ପ୍ରାଣୀଙ୍କୁ ସାପ କାମୁଡ଼ିଲେ ଭଗବାନ୍‌ ଭରସା

ଭୁବନେଶ୍ୱର, ୨।୧(ବ୍ୟୁରୋ):ସାପ କାମୁଡ଼ିଲେ ମଣିଷ ପାଇଁ ଯେତିକି ଗୁରୁତ୍ୱ ପ୍ରଦାନ କରାଯାଏ, ପ୍ରାଣୀଙ୍କ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ। ବନ୍ୟପ୍ରାଣୀ ହେଉ କି ଗୃହପାଳିତ, ସାପ କାମୁଡ଼ିଲେ ଭଗବାନ୍‌ ଭରସା। ମଣିଷକୁ ସାପ କାମୁଡ଼ିଲେ ଯେଉଁ ଆଣ୍ଟିଭେନମ ଦିଆଯାଏ, ପ୍ରାଣୀଙ୍କୁ ମଧ୍ୟ ସେହି ଆଣ୍ଟିଭେନମ ଦିଆଯାଏ। କିନ୍ତୁ ଆଣ୍ଟିଭେନମ ଅଭାବ ଯୋଗୁ ବହୁ ପ୍ରାଣୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ରବିବାର ଓୟୁଏଟି ଭେଟେରିନାରି କଲେଜସ୍ଥିତ ସେଣ୍ଟ୍ରାଲ କ୍ଲିନିକକୁ ସାପ କାମୁଡ଼ାର ଶିକାର ହୋଇଥିବା ଦୁଇଟି କୁକୁରଙ୍କୁ ଅଣାଯାଇଥିଲା। ତେବେ ଆଣ୍ଟିଭେନମ୍‌ ଅଭାବରୁ ଗୋଟିଏ କୁକୁରର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଟି ଦେହରୁ ସାଲାଇନ ଖୋଲି ଅନ୍ୟ ଡାକ୍ତରଖାନାକୁ ନେଇଯିବାକୁ କହି ଫେରାଇ ଦିଆଯାଇଥିଲା। କେବଳ ଓୟୁଏଟି ନୁହେଁ, ସାରା ରାଜ୍ୟରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଏଭଳି ସ୍ଥିତି ଲାଗି ରହିଛି। ସବୁଠି ଆଣ୍ଟିଭେନମ୍‌ର ଅଭାବ ଲାଗି ରହିଥିବା ଜଣାପଡିଛି।
ସୂଚନାନୁସାରେ, ପଟିଆ ଅଞ୍ଚଳର ଅକ୍ଷୟ ପରିଡ଼ାଙ୍କ ଲାବ୍ରାଡର କୁକୁର ‘ଜ୍ୟାକି’ ରବିବାର ସକାଳ ପ୍ରାୟ ୪ଟାରେ ଏକ ଚନ୍ଦନ ବୋଡ଼ା ସାପକୁ ପାଟିରେ ଧରି ଘର ଭିତରକୁ ଯାଇଥିଲା। ଅକ୍ଷୟ ମଲା ସାପଟିକୁ ବାହାରେ ଫୋପାଡ଼ି ସାପ କାମୁଡାର ଶିକାର ହୋଇଥିବା ‘ଜ୍ୟାକି’କୁ ଓୟୁଏଟି ସେଣ୍ଟ୍ରାଲ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମ ଡୋଜ୍‌ ଆକାରରେ ମାତ୍ର ଦୁଇ ଭାଏଲ ଆଣ୍ଟିଭେନମ୍‌ ଦିଆଯାଇଥିଲା, ଯାହାକୁ ନିଜେ ଅକ୍ଷୟ ବାହାରୁ କିଣି ନେଇଥିଲେ। ହେଲେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଡ୍ୟୁଟିରେ ଥିବା ପ୍ରାଣୀ ଚିକିତ୍ସକ କ୍ଲିନିକ୍‌ ବନ୍ଦ ଟାଇମ୍‌ ହୋଇଗଲା କହି କୁକୁର ଶରୀରରୁ ସାଲାଇନ ଖୋଲି ଶହୀଦନଗର ଭେଟେରିନାରି ଡାକ୍ତରଖାନା ନେଇଯିବାକୁ କହି ଚାଲିଯାଇଥିଲେ। ତେବେ ଅକ୍ଷୟ ଉକ୍ତ ଡାକ୍ତରଖାନା ଉପରେ ଭରସା ନ ରଖି କୁକୁରକୁ ଘରକୁ ନେଇ ଦୁଇ ଘଣ୍ଟା ବ୍ୟବଧାନରେ ୮ ଭାଏଲ ଆଣ୍ଟିଭେନମ ଦେଇଛନ୍ତି। ସେପଟେ ଚନ୍ଦକାର ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୯ବର୍ଷର ଡୋବରମ୍ୟାନ କୁକୁର ‘ପେପ୍‌ସୀ’ର ବାମପଟ ତଳ ପାଟିକୁ ମଧ୍ୟ ଏକ ଚନ୍ଦନ ବୋଡ଼ା କାମୁଡ଼ିଥିଲା। ବିଷ ପ୍ରଭାବରେ କୁକୁରଟି ଅସୁସ୍ଥ ହୋଇପଡୁଥିବାବେଳେ ସୂର୍ଯ୍ୟକାନ୍ତ ତାକୁ ଓୟୁଏଟିକୁ ନେଇଥିଲେ। ହେଲେ ସେଠାରେ ଆଣ୍ଟିଭେନମ ଇଞ୍ଜେକ୍ସନ ନ ଥିଲା। ଏପରିକି ଆଖପାଖରେ କୌଣସି ଔଷଧ ଦୋକାନରେ ମଧ୍ୟ ତାହା ମିଳି ନ ଥିଲା। ଅଳ୍ପ ସମୟ ଭିତରେ ତରଳ ରକ୍ତ ଝାଡ଼ା କରିବା ସହିତ ‘ପେପ୍‌ସୀ’ ସବୁଦିନ ପାଇଁ ଆଖି ବୁଜିଦେଇଥିଲା।
ଏନେଇ ଭୁବନେଶ୍ବର ଏମ୍ସର ଫୋରେନସିକ ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ତଥା ଓସ୍‌ଡମାର ସ୍ନେକ୍‌ବାଇଟ ରିଡକ୍ସନ ପ୍ରୋଗ୍ରାମ କୋର୍‌ କମିଟି ସଦସ୍ୟ ଡା. ସୁଦୀପ୍ତ ରଞ୍ଜନ ସିଂହ କୁହନ୍ତି, ସହରରେ ହୁଏତ କୁକୁର-ସାପ ଦ୍ୱନ୍ଦ୍ୱ ବିଷୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। କିନ୍ତୁ ଗାଁ ଗହଳିରେ ସାପ କାମୁଡ଼ାରେ କେତେ ଗାଈ ଗୋରୁ ବା ଛେଳି ମେଣ୍ଢା ମରନ୍ତି ତାହାର ହିସାବ କାହା ପାଖରେ ନାହିଁ। ଦୈନିକ ୧୦/୧୫ ଲିଟର କ୍ଷୀର ଦେଉଥିବା ଗାଈଟିଏ ମରିଗଲେ ଚାଷୀଟି କେତେ କ୍ଷତିଗ୍ରସ୍ତ ହେବ ତାହା ସହରୀ ଲୋକ ଅନୁଭବ କରିବା ବି କଷ୍ଟ। ପ୍ରାଣୀଙ୍କ ପାଇଁ ସାପ କାମୁଡ଼ା ପାଇଁ ଗାଇଡ୍‌ଲାଇନ ସହିତ ଏବେ ଡାଟାବେସ ତିଆରି କରିବା ସମୟ ଆସିଯାଇଛି। ଏ ନେଇ ସ୍ନେକ୍‌ ହେଲ୍ପଲାଇନ ସାଧାରଣ ସମ୍ପାଦକ ତଥା ଓସ୍‌ଡମା ସ୍ନେକବାଇଟ ରିଡକ୍ସନ ପ୍ରୋଗ୍ରାମ କୋର୍‌ କମିଟି ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଓୟୁଏଟି ଭେଟେରିନାରି କଲେଜ ରାଜ୍ୟରେ ସବୁଠାରୁ ବଡ଼ ପ୍ରାଣୀ ଚିକିତ୍ସାଳୟ ହୋଇ ଶହୀଦନଗରକୁ ରୋଗୀ ପଠାଇବା ଆଶ୍ଚର୍ଯ୍ୟ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri