ଏଟିଏମ୍‌ ଲୁଟ୍‌ ପରେ ଜାଳିଦେଲେ

ବାଲେଶ୍ୱର ଅଫିସ,୨୫ା୨: ବାଲେଶ୍ୱର ଜିଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମ ଲୁଟ୍‌ ପରେ ଗୁରୁବାର ରାତିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଗ୍ୟାସ୍‌ କଟର ପଡ଼ିଛି। ପୋଲିସ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।