଲା ପ୍ରାରମ୍ଭିକ ସ୍ତର, ଯାହା ପାଞ୍ଚଟି ଶ୍ରେଣୀକୁ ନେଇ ଗଠିତ। ତିନି ବର୍ଷ ପ୍ରାକ୍‌ ପ୍ରାଥମିକ ଯାହାକୁ ଶିଶୁ-୧, ଶିଶୁ-୨, ଶିଶୁ-୩ ଏବଂ ପ୍ରାଥମିକ ବିଦ୍ୟାଳୟର ଥିବା ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ ଏଥିରେ ଅନ୍ତର୍ଭୁକ୍ତ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ତିନୋଟି ଶ୍ରେଣୀ ଅଙ୍ଗନଓ୍ବାଡିରେ ଖୋଲାଯିବ କିମ୍ବା ଅନ୍ୟାନ୍ୟ ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଶିକ୍ଷା ଗ୍ରହଣ କରିପାରିବେ। ନୀତିରେ ଥିବା ପ୍ରାବଧାନ ଅନୁଯାୟୀ ଶିଶୁଟି ତିନି ବର୍ଷ ହେଲେ ସେ ଭର୍ତ୍ତିହେବ ଶିଶୁ-୧ରେ ଏବଂ ଛଅ ବର୍ଷ ହେଲେ ପ୍ରାଥମିକ ବିଦ୍ୟାଳୟରେ ଥିବା ପ୍ରଥମ ଶ୍ରେଣୀରେ। ମାତ୍ର ଆମ ରାଜ୍ୟରେ ପାଞ୍ଚ ବର୍ଷ ହେଲେ ଶିଶୁମାନେ ଭର୍ତ୍ତି ହେବେ ଶିଶୁ ବାଟିକାରେ, ଯାହା ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ ୨୦୨୫-୨୬ ଶିକ୍ଷା ବର୍ଷଠାରୁ ପ୍ରଥମକରି ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲିବ। ତେବେ ଖଡ଼ିଛୁଆଁ କେଉଁଠି ହେବ? ଶିଶୁ-୧ରେ ନା ଶିଶୁ-୩ରେ ଭର୍ତ୍ତିହେବା ପରେ? ଯଦି ଶିଶୁ-୩ରେ ଅକ୍ଷର ଶିକ୍ଷା ଆରମ୍ଭ ହେବ ତେବେ ଶିଶୁ-୧ ଓ ୨ ରେ କ’ଣ ହେବ?
ଅଙ୍ଗନଓ୍ବାଡିର ଅବସ୍ଥାକୁ ବୋଧହୁଏ ସରକାର ହୃଦୟଙ୍ଗମ କରିଛନ୍ତି। ଏଇଥିପାଇଁ ଶିଶୁ ବାଟିକା ନାମରେ ଆଉ ଏକ ନୂତନ ସୋପାନ ପ୍ରାଥମିକ ବିଦ୍ୟାଳୟ ସହିତ ସଂଯୁକ୍ତ କରି ଶିକ୍ଷାକୁ ଆଗେଇ ନେବାପାଇଁ ପରିକଳ୍ପନା କରିଛନ୍ତି। ହେଲେ ଆମ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ତଦ୍ରୁପ। ପଚାଶ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ ଶୂନ୍ୟ ପଡ଼ିଛି। ଆଉ ଯଦି ପ୍ରତି ଶ୍ରେଣୀକୁ ଜଣେ ଶିକ୍ଷକ ହିସାବ କରାଯାଏ ତେବେ ଲକ୍ଷାଧିକ ଶିକ୍ଷକ ଆବଶ୍ୟକ। ଏଥିପ୍ରତି ଧ୍ୟାନ ନ ଦେଇ ସରକାର କାମ ଚଳେଇ ନେବା ମତଲବରେ ଅଛନ୍ତି। ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ଆଠଟି ଶ୍ରେଣୀ; ମାତ୍ର ଶିକ୍ଷକ ଅଛନ୍ତି ଦୁଇ କିମ୍ବା ତିନି ଜଣ। ଶିକ୍ଷକ ଅଭାବ ଯୋଗୁ ପ୍ରାଥମିକ ଶିକ୍ଷା ଯେତେବେଳେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଗୁଣାତ୍ମକ ଶିକ୍ଷା କଥା ଦୂରେ ଥାଉ ଛାତ୍ରୀଛାତ୍ରଙ୍କର ଶ୍ରେଣୀଗତ ଦକ୍ଷତା ନାହିଁ ବୋଲି ଯେତେବେଳେ ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି ସେତିକି ବେଳେ ଆଉ ୪୫ହଜାର ଶ୍ରେଣୀ ଏଥିରେ ଯୋଡ଼ି ହୋଇଛି। ଶିଶୁ ବାଟିକା ଖୋଲିବା ନିଷ୍ପତ୍ତି ଅଗ୍ରହଣୀୟ ନୁହେଁ। କିନ୍ତୁ ଶିକ୍ଷକ ନିଯୁକ୍ତି ନ ଦେଇ ଏଭଳି ନିଷ୍ପତ୍ତି ନେବା ଶିଶୁର ବୌଦ୍ଧିକ ବିକାଶର ପରିପନ୍ଥୀ। କିଏ ଏମାନଙ୍କୁ ପଢ଼ାଇବେ? କୌଣସି ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନାହାନ୍ତି। ଏମାନଙ୍କର ଯତ୍ନ ନେବ କିଏ ? ଏମିତି ସ୍ଥିତିରେ ଶିଶୁମାନେ ହସିବେ ତ?
ଅର୍ଦ୍ଧାଧିକ ପ୍ରାଥମିକ ବିଦ୍ୟାଳୟର ଭିିତ୍ତିଭୂମି ନିମ୍ନମାନର। ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀ ଚାଲୁଛି। ପାନୀୟ ଜଳର ସୁବନ୍ଦୋବସ୍ତ ଏପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ହୋଇପାରି ନାହିଁ। ବହୁ ବିଦ୍ୟାଳୟରେ ଶୌଚାଳୟ ନାହିଁ। ନିଜସ୍ବ ଖେଳପଡ଼ିଆ ନାହିଁ। ଇନ୍‌ଡୋର ଷ୍ଟାଡିୟମ୍‌ କଥା ସ୍ବପ୍ନ। ଏଭଳି ପରିବେଶରେ କୋମଳମତି ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ କେତେ ତ୍ୱରାନ୍ବିତ ହେବ ତାହା ହିଁ ବିଚାର୍ଯ୍ୟ। ଯଦି ଶୈଶବ ଅବସ୍ଥାରେ ଶିଶୁ ପାଇଁ ଯାହା ଲୋଡ଼ା ତାହା ସେ ନ ପାଏ, ତେବେ ଭବିଷ୍ୟତ ହସିବ କେମିତି ?
ପ୍ରବେଶ ଓ ଖଡ଼ିଛୁଆଁ ନିଶ୍ଚୟ ଖୁସିର ଖବର। ପ୍ରେରଣା ଯୋଗାଇବ। କିନ୍ତୁ ଶିଶୁ ବାଟିକାରେ କ’ଣ ପଢ଼ାଯିବ, ତା’ର ପାଠ୍ୟଖସଡ଼ା କ’ଣ ହେବ, ସେଥିପାଇଁ ଯେଉଁ ପୁସ୍ତକ ଆବଶ୍ୟକ ତାହା ଛପା ହେଲାଣି କି ନାହିଁ ଏ ସମ୍ପର୍କରେ ଶିକ୍ଷା ଅଧିକାରୀମାନେ ନିରୁତ୍ତର। ସରକାର ମଧ୍ୟ ନୀରବ। ତେବେ କ’ଣ ଏମାନଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ କଥା ଘଟିବ, ଯାହା ଏଯାବତ୍‌ ଘଟି ଚାଲିଛି। ଅର୍ଥାତ୍‌ ଶିକ୍ଷା ବର୍ଷ ଅଧାଅଧି ହେଲେ ଯାଇ ପାଠ୍ୟ ପୁସ୍ତକ ଆସିବ? ପ୍ରବେଶ ଖଡ଼ିଛୁଆଁ ଉତ୍ସବ ସରିଗଲେ ଯେ ଯାହା ବାଟରେ। ଆଉ ଯାହା ହେବ କାଗଜ କଲମରେ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଶିଶୁର ବସ୍ତାନି ଖାଲି, ପାଠ ଘର ଶୂନ।
ସବୁଠାରୁ ବଡ଼ କଥା ହେଲା ଶିଶୁମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କର ମନକଥା ବୁଝିବା। ସାମାନ୍ୟ ମାନସିକ ବୋଝ ଏମାନଙ୍କର ନିରୀହ ମନରେ ଗଭୀର କ୍ଷତ ସୃଷ୍ଟି କରିବାର ସମ୍ଭାବନା ଥାଏ। ଆମ ଦେଶରେ ହେଉ ବା ରାଜ୍ୟରେ ହେଉ ଏହି ଅକାଟ୍ୟ ସତ୍ୟଟିକୁ ସରକାରମାନେ ବୁଝିବାକୁ ନାରାଜ। ଏଠାରେ କଥାରେ ସଭିଏ କହନ୍ତି ଶିଶୁ ଦେଶର ଭବିଷ୍ୟତ। କିନ୍ତୁ କାର୍ଯ୍ୟରେ ତାହା ପ୍ରତିଫଳନ ହୁଏ ନାହିଁ। ସମସ୍ତେ କଥାରେ କହନ୍ତିି ଶିଶୁର ଅଭାବ ଅସୁବିଧାକୁ ଆଜି ହିଁ ପୂରଣ କରିବା ବାଞ୍ଛନୀୟ। କିନ୍ତୁ ଏହା ନ କରି ସୁବିଧା ହେଲେ ବୁଝିବା, ଭବିଷ୍ୟତରେ ପୂରଣ ହୋଇଯିବ ବୋଲି ମିଛ ପ୍ରତିଶ୍ରୁତି ଦେବା ଚିରାଚରିତ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହା କେବଳ ଭୁଲ୍‌ ନୁହେଁ, ଅପରାଧ। କାରଣ ବହୁ ବିଶେଷଜ୍ଞଙ୍କ ମତ ଛଅ ବର୍ଷ ଭିତରେ ଶିଶୁ ମସ୍ତିଷ୍କର ୮୫ ଶତକଡ଼ା ବିକାଶ ଘଟିଥାଏ। ଅର୍ଥାତ୍‌ ଶାରୀରିକ, ମାନସିକ ତଥା ବୌଦ୍ଧିକତାର ତଡ଼ିତ ଅଭିବୃଦ୍ଧିର ସମୟ ହେଉଛି ଶୈଶବ। ଏହି ସମୟରେ ସାମାନ୍ୟତମ ତ୍ରୁଟି, ଅବହେଳା, ଅଣଦେଖା ଶିଶୁର ଭବିଷ୍ୟତକୁ ନଷ୍ଟ କରିଦେବା ସହିତ ଏକ ଭିନ୍ନ ଦୁନିଆ ଭିତରକୁ ଠେଲି ଦେଇପାରେ। ଏଣୁ ଯାହା ତାଙ୍କର ଲୋଡ଼ା ତାହା ଆଜି ଦିଆଯାଉ କାଲିକୁ ନୁହେଁ। ଅପେକ୍ଷା ପାଇଁ ବେଳ କାହିଁ ? ଏହାକୁ ଗମ୍ଭୀରତାର ସହିତ ଚିନ୍ତନ ନ କଲେ ଅପେକ୍ଷା ଉପେକ୍ଷାରେ ପରିଣତ ହେବ।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ :୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri