ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି କାର୍ଯ୍ୟାଳୟରେ ଗହଳି ଏଡ଼ାଇବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ରକ୍ଷା ଲାଗି ଚଳିତ ମାସରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ପଠାଯିବ ବୋଲି ନୂଆ ନିୟମ କରାଯାଇଛି। ହେଲେ ହଠାତ୍‌ ଏଭଳି ନିୟମ ବଦଳାଯିବା ପରେ ଜମାଖାତା ନ ଥିବା ଭତ୍ତାଧାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ଅସମ୍ଭାଳ ଭିଡ଼ ଯୋଗୁ କରୋନା ସଂକ୍ରମଣ ଆଶଙ୍କାରେ ଅନେକେ ବ୍ୟାଙ୍କ ଯିବାକୁ ଅମଙ୍ଗ ହେଉଛନ୍ତି। ତେଣୁ କୋଭିଡ୍‌-୧୯ ମହାମାରୀ ସମୟରେ ଘରକୁ ଘର ବୁଲି ଭତ୍ତା ବଣ୍ଟନ କରିବାକୁ ଦାବି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବରିଷ୍ଠ ନାଗରିକ।

ଭୁବନ ଏନ୍‌ଏସିରେ ୩,୧୫୩ ହିତାଧିକାରୀ
୧୫ ଓ୍ବାର୍ଡକୁ ନେଇ ଗଠିତ ଭୁବନ ଏନ୍‌ଏସିର ଜନସଂଖ୍ୟା ୨୫ ହଜାରରୁ ଅଧିକ। ଏନ୍‌ଏସିର ୩,୧୫୩ ହିତାଧିକାରୀ ଭତ୍ତା ତାଲିକାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊଦ୍ଧର୍‌ବ ୨,୦୫୦ ଜଣ ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି। ସେହିପରି ୪୪୩ ବିଧବା, ୭୧ ଅବିବାହିତା, ୧୯ ସ୍ବାମୀ ପରିତ୍ୟକ୍ତା, ୩୯୫ ଦିବ୍ୟାଙ୍ଗ ଏବଂ ୧୭୫ ଜଣ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଭୁବନ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରତିମାସ ୧୫ ତାରିଖରେ ଭତ୍ତା ବଣ୍ଟନ କରାଯାଉଥିଲା। ହିତାଧିକାରୀମାନେ ନିଜ ନିଜ ସୁବିଧା ଅନୁଯାୟୀ ଅଫିସକୁ ଆସି ଟଙ୍କା ନେଇ ମାସସାରା ଗୁଜରାଣ ମେଣ୍ଟାଉଥିଲେ। ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ଭତ୍ତା ନେବାକୁ ଆସି ନ ପାରିଲେ ଏନ୍‌ଏସି କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରୁଥିଲେ। ଦୀର୍ଘ ବର୍ଷ ହେଲା ଏଭଳି ବ୍ୟବସ୍ଥା ପ୍ରଚଳିତ ଥିଲା। ଏବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି ସରକାର ନୂଆ ନିୟମ କରିଛନ୍ତି। ତଦନୁଯାୟୀ ଭତ୍ତାଧାରୀମାନେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ଭତ୍ତା ଖାତାର ନକଲ ଜମା କରୁଛନ୍ତି। ହେଲେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ବ୍ୟାଙ୍କ ସମୟ କାଟଛାଣ୍ଟ ପରେ ପାସ୍‌ବୁକ୍‌ ଖୋଲିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କ ପାସ୍‌ବୁକ୍‌ ରହିଛି, ସେମାନେ ବ୍ୟାଙ୍କରେ ହେଉଥିବା ଭିଡ଼ କାରଣରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭତ୍ତା ଆଣିବାକୁ ପଛଘୁଞ୍ଚା ଦେଲେଣି। ଭତ୍ତା ତାଲିକାରେ ସାମିଲ ହୋଇଥିବା ହିତାଧିକାରୀ ଗରିବ ବ୍ୟକ୍ତି ଏହି ଟଙ୍କାରେ ଗୁଜୁରାଣ ମେଣ୍ଟାଇଥାଆନ୍ତି। ହେଲେ ହଠାତ୍‌ ଏଭଳି ନୂଆ ନିୟମ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। କରୋନା ମହାମାରୀ ସମୟରେ ସରକାର ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ସଂକ୍ରମଣ ଏଡ଼ାଇବାକୁ ଏନ୍‌ଏସି କର୍ତ୍ତୃପକ୍ଷ ଘରକୁ ଘର ବୁଲି ଭତ୍ତା ଟଙ୍କା ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଭତ୍ତା ବଣ୍ଟନରେ ଅନିୟମିତତା, ବାଟମାରଣା ରୋକିବାକୁ ସରକାର ଏଭଳି ନିୟମ କରିଛନ୍ତି। ହିତାଧିକାରୀ କୌଣସି କାରଣରୁ ଭତ୍ତା ଆଣିବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ନିୟମ କଡ଼ାକଡ଼ି କରାଯାଇନାହିଁ। ବ୍ୟବସ୍ଥା ସହ ଅଭ୍ୟସ୍ତ ହେଲେ ନୂଆ ନିୟମକୁ ଗୁରୁତ୍ୱ ଦିଆଯିବ।

ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ
ନଗଦ ଆକାରରେ ଭତ୍ତା ଟଙ୍କା ମିଳୁଥିବାରୁ ସୁବିଧା ହେଉଥିଲା। ଏଣିକି ବ୍ୟାଙ୍କରୁ ଟଙ୍କା ଆଣିବାକୁ ପଡ଼ିବ। ଦୂର ସ୍ଥାନରୁ ଆସୁଥିବା ହିତାଧିକାରୀ ଏଥିଲାଗି ଖର୍ଚ୍ଚାନ୍ତ ହେବେ। କରୋନା ସମୟରେ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଧାଡ଼ିବାନ୍ଧି ଛିଡ଼ା ହେବା କଷ୍ଟଦାୟକ।
-ସନାତନ ଗୁରୁ, ହିତାଧିକାରୀ

ଦିବ୍ୟାଙ୍ଗଙ୍କ ସମସ୍ୟା ବଢ଼ିବ
ସରକାରଙ୍କ ଏଭଳି ନିଷ୍ପତ୍ତି ଦିବ୍ୟାଙ୍ଗଙ୍କ ଲାଗି ସମସ୍ୟା ବଢ଼ାଇବ। ବ୍ୟାଙ୍କକୁ ଆସିବା, ଟଙ୍କା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା, ଆବଶ୍ୟକ କାଗଜପତ୍ର କାମ କଷ୍ଟକର ହୋଇଯିବ। ଯାତାୟାତରେ ମିଳିବାକୁ ଥିବା ଭତ୍ତା ଟଙ୍କାର ଅଧା ଖର୍ଚ୍ଚ ହୋଇଯିବ।
-ବ୍ରଜବନ୍ଧୁ ରାଉତ, ହିତାଧିକାରୀ

ବୟସ୍କ ବ୍ୟକ୍ତି ହୀନସ୍ତା ହେବେ
ପୂର୍ବରୁ ପ୍ରଚଳିତ ନିୟମ ସରଳ ଥିଲା। ଏବେ ବୟସ୍କ ଲୋକେ ବ୍ୟାଙ୍କ ଖାତା ଖୋଲିବାକୁ ଯାଇ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ବୈଷୟିକ ସମସ୍ୟା ଦେଖାଦେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ। ବୟସ୍କ ବ୍ୟକ୍ତି ହଇରାଣ ହେବେ। ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜରୁରୀ।
-ବିଦ୍ୟାଧର ବିହାରୀ, ହିତାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri