ଜିଲାରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ

କୋରାପୁଟ,୧୦।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବ୍ୟାପକ ହେବ କଫି ଚାଷ ା ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲା ପ୍ରଶାସନ ଏନେଇ ଉଦ୍ୟମ ଆରମ୍ଭ କରିଛି ା ଓଡିଶା ଜୀବିକା ମିଶନ, କଫି ଡେଭଲପମେଣ୍ଟଟ୍ରଷ୍ଟ, ଜିଲା ଜଳ ବିଭାଜିକା ପ୍ରକଳ୍ପ, ମିଶନ ଶକ୍ତି ଓ କଫି ବୋର୍ଡର ମିଳିତ ଉଦ୍ୟମରେ ଆଗାମୀ ଦିନରେ ପ୍ରଥମ ପର୍ଯ୍ୟାୟରେ ୫୨୩ ହେକ୍ଟର ଜମିରେ କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ା ଏଥିପାଇଁ ଦେଓଘାଟି ଭଳି ୨ଟି ଚାରା ପ୍ରସ୍ତୁତି କେନ୍ଦ୍ର ଆରମ୍ଭ କରାଯାଇଛି ା କଫି ବୋର୍ଡ ପରିସରରେ ମଧ୍ୟ କଫି ଚାରା ଓ ନର୍ସରୀ ପ୍ରସ୍ତୁତି ପାଇଁ ତାଲିମ ପରେ କୋରାପୁଟ ବ୍ଲକର ଘାଟଗୁମରଠାରେ ୧.୬ ଲକ୍ଷ କଫି ଚାରା ପ୍ରସ୍ତୁତି ନେଇ ନର୍ସରୀରେ ସ୍ବତନ୍ତ୍ର ବେଡ ପ୍ରସ୍ତୁତ ହୋଇଛି ା ଏଥିସହ ନର୍ସରୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁ ସମସ୍ତ ଚାରାକୁ ବଞ୍ଚାଇ ରଖାଯାଇଛି ବୋଲି ଓଏଲ୍‌ଏମ୍‌ର ଜିଲା ଅଧିକାରୀ ସୁସ୍ମିତା ସାମନ୍ତରାୟ କହିଛନ୍ତି। ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ଓ ଅନ୍ୟ ମହିଳା ସଙ୍ଗଠନ ମାଧ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଚାରାକୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଦାୟିତ୍ୱ କୋରାପୁଟ କଫି ଡେଭଲପମେଣ୍ଟ ଟ୍ରଷ୍ଟ ନେଇଛି ା ସୂଚନାଯୋଗ୍ୟ, କଫି ଚାଷର ମହତ୍ୱ, କଫି ନର୍ସରୀ ପ୍ରସ୍ତୁତ ଏବଂ ଚାରାର ରକ୍ଷଣାବେକ୍ଷଣ ଓ ପ୍ରସ୍ତୁତି, ଜାଗା ଚିହ୍ନଟ କରିବା ସହ ଆବଶ୍ୟକତା ଅନୁଯାୟୀ ଉନ୍ନତମାନର ଚାରା ପ୍ରସ୍ତୁତ ଉପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri