ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି କାର୍ଯ୍ୟାଳୟରେ ଗହଳି ଏଡ଼ାଇବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ରକ୍ଷା ଲାଗି ଚଳିତ ମାସରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ସିଧାସଳଖ ଟଙ୍କା ପଠାଯିବ ବୋଲି ନୂଆ ନିୟମ କରାଯାଇଛି। ହେଲେ ହଠାତ୍‌ ଏଭଳି ନିୟମ ବଦଳାଯିବା ପରେ ଜମାଖାତା ନ ଥିବା ଭତ୍ତାଧାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେହିପରି ଅସମ୍ଭାଳ ଭିଡ଼ ଯୋଗୁ କରୋନା ସଂକ୍ରମଣ ଆଶଙ୍କାରେ ଅନେକେ ବ୍ୟାଙ୍କ ଯିବାକୁ ଅମଙ୍ଗ ହେଉଛନ୍ତି। ତେଣୁ କୋଭିଡ୍‌-୧୯ ମହାମାରୀ ସମୟରେ ଘରକୁ ଘର ବୁଲି ଭତ୍ତା ବଣ୍ଟନ କରିବାକୁ ଦାବି କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବରିଷ୍ଠ ନାଗରିକ।

ଭୁବନ ଏନ୍‌ଏସିରେ ୩,୧୫୩ ହିତାଧିକାରୀ
୧୫ ଓ୍ବାର୍ଡକୁ ନେଇ ଗଠିତ ଭୁବନ ଏନ୍‌ଏସିର ଜନସଂଖ୍ୟା ୨୫ ହଜାରରୁ ଅଧିକ। ଏନ୍‌ଏସିର ୩,୧୫୩ ହିତାଧିକାରୀ ଭତ୍ତା ତାଲିକାରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଊଦ୍ଧର୍‌ବ ୨,୦୫୦ ଜଣ ବାର୍ଦ୍ଧକ୍ୟଭତ୍ତା ପାଉଛନ୍ତି। ସେହିପରି ୪୪୩ ବିଧବା, ୭୧ ଅବିବାହିତା, ୧୯ ସ୍ବାମୀ ପରିତ୍ୟକ୍ତା, ୩୯୫ ଦିବ୍ୟାଙ୍ଗ ଏବଂ ୧୭୫ ଜଣ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଭୁବନ ଏନ୍‌ଏସି କାର୍ଯ୍ୟାଳୟରେ ପ୍ରତିମାସ ୧୫ ତାରିଖରେ ଭତ୍ତା ବଣ୍ଟନ କରାଯାଉଥିଲା। ହିତାଧିକାରୀମାନେ ନିଜ ନିଜ ସୁବିଧା ଅନୁଯାୟୀ ଅଫିସକୁ ଆସି ଟଙ୍କା ନେଇ ମାସସାରା ଗୁଜରାଣ ମେଣ୍ଟାଉଥିଲେ। ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣରୁ ଭତ୍ତା ନେବାକୁ ଆସି ନ ପାରିଲେ ଏନ୍‌ଏସି କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଭତ୍ତା ଟଙ୍କା ପ୍ରଦାନ କରୁଥିଲେ। ଦୀର୍ଘ ବର୍ଷ ହେଲା ଏଭଳି ବ୍ୟବସ୍ଥା ପ୍ରଚଳିତ ଥିଲା। ଏବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ଯିବ ବୋଲି ସରକାର ନୂଆ ନିୟମ କରିଛନ୍ତି। ତଦନୁଯାୟୀ ଭତ୍ତାଧାରୀମାନେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ଭତ୍ତା ଖାତାର ନକଲ ଜମା କରୁଛନ୍ତି। ହେଲେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ବ୍ୟାଙ୍କ ସମୟ କାଟଛାଣ୍ଟ ପରେ ପାସ୍‌ବୁକ୍‌ ଖୋଲିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କ ପାସ୍‌ବୁକ୍‌ ରହିଛି, ସେମାନେ ବ୍ୟାଙ୍କରେ ହେଉଥିବା ଭିଡ଼ କାରଣରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭତ୍ତା ଆଣିବାକୁ ପଛଘୁଞ୍ଚା ଦେଲେଣି। ଭତ୍ତା ତାଲିକାରେ ସାମିଲ ହୋଇଥିବା ହିତାଧିକାରୀ ଗରିବ ବ୍ୟକ୍ତି ଏହି ଟଙ୍କାରେ ଗୁଜୁରାଣ ମେଣ୍ଟାଇଥାଆନ୍ତି। ହେଲେ ହଠାତ୍‌ ଏଭଳି ନୂଆ ନିୟମ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। କରୋନା ମହାମାରୀ ସମୟରେ ସରକାର ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ସଂକ୍ରମଣ ଏଡ଼ାଇବାକୁ ଏନ୍‌ଏସି କର୍ତ୍ତୃପକ୍ଷ ଘରକୁ ଘର ବୁଲି ଭତ୍ତା ଟଙ୍କା ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଭତ୍ତା ବଣ୍ଟନରେ ଅନିୟମିତତା, ବାଟମାରଣା ରୋକିବାକୁ ସରକାର ଏଭଳି ନିୟମ କରିଛନ୍ତି। ହିତାଧିକାରୀ କୌଣସି କାରଣରୁ ଭତ୍ତା ଆଣିବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ନିୟମ କଡ଼ାକଡ଼ି କରାଯାଇନାହିଁ। ବ୍ୟବସ୍ଥା ସହ ଅଭ୍ୟସ୍ତ ହେଲେ ନୂଆ ନିୟମକୁ ଗୁରୁତ୍ୱ ଦିଆଯିବ।

ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ
ନଗଦ ଆକାରରେ ଭତ୍ତା ଟଙ୍କା ମିଳୁଥିବାରୁ ସୁବିଧା ହେଉଥିଲା। ଏଣିକି ବ୍ୟାଙ୍କରୁ ଟଙ୍କା ଆଣିବାକୁ ପଡ଼ିବ। ଦୂର ସ୍ଥାନରୁ ଆସୁଥିବା ହିତାଧିକାରୀ ଏଥିଲାଗି ଖର୍ଚ୍ଚାନ୍ତ ହେବେ। କରୋନା ସମୟରେ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଧାଡ଼ିବାନ୍ଧି ଛିଡ଼ା ହେବା କଷ୍ଟଦାୟକ।
-ସନାତନ ଗୁରୁ, ହିତାଧିକାରୀ

ଦିବ୍ୟାଙ୍ଗଙ୍କ ସମସ୍ୟା ବଢ଼ିବ
ସରକାରଙ୍କ ଏଭଳି ନିଷ୍ପତ୍ତି ଦିବ୍ୟାଙ୍ଗଙ୍କ ଲାଗି ସମସ୍ୟା ବଢ଼ାଇବ। ବ୍ୟାଙ୍କକୁ ଆସିବା, ଟଙ୍କା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା, ଆବଶ୍ୟକ କାଗଜପତ୍ର କାମ କଷ୍ଟକର ହୋଇଯିବ। ଯାତାୟାତରେ ମିଳିବାକୁ ଥିବା ଭତ୍ତା ଟଙ୍କାର ଅଧା ଖର୍ଚ୍ଚ ହୋଇଯିବ।
-ବ୍ରଜବନ୍ଧୁ ରାଉତ, ହିତାଧିକାରୀ

ବୟସ୍କ ବ୍ୟକ୍ତି ହୀନସ୍ତା ହେବେ
ପୂର୍ବରୁ ପ୍ରଚଳିତ ନିୟମ ସରଳ ଥିଲା। ଏବେ ବୟସ୍କ ଲୋକେ ବ୍ୟାଙ୍କ ଖାତା ଖୋଲିବାକୁ ଯାଇ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ବୈଷୟିକ ସମସ୍ୟା ଦେଖାଦେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ। ବୟସ୍କ ବ୍ୟକ୍ତି ହଇରାଣ ହେବେ। ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜରୁରୀ।
-ବିଦ୍ୟାଧର ବିହାରୀ, ହିତାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri