ବାର୍ଷିକ ଉତ୍ପାଦନ କ୍ଷମତା ୧୪ ଲକ୍ଷ ଟନ୍‌

ଅନୁଗୋଳ ଅଫିସ୍‌, ୨୯ ।୪

ଅନୁଗୋଳ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର (ଜେଏସ୍‌ପି) ପ୍ଲାଣ୍ଟ ପରିସରରେ ବାର୍ଷିକ ୧୪ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଟିଏମ୍‌ଟି ରିବାର୍‌ ମିଲ୍‌ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଶ୍ୱର ଅନ୍ୟତମ ବୃହତ୍ତମ ଷ୍ଟିଲ୍‌ ନିର୍ମାଣ କମ୍ପାନୀର ଅତ୍ୟାଧୁନିକ ଷ୍ଟିଲ୍‌ ଛଡ଼ ଉତ୍ପାଦନ କାରଖାନା, ପୃଥିବୀର ପ୍ରଥମ କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ଜେଏସ୍‌ପି ଚେୟାରମ୍ୟାନ୍‌ ନବୀନ ଜିନ୍ଦଲ, ଏମ୍‌ଡି ଭି.ଆର୍‌. ଶର୍ମା, ସିଇଓ (ଷ୍ଟିଲ୍‌) ଡି.କେ. ସରୋଗୀ, ଷ୍ଟିଲ୍‌ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଶିକା ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଲେ, ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଇସ୍ପାତ ଉତ୍ପାଦକାରୀ ରାଷ୍ଟ୍ର। ଏହା ଜାତୀୟ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଓଡ଼ିଶାରେ ଦେଶର ସିଂହଭାଗ ଷ୍ଟିଲ୍‌ ଉତ୍ପାଦନ ହେଉଛି। ଏଭଳି ଏକ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌କୁ ବାସ୍ତବ ରୂପ ଦେଇଥିବାରୁ ସେ ଜେଏସ୍‌ପି ଚେୟାରମ୍ୟାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଜେଏସ୍‌ପି ନିଜର ଷ୍ଟିଲ୍‌ ଉତ୍ପାଦନ କ୍ଷମତାକୁ ୨୫.୨ ଏମ୍‌ଟିପିଏକୁ ପରିବର୍ଦ୍ଧିତ କରିବାକୁ ଲକ୍ଷ୍ୟ ରଖିଛି। ଏହା ସଫଳ ହେଲେ ୨୦୩୦ ସୁଦ୍ଧା ଦେଶର ୧୦% ଇସ୍ପାତ କେବଳ ଅନୁଗୋଳ ଜେଏସ୍‌ପିରୁ ଉତ୍ପାଦନ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି କୋଭିଡ୍‌ ମହାମାରୀ ସମୟରେ ଦେଶକୁ ତରଳ ଅମ୍ଳଜାନ ଯୋଗାଣରେ କମ୍ପାନୀ ଦେଖାଇଥିବା ପ୍ରତିବଦ୍ଧତାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।
ଏହି ଉପଲକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଟିମ୍‌, ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କମ୍ପାନୀର କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ (ସିଜିପି) ସମେତ ବିଭିନ୍ନ ୟୁନିଟ୍‌ ପରିଦର୍ଶନ କରିଥିଲେ। ଜେଏସ୍‌ପି ଚେୟାରମ୍ୟାନ୍‌ ଜିନ୍ଦଲ କହିଲେ, ଏହା ହେଉଛି ପୃଥିବୀର ଅନ୍ୟତମ ବୃହତ୍ତମ ଏବଂ ମଡର୍ନ ଷ୍ଟିଲ୍‌ ରିବାର ମିଲ୍‌। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସମର୍ଥନ ଯୋଗୁ ଏହା ସମ୍ଭବପର ହୋଇପାରିଛି। ଏହା ମାଧ୍ୟମରେ ଉନ୍ନତମାନର ଲୁହାଛଡ଼ ଉତ୍ପାଦନ କରାଯାଇପାରିବ। ଫଳରେ ପରୋକ୍ଷରେ ଲକ୍ଷାଧିକ କର୍ମନିୟୋଜନ ସୃଷ୍ଟି ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୀଲେଶ ଦେଓରେ, ଇସ୍ପାତ ରିସର୍ଚ୍ଚ ଆଣ୍ଡ୍‌ ଟେକ୍ନୋଲୋଜି ମିଶନ ଇଣ୍ଡିଆର ନିର୍ଦ୍ଦେଶକ ଡ. ମୁକେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri