Posted inଖେଳ

ସୁଧୁରୁ ନାହାନ୍ତି ଅଷ୍ଟ୍ରେଲିଆ ଦର୍ଶକ: ଗାବାରେ ସିରାଜ, ସୁନ୍ଦରଙ୍କୁ ଗାଳି

ବ୍ରିସ୍‌ବେନ, ୧୬।୧(ପି.ଟି.): ଅଷ୍ଟ୍ରେଲୀୟ ଦର୍ଶକ ନିଜ ପ୍ରକୃତି ଛାଡିପାରି ନାହାନ୍ତି। ପୁଣି ଥରେ ସେମାନେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଷ୍ଟାଡିୟମର କିଛି ଦର୍ଶକ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ପଦାର୍ପଣ କରିଥିବା ସ୍ପିନ୍‌ ଅଲ୍‌ରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କୁ କୀଡ଼ା ବା କୀଡ଼ାର ପିଲା ବୋଲି ସମ୍ବୋଧନ କରିଥିଲେ। ଏ ନେଇ ‘ସିଡ୍‌ନୀ ମର୍ନିଂ ହେରାଲ୍ଡ’ ଖବର କାଗଜ ରିପୋର୍ଟ ପ୍ରକାଶ କରିଛି। ମୋ ପଛରେ ବସିଥିବା କିଛି ଲୋକ ସୁନ୍ଦର ଓ ସିରାଜଙ୍କୁ କୀଡ଼ା ବୋଲି କହୁଥିବାରୁ ଶୁଣିଛି ବୋଲି ଜଣେ ଦର୍ଶକ ଏହି ଖବର କାଗଜକୁ କହିଛନ୍ତି।
ଏହାପୂର୍ବରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଅନୁଷ୍ଠିତ ତୃତୀୟ ଟେଷ୍ଟର ତୃତୀୟ ଓ ଚତୁର୍ଥ ଦିବସରେ ମଧ୍ୟ ସିରାଜଙ୍କୁ ଦର୍ଶକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଫଳରେ ସୁରକ୍ଷାକର୍ମୀମାନେ ୬ ଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରି ଦେଇଥିଲେ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଏ ନେଇ କ୍ଷମା ମାଗିଥିଲା। ସିରାଜ ଏ ନେଇ ଅଭିଯୋଗ କରିବା ପରେ ୧୦ ମିନିଟ୍‌ ଖେଳ ବନ୍ଦ ରହିଥିଲା। ଏ ନେଇ ବିସିସିଆଇ ମଧ୍ୟ ମ୍ୟାଚ ରେଫରିଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲା। ଆଇସିସି ମଧ୍ୟ ଏହି ମାମଲାରେ ପ୍ରବଳ ଅସନ୍ତୋଷ ଜାହିର କରିଥିଲା। ପୂର୍ବତନ କ୍ରିକେଟର ଓ ଭାରତୀୟ ଅଧିନାୟକ ବିରାଟ କୋହଲି, ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଓ କୋଚ୍‌ ଜଷ୍ଟିନ ଲାଙ୍ଗର ଦର୍ଶକଙ୍କ ଏଭଳି ଆଚରଣକୁ ଦୃଢ ଭାବେ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାଦ ମଧ୍ୟରେ ଲୁଚି ଲୁଚି ବିବାହ କଲେ RCB ବୋଲର ୟଶ ଦୟାଲ୍

ନୂଆଦିଲ୍ଲୀ,୧୫ା୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ଦ୍ରୁତ ବୋଲର ୟଶ ଦୟାଲ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଯୌନ ନିର୍ଯାତନା ଭଳି ଗମ୍ଭୀର…

ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟରଙ୍କୁ ସର୍ବଶ୍ରେଷ୍ଠ ଟି-୨୦ ଓପନର ବାଛିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୫।୩: କିଏ ସର୍ବଶ୍ରେଷ୍ଠ ଟି-୨୦ ଓପନର ? ଏନେଇ ଏକ ଚମକାଇଲା ଭଳି ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

କେମିତି ଫେରିଲେ ସଞ୍ଜୁ ସାମସନ, ଜିମରେ ଗୁପ୍ତ କଥାବାର୍ତ୍ତାର ଗୁମର ଖୋଲିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୩: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ପ୍ରଶଂସା କରିଛନ୍ତି। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯେତେବେଳେ ସଞ୍ଜୁ ସାମସନ ଫର୍ମରେ ଥାଆନ୍ତି,…

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୫।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri