Posted inଫୁରସତ

ଓଡ଼ିଶାର କଳାସଂସ୍କୃତି ମୋ ପରିଚୟ: ଯୁବ ଶିଳ୍ପୀ ପଦ୍ମଚରଣ

ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବି ଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍‌ ଖୁସି ଲାଗେ । ଏମିତିରେ ଓଡ଼ିଶାର କଳା ସଂସ୍କୃତି ହିଁ ମୋତେ ପରିଚୟ ଦେଇଛି।
ଶିଳ୍ପୀଙ୍କ ହସ୍ତର ଯାଦୁକରୀ ସ୍ପର୍ଶରେ ନିର୍ଜୀବ ପଥରରେ ବି ପ୍ରାଣ ସଞ୍ଚାରିତ ହୋଇଥାଏ। ଯାହା ଶିଳ୍ପୀଙ୍କ କଳାକୃତୀର ପରିଚୟ ଦିଏ। ତେବେ ପ୍ରକୃତିର ରୂପବର୍ଣ୍ଣାଳୀକୁ ଦେଖି ଶିଳ୍ପୀ ନିଜ ମନରେ ଉଙ୍କି ମାରୁଥିବା ଚିତ୍ରକୁ ତା’ ରଙ୍ଗତୂଳୀର କାନ୍‌ଭାସରେ ଅଙ୍କନ କରେ। ସେମିତି ଜଣେ ଯୁବ ଶିଳ୍ପୀ ହେଲେ ପଦ୍ମଚରଣ ମହାରଣା। ଜନ୍ମ ତା ୧୨ା୧ା୧୯୭୪ମସିହାରେ । ପତା ରଘୁନାଥ ମହାରଣା ଓ ମା’ ରାଣୀ ଦେଈ। ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର କୁହୁଡ଼ି ଗ୍ରାମରେ। ସେ କୁହନ୍ତି- ପିଲାଟିବେଳୁ ବିଭିନ୍ନ ପଶୁପକ୍ଷୀ ଓ ଗଛଲତା ଆଦି ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଭଲଲାଗେ । ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଥରେ ସାର୍‌ ଶ୍ରେଣୀର କଳାପଟାରେ ଏକ ଗଛ ଓ ଆକାଶରେ ଚଢ଼େଇ ଉଡୁଥିବାର ଚିତ୍ରକୁ ଆଙ୍କିଥିଲେ। ଏହି ଚିତ୍ରକୁ ବାରମ୍ବାର ଦେଖୁଥିଲି। କିନ୍ତୁ ସେହି ଚିତ୍ରଟିକୁ ଆଙ୍କିବା ପାଇଁ ଅଭ୍ୟାସ କରିଥିଲି। ଏମିତି ଚିତ୍ର ଆଙ୍କିବାରେ ନିଜକୁ ହଜେଇ ଦେଲି ଯେ ବେଳେବେଳେ ଭୋକ ଶୋଷକୁ ବି ଭୁଲିଯାଏ। ତାପରେ ସାର୍‌ ଓ ସାଙ୍ଗମାନେ ମୁଁ ଆଙ୍କିଥିବା ଚିତ୍ରଗୁଡ଼ିକୁ ଦେଖି ମତେ ଖୁବ୍‌ ପ୍ରଶଂସା କରିଥିଲେ। ସେବେଠାରୁ ବିଭିନ୍ନ ଚିତ୍ର ଆଙ୍କିବା ଓ ସେହି ଚିତ୍ରଗୁଡ଼ିକ କିପରି ଅଧିକ ଭଲ ହୋଇପାରିବ ସେଥିପାଇଁ ଚିନ୍ତା ଘାରିଲା। ତେବେ ମୋର ପ୍ରଥମ ଚିତ୍ର ଥିଲା ମଣିଷ ମୁଣ୍ଡ, ତା’ପରେ ଶୁଆ ଓ ଗଛ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୦ମ ପାସ୍‌ କରିଲା ପରେ ଯାଇ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ୨ ପଢ଼ିଲି । ସମୟକ୍ରମେ ୧୯୯୨ମସିହାରେ ଚାରୁକଳା ମହାବିଦ୍ୟାଳୟ ଖଲିକୋଟରେ ମୁଦ୍ରଣକଳା ବା ଗ୍ରାଫିକ ଆର୍ଟରେ ପ୍ରାୟ ୫ ବର୍ଷ ବି.ଏଫ୍‌.ଏ ଶିକ୍ଷା ଲାଭ କରିଲି। ଆର୍ଟ କଲେଜରେ କଳାଶିକ୍ଷାକୁ ପୁଞ୍ଜିକରି ଆଗକୁ ଅଗ୍ରସର ହେଲିି। ଠାକୁରଙ୍କ ଆଶୀର୍ବାଦ ଓ ବାପାଙ୍କଠାରୁ ପ୍ରେରଣା ମିଳିଥିଲା । ମୋ ଶିଳ୍ପୀ ଜୀବନର ସଂଘର୍ଷମୟ ପଥରେ ଯେତେବେଳେ କିଛି କଥା ମନକୁ ଆସେ ସଙ୍ଗେ ସଙ୍ଗେ ତାକୁ ଚିତ୍ରକଳାର ରୂପଦିଏ। ଗୋଟିଏ ଚିତ୍ର ଆଙ୍କିବା ପୂର୍ବରୁ ପ୍ରଥମେ ତା’ର ଆକୃତିକୁ ଆଙ୍କିଥାଏ। ପାରିପାର୍ଶ୍ୱିକ ଘଟଣା, ହସର, କାନ୍ଦର, ରାଗର ଚେହେରାକୁ ଆଙ୍କେ । ପ୍ରତ୍ୟେକ ଚିତ୍ର ପଛରେ କିଛି ଅକୁହା କାହାଣୀ ରହିଛି। ଯେତେବେଳେ ଦର୍ଶକ ଛବିଦେଖାରେ ନିଜକୁ ହଜେଇ ଦିଅନ୍ତି ସେତେବେଳେ ମତେ ଖୁବ୍‌ ଖୁସି ଲାଗେ । ଏମିତିରେ ଓଡ଼ିଶାର କଳା ସଂସ୍କୃତି ହିଁ ମୋତେ ପରିଚୟ ଦେଇଛି। ସବୁବେଳେ କିଛି ନୂଆକରିବା ପାଇଁ ଚେଷ୍ଟା କରିଥାଏ। ପେଣ୍ଟିଂ, ଲିଥୋପ୍ରିଣ୍ଟିଂ, ଗ୍ରାଫିକ ଆଦି କଳାଶିକ୍ଷା କର୍ମଶାଳାରେ ଯୋଗଦେଇ ଶିକ୍ଷାଲାଭ କରିପାରିଛି। ଏଯାଏ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଆର୍ଟକାମ ସାରିପାରିଛି। ସବୁ ଚିତ୍ର ତ ସ୍ମୃତି ପରି ଲାଗେ। ରାଜ୍ୟର ରାଉରକେଲା,ଭୁବନେଶ୍ୱର, ବ୍ରହ୍ମପୁର ଭଦ୍ରକ ଆଦି ଅଞ୍ଚଳର କେତେକ ଅନୁଷ୍ଠାନ ସମେତ ଓଡ଼ିଶାର ଲଳିତକଳା ଏକାଡ଼େମୀ ଓ ଖଲିକୋଟ ଚାରୁକଳା ମହାବିଦ୍ୟାଳୟରେ ତିଆରି କରିଥିବା ବିଭିନ୍ନ କଳାକୃତିକୁ ପ୍ରଦର୍ଶନ ଓ ସ୍ଥାନିତ କରାଯାଇଛି। ତାହାହିଁ ମୋ ପାଇଁ ସ୍ମରଣୀୟ। ଲିଥୋପ୍ରିଣ୍ଟ ନ୍ୟୁଜପେପର କଳାକୃତି ପାଇଁ ଓଡ଼ିଶା ଲଳିତକଳା ଏକାଡ଼େମୀ ତରଫରୁ ୧୯୯୬ରେ ପୁରସ୍କୃତ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ତେବେ ୧୯୯୮ ମସିହାରୁ ବିହାର ବେଗୁସୁରାଇ ଜିଲାର ଏକ ଘରୋଇ ପ୍ରତିଷ୍ଠିତ ସ୍କୁଲରେ ଆର୍ଟ ଶିକ୍ଷକଭାବେ କାଯର୍‌ୟରତ। ଏଠାରେ ଛାତ୍ରୀଛାତ୍ରଙ୍କୁ ବିଭନ୍ନ ଗ୍ରାଫିକ, ପ୍ରିଣ୍ଟିଂ ଓ କର୍ମସିଆଲ କଳାକାରିଗରି ବିଷୟରେ ପଢ଼ାଉଛି। ସବୁବେଳେ ଭଲପାଏ ପ୍ରକୃତିର ବିଭିନ୍ନ ରୂପବିଭବକୁ। ପାହାଡ଼, ସମୁଦ୍ର, ଆକାଶ, ଏପରି କି ଧୂଳି ଧୂସରିତ ପୃଥିବୀକୁ। ଏହି ଭଲପାଇବାର ଆବେଗରେ ଲୁଚିରହିଥାଏ ଶିଳ୍ପୀ ଭାବନାର ଅଜଣାଚିତ୍ର। କିନ୍ତୁ କଳା ସବୁଠି ଦରକାର, କାରଣ ଆଦିମାନବ ଚିତ୍ର ଆଙ୍କି ନିଜର ଭାବକୁ ହିଁ ପ୍ରକାଶ କରିପାରୁଥିଲା । ପିଲାମାନେ ପ୍ରଥମେ ଛବିରୁ ହିଁ ଶିକ୍ଷା ପାଇଥାନ୍ତି । ବିଭିନ୍ନ ରଙ୍ଗ ଦେଖି ଆକର୍ଷିତ ହୁଅନ୍ତି। କିନ୍ତୁ ଏ କଥା କିଏ ବା ନ ଜାଣେ ଶିଳ୍ପୀ ଯେତେ ଦୁଃଖରେ ଥିଲେ ବି ସେ ରାଜକୀୟ ଠାଣି ଦେଖାଇଥାଏ।

– ବନ ବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri