୮ ମାସ ହେଲା କାମ ନ କରି ଦରମା ପାଉଛନ୍ତି ସହକାରୀ ଯନ୍ତ୍ରୀ

ରାୟଗଡ଼ା ଅଫିସ, ୨ା୯:ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ଜାନୁୟାରୀ ୧୯ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଯୋଗଦେଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ଦୀର୍ଘ ୭ ମାସ ପରେ ସହକାରୀ ଯନ୍ତ୍ରୀ(ଅପ୍‌ଗ୍ରେଡେଶନ) ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ବିଡିଓ ଚିଠି ସଂଖ୍ୟା ୨୦୮୨/ତା୨୬ା୦୭ା୨୦୨୨ରେ ବ୍ଲକର ଦୁର୍ଗୀ, ଡୁମୁରିଲେଲି, ଚଞ୍ଚରାଗୁଡ଼ା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପି.ଏସ୍‌. ରାଓଙ୍କଠାରୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଯନ୍ତ୍ରୀ ପାଣିଗ୍ରାହୀ ମାସେ ହେଲା ଉକ୍ତ ୩ ପଞ୍ଚାୟତର ଦାୟିତ୍ୱ ନ ନେବା ନେଇ ବ୍ଲକ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି।
ଅପରପକ୍ଷେ ବିଡିଓଙ୍କ ନିର୍ଦ୍ଦେଶ ପରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ରାଓ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରାଙ୍କୁ ତିନୋଟି ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁନଶ୍ଚ ବିଡିଓ ପତ୍ର ସଂଖ୍ୟା ୨୨୧୧/ତା୬ା୮ା୨୦୨୨ ରେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ କୌଣସି ପଞ୍ଚାୟତ ଦାୟିତ୍ୱ ନ ଦେଇ ଅନ୍ୟ ୩ ଯନ୍ତ୍ରୀଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏବେ ୧ ମାସରୁ ଊଦ୍ଧର୍‌ବ ସମୟ ଧରି ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀ ବ୍ଲକରେ ବିନା କାମରେ ବସିରହି ଦରମା ନେଉଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ୩ ବର୍ଷ ତଳେ ବିଷମକଟକ ବ୍ଲକରେ ଯୋଗଦେଇଥିଲେ। ଏଠାରେ କାର୍ଯ୍ୟ ମଧ୍ୟରେ ବ୍ୟାପକ ଦୁର୍ନୀତି, ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାନୁୟାରୀ ମାସରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀଙ୍କୁ ବ୍ଲକରେ ଅବସ୍ଥାପିତ କରାଯାଇଥିଲା। ଜାନୁୟାରୀ ୧୯ ରେ ସେ ଯୋଗଦେଇଥିଲେ। ହେଲେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ଦୀର୍ଘ ମାସ ଧରି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ଏମିତିକି ୬ ମାସ ଧରି ଅଫିସ ଚାମ୍ବର ଏବଂ ଗାଡ଼ି ହସ୍ତାନ୍ତର ନ କରିବାରୁ ଜୁନ୍‌ ୨୫ରେ ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠ ଚାବି ଭଙ୍ଗାଯାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ କାର୍ଯ୍ୟାଳୟରେ ବସି କାମ କରିବା ପାଇଁ ଦିଆଯାଇଥିଲା। ତେବେ ଜାନୁୟାରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଯୋଗଦେଇଥିଲେ ମଧ୍ୟ ବିଡିଓ ୮ ମାସ ଧରି ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ କାହିଁକି ପଞ୍ଚାୟତ ଦାୟିତ୍ୱ ଦେଇ ନ ଥିଲେ ବୋଲି ପ୍ରଶ୍ନ ଉଠିଛି। ଉକ୍ତ ସମୟରେ ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ କେଉଁ ଦାୟିତ୍ୱରେ ଥିଲେ ତାହାର ତଦନ୍ତ ପାଇଁ ଦାବି ହୋଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ ବଦଳିକରି ପୁଣି ସହକାରୀ ଯନ୍ତ୍ରୀ ପାଣିଗ୍ରାହୀଙ୍କୁ ଉକ୍ତ ସ୍ଥାନରେ ଦାୟିତ୍ୱ ଦେବାକୁ ଚକ୍ରାନ୍ତ କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଜିଲାପାଳ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି। ଏ ବିଷୟରେ ବିଡିଓ ଆଲବର୍ଟ ଲାକ୍ରାଙ୍କୁ ପଚାରିବାରୁ ତାଙ୍କ କଥାରେ ତାଳମେଳ ରହୁନାହିିିିିିିିିିିିିିିିଁ। ଯନ୍ତ୍ରୀ ପାଣିଗ୍ରାହୀ ୩ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବେ ବୋଲି ପୂର୍ବରୁ କହୁଥିଲେ। ଏବେ ସେ କହିଛନ୍ତି, ସହକାରୀ ଯନ୍ତ୍ରୀ ପାଣିଗ୍ରାହୀ ଅସୁସ୍ଥ ଥିବାରୁ ଦାୟିତ୍ୱ ଗ୍ରହଣ କରିପାରୁ ନ ଥିଲେ। ସେ ପୁଣି ୩ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଡିଓ କହିଛନ୍ତି। ହେଲେ ଯନ୍ତ୍ରୀ ପାଣିଗ୍ରାହୀ କେତେଦିନ ଛୁଟିରେ ଥିଲେ ସେ ନେଇ ବିଡିଓ କୌଣସି ପ୍ରତିକ୍ରିୟା ରଖିପାରି ନାହାନ୍ତି। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି, କନିଷ୍ଠ ଯନ୍ତ୍ରୀମାନେ କୌଣସି କେସ୍‌ ରେକର୍ଡ ବିଲ୍‌ ଆଣୁ ନାହାନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୬ଟି ବିଲ୍‌ରେ ସେ ଦସ୍ତଖତ କରିଥିବା କହିଛନ୍ତି। ବିଲ୍‌ ଚେକ୍‌ ମେଜରମେଣ୍ଟ କିଏ କରୁଛନ୍ତି ଜାଣିନାହାନ୍ତି ବୋଲି ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ପି.ଏସ୍‌. ରାଓଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ବେଆଇନ କାର୍ଯ୍ୟ କରିବା ପାଇଁ ଚାପ ପକାଇଲେ। ତାହା ନ କରିବାରୁ ଚକ୍ରାନ୍ତ କରି ବଦଳି କରିଦେଲେ ବୋଲି ରାଓ କହିଛନ୍ତି। ଏ ନେଇ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପାଣିଗ୍ରାହୀଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri