ଖେଳୁ ଖେଳୁ ଚାଳିଗଲା ଶିଶୁକନ୍ୟାର ଜୀବନ

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଜଗଦଲପୁର ଥାନା ଧୁମାଭଟା ଗ୍ରାମରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା ହେଲେ ଉକ୍ତ ଗ୍ରାମର ଜିତେନ୍ଦ୍ର ସାହୁଙ୍କ ଝିଅ ଲକି(୩)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପଠାଇଛି । ଦୁର୍ଘଟଣା ଘଟାଇ ବୋଲେରୋ ଗାଡିଟି ଫେରାର୍‌ ହୋଇଯାଇଥିବାରୁ ପୋଲିସ ଗାଡ଼ିକୁ ଖୋଜାଖୋଜି କରୁଛି। ମଧ୍ୟାହ୍ନରେ ଶିଶୁକନ୍ୟା ଘର ନିକଟ ରାସ୍ତାରେ ଖେଳୁଥିଲେ। ସେତିକିବେଳେ ଦ୍ରୁତଗତିରେ ଆସିଥିବା ଏକ ବୋଲେରୋ ଶିଶୁକନ୍ୟାଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ପୋଲିସ ଏକ ମାମଲା (ନଂ.୨୯/୨୧) ରୁଜୁ କରି ତଦନ୍ତ ଚଳାଇଛି।