ଡେକଚି ପାଣିରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ

ମାଧପୁର,୧୮।୯-ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ମନରବେଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଡେକଚି ପାଣିରେ ବୁଡି ଜଣେ ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି।
ସୂଚନାଅନୁସାରେ, ଗ୍ରାମର ଅଶୋକ କୁମୁରାଙ୍କ ପତ୍ନୀ ଆରତୀ କୁମୁରା ରୋଷେଇ କରୁଥିବା ସମୟରେ ତାଙ୍କର ୯ମାସର ଶିଶୁକନ୍ୟା ପାଖରେ ଖେଳୁଥିଲା। ସେହିସମୟରେ ପାଣି ଭର୍ତ୍ତି ଥିବା ଏକ ଡେକଚିରେ କୌଣସିକାରଣରୁ ଶିଶୁକନ୍ୟାଟି ପଡିଯାଇଥିଲା। ପରେ ପରିବାର ଲୋକେ ତାକୁ ଉଦ୍ଧାର କରି ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।