‘ତାଳି’ ବେଉସାର ମଣିଷ

ମାର୍‌ ତାଳି, ଉଠା ଥାଳି’ କାହା ପାଇଁ ଏକ ସମ୍ମାନଜନକ ବୃତ୍ତି। କାହାର ପୁଣ୍ୟ ଅର୍ଜନର ମାଧ୍ୟମ। ମାନସିକ ଶାନ୍ତିର ଏକ ମାଧ୍ୟମ ବି କୁହାଯାଇପାରେ। ତାଳି, କଳାକାର ପ୍ରତି ସମ୍ମାନ। ଦର୍ଶକର ‘ତାଳି’ କଳାକାରର ଭାତ ଥାଳି ମଧ୍ୟ। ଏ କଥା କଳାକାରଟିଏ ସର୍ବସମ୍ମୁଖରେ ସମ୍ମାନର ଶ୍ରେଷ୍ଠ ଆଧାର ଭାବେ ପ୍ରକାଶ କରିଥାଏ। ନେତାଟିଏ ଭାଷଣ ଦେଲାବେଳେ ଚାହାନ୍ତି ତାଳି ଉପସ୍ଥିତ ଜନତାଠାରୁ। ଏପରିକି ସଭାମଞ୍ଚରେ, ନେତାଙ୍କ ପାଖଲୋକେ ଇସାରା କରନ୍ତି ତାଳି ମାରିବାକୁ। ତାଳି ଆନନ୍ଦ, ଉଲ୍ଲାସ, ସାବାସି ପ୍ରକାଶ କରିବାର ଏକ ମାଧ୍ୟମ।
ଆଉ ଏକ ତାଳି ପାଖରେ ଶୁଭିଲେ, ଯଦିଓ ସାଧାରଣ ତାଳିଠାରୁ ତାହାର ଶବ୍ଦ ଟିକେ ଅଲଗା ହୋଇପାରେ, ଆମେ ଚିହିଁକି ଉଠୁ, କାହା ମନରେ ବିକାର ସୃଷ୍ଟି ହୁଏ, କେହି କେହି ନିଜକୁ ସହଜ ମନେକରନ୍ତି ନାହିଁ। ଏହି କିଛି ଭାବ ରଖି ଯଥାସମ୍ଭବ କିଛି ଦେଇ ପାଖରୁ ତତ୍‌କ୍ଷଣାତ୍‌ ଦୂରେଇ ଦେବାକୁ ଚେଷ୍ଟା କରୁ। ଏହି ତାଳି ସେମାନଙ୍କ ଜୀବିକାର ମାଧ୍ୟମ। ଜୀବ ହୋଇଛନ୍ତି ଅର୍ଥ ସେମାନଙ୍କର ମଧ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହର ଜରୁରୀ ଅଛି। ସେମାନେ ସବୁ ଜୀବିକା କରିବାକୁ ଶାରୀରିକ ଭାବେ ସମର୍ଥ ହେଲେ ମଧ୍ୟ ସମାଜ ସବୁଥିରୁ ସେମାନଙ୍କୁ ବଂଚିତ କରିଛି।
ଜନ୍ମ ଯଦି କାହାର ଆୟତ୍ତ ନୁହେଁ, କେ ଧନୀ ଘରେ ଜନ୍ମ ହେଲେ ଧନବାନ୍‌ ବୋଲାଉଛି, ଅନେକ ସୁବିଧା ପାଉଛି, କେ ଗରିବ ଘରେ ଜନ୍ମ ହେଲେ ଦୀନହୀନ ଭାବେ ଜୀବନ ଜିଉଁଛି, କେ ଉଚ୍ଚବର୍ଣ୍ଣ ଘରେ ଜନ୍ମ ହେଲେ ସମାଜରେ ଅନେକ ସମ୍ମାନ ପାଇ ସୁବିଧାରେ ଜୀବନ ଜୀଉଁଛି, କେ ଦଳିତ ହୋଇ ଅନେକ ବାରଣରେ ସମାଜରେ ଚଳୁଛି। ଆଉ ଯେ ତୃତୀୟ ଲିଂଗୀ ଗୋଷ୍ଠୀ ଅନ୍ତର୍ଭୁକ୍ତ ହେଲା, ସେ କାହିଁକି ସମାଜରେ ଅସମ୍ମାନିତ ହେବ? କାହିଁକି ସବୁଥିରୁ ବଂଚିତ ହେବ? ସେ କାହିଁକି ସମାଜରେ ଉପହାସର ପାତ୍ର ହେବ? ଜଣେ ସବୁଥିରୁ ବଞ୍ଚତ୍ତ ହେଲେ ଭିକ୍ଷା ବୃତ୍ତି କରିବା ଛଡ଼ା ଆଉ ତା’ ପାଖରେ କ’ଣ ଉପାୟ ରହିବ ବଂଚିବା ପାଇଁ, ସେ ତୃତୀୟ ଲିଂଗୀ ହେଉ ନ ହେଉ, ସେ ସବର୍ଣ୍ଣ ହେଉ ବା ଦଳିତ, ସେ ଧାର୍ମିକ ହେଉ ବା ଅଧାର୍ମିକ, ମାତାପିତା ନଥିବା ପିଲାଟି ସହଜରେ ବିପଥଗାମୀ ହୁଏ, ସେହିପରି ସମାଜ ଯାହାକୁ ଉପଯୁକ୍ତ ସମ୍ମାନ ନଦେବ, ବଂଚିବାର ଭରସା ନଦେବ, ସେ ସମାଜରେ ବିପଥଗାମୀ ହେବ, ଏହା ସମାଜର ଏକ ଅଲିଖିତ ନିୟମ। ଆଉ ସମାଜରେ ଅନେକ ଅଘଟଣ ଘଟିବାକୁ ଅସ୍ବୀକାର କରାଯାଇନପାରେ।
ତୃତୀୟ ଲିଙ୍ଗୀ ମଣିଷ ସମାଜରେ ଅନେକ ଯନ୍ତ୍ରଣା ପାଇଥାଏ, ଏପରିକି ନିଜ ପରିବାରଠାରୁ ମଧ୍ୟ। ଏପରିକି ନିଜ ଘରୁ ସେ ବିତାଡ଼ିତ ହୁଏ, ସମାଜରେ ଅସହାୟ ହୋଇ ବୁଲେ। ସେମାନେ ଭାଗ୍ୟକୁ ଆଦରି ପଡ଼ିରୁହନ୍ତି। ତଦ୍ଦ୍ବାରା ସେମାନେ ସର୍ବଦା ଅବସାଦରେ ରହିଥା’ନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ସେମାନଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ। ଆଉ ୬୬% ଗ୍ରାମାଞ୍ଚଳରେ ରୁହନ୍ତି। ଆଉ ସେମାନଙ୍କ ମଧ୍ୟରୁ ପ୍ରାୟ ୪୬% ସାକ୍ଷର। ୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ନାଲ୍‌ସା ବନାମ ଭାରତ ସରକାର ରାୟରେ ସେମାନଙ୍କୁ ଆଇନଗତ ସ୍ବୀକୃତି ଦେଇ ସମାଜରେ ମଣିଷ ହିସାବରେ ବଞ୍ଚତ୍ବାକୁ ଅଧିକାର ଦେଲେ। ସମୟକ୍ରମେ ଅଧିକାର ସୁରକ୍ଷା ଆଇନ-୨୦୧୯ ବଳରେ, ୨୦୨୦ ମସିହା ପରେ ସେମାନେ ଭୋଟର ପରିଚୟପତ୍ର ପାଇଲେ। ସେମାନଙ୍କ ଇତିହାସ ୨୦୦୦ ବର୍ଷର। ଆମ ରାମାୟଣ, ମହାଭାରତରେ ସେମାନଙ୍କ ବର୍ଣ୍ଣନା ରହିଛି ମଧ୍ୟ। କିନ୍ନର ଆଖଡ଼ା ରହିଛି ପୁରାତନ ଯୁଆନ ଆଖଡ଼ା ଅନ୍ତର୍ଗତ, ଯାହା ଧାର୍ମିକ ଆଧାରରେ ସେମାନେ ବିଭିନ୍ନ ପରମ୍ପରା ସହିତ ଜଡ଼ିତ ହେଉଛନ୍ତି। ସେମାନେ ଯଦିଓ ବିଭିନ୍ନ ପର୍ବପର୍ବାଣି, ବିବାହ, ଜନ୍ମ ଉତ୍ସବରେ ଆଶୀର୍ବାଦ କରିଥା’ନ୍ତି, କିନ୍ତୁ ସମାଜରେ ସମ୍ମାନର ସହିତ ବଞ୍ଚତ୍ବାର ଅଧିକାର ପାଇନାହାନ୍ତି ବା ସମାଜ ଗ୍ରହଣ କରିପାରିନାହିଁ। ଏବେ ସରକାରୀ ସ୍ତରରେ ସେମାନେ ବହୁ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। କିନ୍ତୁ ନିଜର ସୁରକ୍ଷା ପାଇଁ ନିଜ ଭିତରେ ସେମାନେ କେଉଁ କାଳରୁ ଗଢ଼ିଛନ୍ତି ଗୁରୁ-ଶିଷ୍ୟ ପରମ୍ପରା।
ସତରେ ଆମେ କେହି କ’ଣ କେବେ ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇଛେ। ତୁମେ ଆତ୍ମସମ୍ମାନର ସହ ସମାଜରେ ବଞ୍ଚତ୍ବାକୁ ଚାହଁ ନା ନାହିଁ ଆମେ କେବେ ପଚାରିଛେ? ନା ସବୁବେଳେ ଆମେ ସେମାନଙ୍କୁ ଗୋଟିଏ ନଜରରେ ଦେଖି ଦୂର୍‌ ଦୂର୍‌ କରିଥାଉ। କୌଣସି କଥାରେ ଆମକୁ ବଞ୍ଚତ୍ତ କଲେ, ଆମ ମନ ମଧ୍ୟରେ ଅନେକ ବିଦ୍ରୋହ ସୃଷ୍ଟି ହୁଏ। ସେମାନଙ୍କୁ ସବୁଥିରୁ ବଞ୍ଚତ୍ତ କଲେ ସେମାନଙ୍କ ମଧ୍ୟରେ ସମାଜ ପ୍ରତି କ୍ରୂରତା ସୃଷ୍ଟି ନ ହେବ ବା କାହିଁକି?
ଆମେ ସ୍ଥୂଳକ୍ଷେତ୍ରରେ ସେମାନଙ୍କୁ ସାଧାରଣତଃ ଦୁଇଟି ଗୋଷ୍ଠୀରେ ବିଭକ୍ତ କରିଥାଉ। ଗୋଟିଏ ପୁରୁଷରୁ ନାରୀ ସୁଲଭରେ ପରିପ୍ରକାଶ ଆଉ ଗୋଟିକ ନାରୀରୁ ପୁରୁଷ ସୁଲଭରେ ପରିପ୍ରକାଶ। କିନ୍ତୁ ବିଜ୍ଞାନର ଶରୀରତତ୍ତ୍ୱ ଗବେଷଣାରେ ଏଯାବତ୍‌ ସ୍ଥୂଳ କ୍ଷେତ୍ରରେ ଆଠଟି ଶ୍ରେଣୀରେ ସେମାନଙ୍କୁ ବିଭକ୍ତ କରିଥିବା ବେଳେ ସୂକ୍ଷ୍ମ କ୍ଷେତ୍ରରେ ସେମାନଙ୍କୁ ପ୍ରାୟ ଶହେରୁ ଅଧିକ ଶ୍ରେଣୀରେ ସେମାନଙ୍କ ଶରୀର ସଂରଚନା ଆଧାରରେ ବିଭକ୍ତ କରିଛି। କେତେକ କ୍ଷେତ୍ରରେ ଚିକିିତ୍ସା ବିଜ୍ଞାନ ସକ୍ଷମ ହେଉଛି ସେମାନଙ୍କୁ ସାଧାରଣ ମଣିଷ ପରି ଜୀବନଧାରଣ କରିବାକୁ।
ଯଦିଓ ସେମାନଙ୍କ ବିକାଶ ପାଇଁ କେରଳ ରାଜ୍ୟ ପ୍ରଥମେ ବିଧାନସଭାରେ ବିଧେୟକ ଗୃହୀତ କଲା, କିନ୍ତୁ ପରେ ପରେ ଭାରତ ସରକାର, ପରେ ଅନେକ ରାଜ୍ୟ ସରକାର ସେମାନଙ୍କ ବିକାଶ ପାଇଁ ଅନେକ ଆଇନ ପ୍ରବର୍ତ୍ତନ କରିଛନ୍ତି। ସେମାନଙ୍କୁ ସାମାଜିକ ସୁରକ୍ଷା, ଚାକିରିରେ ୨% ସରଂକ୍ଷଣ, ଶିକ୍ଷା ଗ୍ରହଣର ସୁବିଧା ଆଦି ବିଷୟରେ ଯଦିଓ ଆଇନ ହୋଇଛି, ସେମାନେ ବିଭିନ୍ନ ରାଜନୈତିକ ଦଳରେ ଯୋଗଦେଇ ନିର୍ବାଚନରେ ସୁଯୋଗ ପାଇଛନ୍ତି ପ୍ରାର୍ଥୀ ଭାବରେ। କିନ୍ତୁ ସମାଜ ସେମାନଙ୍କୁ ସେତିକି ଅଧିକାର ଦେଇପାରିନାହିଁ, କାରଣ ସମାଜରେ ଗ୍ରହଣୀୟତା ସେତିକି ବ୍ୟାପକ ହୋଇନାହିଁ। ସମ୍ବିଧାନର ଧାରା ୧୫ ଅନୁଯାୟୀ କାହାକୁ ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ ତଥା ଜନ୍ମସ୍ଥାନ ଆଧାରରେ କାହା ପ୍ରତି ବୈଷମ୍ୟ ଭାବ ରଖିପାରିବା ନାହିଁ।
ବର୍ତ୍ତମାନ ଯୁଗରେ ଆମେ ଯେତେବେଳେ ନୈତିକତାର ଆଧାରରେ ବୌଦ୍ଧିକ ବିକାଶର ଶ୍ରେଷ୍ଠରେ ପହଞ୍ଚତ୍ଲେଣି, ସେତେବେଳେ କାହାକୁ ସମାଜର ମୁଖ୍ୟସ୍ରୋତକୁ ଆସିବାରେ ବାଧା ସୃଷ୍ଟି କରିବା ବା ଅସହିଷ୍ଣୁ ହେବା ଆଦୌ ସମୀଚୀନ ନୁହେଁ। ସକଳ ମାନବ ସମ୍ବଳର ଉପଯୋଗ ପାଇଁ ଆମେ ସକ୍ଷମ, କାରଣ ଆମେ ମଧ୍ୟଯୁଗୀୟ ଭାବନାରୁ ବହୁ ଊର୍ଦ୍ଧ୍ୱରେ। ଯାହାର ଜୀବନ ଅଛି, ତାହାର ଆତ୍ମସମ୍ମାନର ସହିତ ବଞ୍ଚତ୍ବାର ଅଧିକାର ଅଛି।

ଗଣେଶ୍ୱର ନାୟକ
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri