କାର୍‌କୁ ଧକ୍କାଦେଲା ଆମ୍ବୁଲାନ୍ସ, ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ-ଝିଅ ଗୁରୁତର

ପାଟଣାଗଡ଼,୧୬ା୬(ପ୍ରହଲ୍ଲାଦ ପାଢ଼ୀ): ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ମୟାବର୍ହା ଛକ ନିକଟରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କାର୍‌କୁ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ କାର୍‌ ପାର୍ଶ୍ୱରେ ଛିଡ଼ା ହୋଇଥିବା କାର୍‌ ମାଲିକ ଖୁସିରାମ ମହାନନ୍ଦ ଗୁରୁତର ହୋଇଥିଲେ। ତାଙ୍କୁ ପାଟଣାଗଡ଼ ମେଡିକାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଖୁସିରାମ ସ୍ତ୍ରୀ ଏବଂ ଝିଅଙ୍କ ସହ କାର୍‌ରେ ଯାଉଥିଲେ। କାର୍‌ ଖରାପ ହେବାରୁ ସେ ଠିଆ ହୋଇଥିଲେ। ଏହି ସମୟରେ ଆମ୍ବୁଲାନ୍ସଟି ତାଙ୍କୁ ଧକ୍କା ଦେଇଥିଲା। ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କିଛି ଲୋକ ବଲାଙ୍ଗୀର-ପାଟଣାଗଡ଼ ରାସ୍ତା ଅବରୋଧ କରିଛନ୍ତି।