Posted inଖେଳ

ଅଳ୍ପ ଦର୍ଶକ ଓ ଜୈବ ସୁରକ୍ଷିତ ପରିବେଶରେ ଅଷ୍ଟ୍ରେଲିଆ ଓପନ୍‌ ଖେଳାଯିବ

ମେଲବୋର୍ନ,୨୫।୭(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଆୟୋଜନ ନେଇ ଏବେଠାରୁ ଆୟୋଜକମାନେ ଯୋଜନା ସ୍ଥିର କଲେଣି। ଏହି ଟୁର୍ନାମେଣ୍ଟର ଆଗାମୀ ୨୦୨୧ ସଂସ୍କରଣ ଅଳ୍ପ ଦର୍ଶକଙ୍କ ଗହଣରେ ଓ ସମ୍ପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଟେନିସ୍‌ ଅଷ୍ଟ୍ରେଲିଆ ମୁଖ୍ୟ କ୍ରେଗ୍‌ ଟିଲେ ଏବେ ୟୁଏସ୍‌ ଓପନ୍‌ ଓ ବିଳମ୍ବିତ ଫ୍ରେଞ୍ଚ୍‌ ଓପନ୍‌ କିପରି ଆୟୋଜନ ହେବ ତାହା ଉପରେ ଲକ୍ଷ୍ୟ ରଖିଛନ୍ତି।
ଜାନୁୟାରୀରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟ କିପରି ଆୟୋଜନ ହେବ ସେ ନେଇ ଯୋଜନା ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ସିଟ୍‌ ସଂଖ୍ୟା କମାଯିବ। ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ ଓ ଏଥିପାଇଁ ବିଦେଶୀ ଦର୍ଶକଙ୍କୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତବର୍ଷ ନୋଭାକ ଜୋକୋଭିଚ୍‌ ଓ ସାଫିଆ କେନିନ୍‌ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଟ୍ରଫ୍ରି ହାସଲ କରିବାର ୬ ସପ୍ତାହ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ କରୋନ ଭାଇରସ୍‌କୁ ମହାମାରୀ ଘୋଷଣା କରି ନ ଥିଲା।
ଏଥର ମେଲବୋର୍ନ ପାର୍କରେ ଦର୍ଶକ ସଂଖ୍ୟା ପ୍ରାୟ ଅଧା ହେବ। ଆଷ୍ଟ୍ରେଲିଆରେ ପହଞ୍ଚିବା ପରେ ବିଦେଶୀ ଖେଳାଳିମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। ଏହାପରେ ସେମାନଙ୍କର କୋଭିଡ୍‌-୧୯ ଟେଷ୍ଟ ହେବ। ଖେଳାଳିମାନେ ଜୈବ ସୁରକ୍ଷିତ ହୋଟେଲରେ ରହିବେ ଓ ଭେନ୍ୟୁକୁ ସୁରକ୍ଷିତ ଭାବେ ଯିବା ଆସିବା କରିବେ ବୋଲି କୁହାଯାଇଛି। ଚଳିତ ସପ୍ତାହରେ ଆମେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛୁ ବୋଲି ଟିଲେ କହିଛନ୍ତି। ଟେନିସ ଅଷ୍ଟ୍ରେଲିଆ ଫୁଲ୍‌ ଟାଇମ୍‌ ଟୁର୍ନାମେଣ୍ଟର ଷ୍ଟାଫ୍‌ ସଂଖ୍ୟା ୪୫୦କୁ କମାଇଛି। ଆସନ୍ତା ଜାନୁୟାରୀ ୧୮ ତାରିଖର ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନ୍‌ରେ ଖେଳାଳି, ସପୋର୍ଟ ଷ୍ଟାଫ୍‌ଙ୍କ ସହ ମୋଟ ୨,୫୦୦ ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଯଦି ପରସ୍ଥିତିରେ ଉନ୍ନତି ହୁଏ ଓ ୟୁଏସ୍‌ ଓପନ, ଫ୍ରେଞ୍ଚ୍‌ ଓପନ ଭଲରେ ଆୟୋଜନ ହୁଏ ତେବେ ଖେଳାଳିମାନେ ଆତ୍ମବିଶ୍ୱାସ ଲାଭ କରିବେ ବୋଲି ଟିଲେ ଆଶା ବ୍ୟକ୍ତ କରିଛନ୍ତି।
ଏହି ମହାମାରୀ କାରଣରୁ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ସେହିପରି ଫ୍ରେଞ୍ଚ୍‌ ଓପନ୍‌କୁ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ୟୁଏସ୍‌ ଓପନ ଅଗଷ୍ଟ ୩୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri