ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଭାଇଚାରା, ଶାନ୍ତି ସଦ୍‌ଭାବନା ପାଇଁ ନିଆରା ପ୍ରୟାସ

ଦାରିଙ୍ଗବାଡି,୩।୧ (ଅରୁଣ ସାହୁ ): କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ନୂତନ ବର୍ଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ଗୁରୁବାର ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମକରେ ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଗ୍ରାମର ବିଶିଷ୍ଠ ଶିଳ୍ପପତି ଜିତେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ। ପ୍ରଥମେ ଗ୍ରାମର ରଞ୍ଜନ ଦିଗାଲ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ ପରେ ରେଭେନ୍ଦେର ଯୋହନ ଦିଗାଲ ଯୀଶୁଖ୍ରୀଷ୍ଟଙ୍କ ବାଣୀ ଶୁଣାଇଥିଲେ।
ସେହିପରି ପାଳକ ଜଳେଶ୍ୱର ପ୍ରଧାନ ବାଇବଲ ପଠନ ଓ ସାମୁହିକ ପ୍ରାର୍ଥନା କରିଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟିର ସଭାପତି ଦେବାନନ୍ଦ ଦିଗାଲ, ସମ୍ପାଦକ ଦୁର୍ବାସା ପ୍ରଧାନ, ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ଶିକ୍ଷକ ଥୋମାସ ଦିଗାଲ,ମାନୁରାଜ ଦିଗାଲ, ଏଲିଆସ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ଲାଦାମାଲା ଗ୍ରାମରେ ଏଭଳି ଦିର୍ଘବର୍ଷ ଧରି ଶାନ୍ତି, ସଦଭାବନା, ଭାଇଚାରା ଓ ଛାତ୍ରୀଛାତ୍ର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠିର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବାରୁ ପ୍ରଂଶସା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ। ଗ୍ରାମର ବିକାଶ ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ଛାତ୍ରୀଛାତ୍ର ମାନେ ପାରମ୍ପରିକ ନୃତ୍ୟ, କ୍ଷୁଦ୍ର ନାଟକ ପରିବେଷଣ କରିବା ସହ ମର୍ଡନଡ୍ୟାନ୍ସ ଆଦି କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri