ବିସ୍ଫୋରକ ବୟାନ ଦେଲେ ପ୍ରଭାତ: କହିଲେ ଯିଏ ମୋ ଗୋଡ଼ ଟାଣିଛନ୍ତି ତାଙ୍କ କଥା ଗୋଟିଗୋଟି କି ….

କଟକ,୩।୧: କଟକରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ସେଠାରେ ପ୍ରଭାତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,କିଛି ଲୋକ ମୋ ଗୋଡ଼ ଟାଣିଛନ୍ତି। ଯେଉଁମାନେ ମୋ ଗୋଡ଼ ଟାଣିଛନ୍ତି ସେମାନଙ୍କ କଥା ଜଗନ୍ନାଥ ବୁଝିବେ। ରାମାୟଣରେ ରାମ ଓ ରାବଣ, ମହାଭାରତରେ କୃଷ୍ଣ ଓ କଂସ ଅଛନ୍ତି। ସେହିପରି ରାଜନୀତିରେ ବି ଅଛନ୍ତି, ତା’ର ନମୁନା ବିଭିନ୍ନ ସମୟରେ ଦେଇଛି।

ତେବେ ପୂର୍ବରୁ ବିଜେଡି ଶୋଚନୀୟ ପରାଜୟକୁ ନେଇ ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ପ୍ରଣବ ପ୍ରକାଶ ଦାସ (ବବି )ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ପରେ ରାଜ୍ୟ ସଭା ଏମ୍ପି ଦେବାଶିଷ ସାମନ୍ତରାୟ ମୁହଁ ଖୋଲି କହିଥିଲେ, ସିବିଆଇ ମାମଲାରୁ ବର୍ତ୍ତିବାକୁ ପ୍ରଭାତ ଭାଜପା ଆଡ଼କୁ ଢଳୁଥିବା ଲାଗୁଛି। ପ୍ରଭାତ ବାବୁ ଦରକାର ପଡ଼ିବା ବେଳେ ପାଣ୍ଡିଆନ, ବବି ପାଖକୁ ଦୌଡୁଥିଲେ। ପାଣ୍ଡିଆନ କାମ କଲା ବେଳେ ତ ପ୍ରଭାତ ତାଙ୍କୁ ସମାଲୋଚନା କରୁନଥିଲେ। ପରାଜୟ ନେଇ ଏବେ ସେ ପ୍ୟାରୀ ବାବୁଙ୍କ ଲୁହ ପଡ଼ିଲା ବୋଲି କହୁଛନ୍ତି। ପ୍ୟାରୀଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି।

ତେବେ ନିକଟରେ ପ୍ରଭାତଙ୍କ ଝିଅଙ୍କ ବିବାହ ହୋଇଥିଲା। ଯେଉଁଥିରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ନିର୍ବାଚନ ପରେ ପ୍ରଥମେ କାର୍ତ୍ତିକ ପାଣ୍ଡିଆନଙ୍କୁ ଉକ୍ତ ବିବାହ ଭୋଜିରେ ଦେଖିବାକୁ ମିଳିଥିଲା। ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅ ତଥା ଚୌଦାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଉଣୀ ବାହାଘରରେ ନଜର ଆସିଥିଲେ ପାଣ୍ଡିଆନ । ବିବାହ ମଣ୍ଡପରେ ଉପସ୍ଥିତ ଅତିଥି ଓ ପ୍ରଭାତ ବିଶ୍ବାଳଙ୍କ ସମ୍ପର୍କୀୟଙ୍କମଧ୍ୟରେ ତାଙ୍କୁ ଦେଖିବାକୁ ମିଲିଥିଲା । ପାଣ୍ଡିଆନ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ମଧ୍ୟ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?