Posted inଖେଳ

ଡେବ୍ୟୁ ମାଚ୍‌ରେ ଶେଷ ହୋଇଥାନ୍ତା କ୍ୟାରିୟର! ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ସଂସ୍କରଣ। ଏଥିରେ ବାଜିମାତ କିଏ କରିବ ତାହା ଉପରେ ସମସ୍ତଙ୍କ ରହିଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ନିଶ୍ଚୟ ଫାଇନାଲ ଖେଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶ୍ରେଷ୍ଠ ଦଳରେ ପରିଣତ କରିବା ପଛରେ ଧୋନୀଙ୍କ ବଡ଼ ଯୋଗଦାନ ରହିଛି। ତାଙ୍କ ଅଧିନାୟକତ୍ୱରେ ଅନେକ ଖେଳାଳି ଖେଳିବାର ସୁଯୋଗ ପାଇଁ ନିଜକୁ ଧନ୍ୟ ମନେ କରନ୍ତି। ସେଭଳି ଜଣେ ହେଲେ ହାର୍ଦ୍ଦିକ ପାଣ୍ୟା।

ହାର୍ଦ୍ଦିକ ଏବେ ଭାରତୀୟ କ୍ରିକେଟ ଦଳର ସଫଳ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୬ ଜାନୁୟାରୀ ୨୬ ତାରିଖରେ ଏଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ସେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ।ଏହି ପାଳିର ୮ମ ଓଭରରେ ସେ ବୋଲିଂ କରିଥିଲେ। ହେଲେ ପ୍ରଥମ ତିନୋଟି ବଲ୍‌ ଓ୍ବାଇଡ୍‌ ହୋଇଥିଲା। ପର ବଲ୍‌ଟିରେ କୌଣସି ରନ୍‌ ହୋଇ ନ ଥିଲା। ହେଲେ ଏହାପରେ ଷ୍ଟିଭ୍‌ ସ୍ମିଥ୍‌ ୨ ରନ୍‌ ଓ ୧ ରନ୍‌ ନେଇ ଏରୋନ୍‌ ଫିଚ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଇଥିଲେ। ସେ ଆସୁଆସୁ ପ୍ରଥମେ ଛକ୍କା ମାରିଦେଇଥିଲେ। ଏହାପରେ ସେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ଫଳରେ କ୍ୟାରିୟରର ପ୍ରଥମ ଓଭରରେ ୧୯ ରନ୍‌ ଦେଇଥିଲେ। ଏଭଳି ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ସବୁକିଛି ଶେଷ ହୋଇଯିବା ପରି ଲାଗିଥିଲା। ହେଲେ ଧୋନୀ ତାଙ୍କ ଉପରେ ରାଗି ନ ଥିଲେ। ପୁଣି ଥରେ ୧୫ ଓ ୧୭ ଓଭର ବୋଲିଂ କରିବାକୁ ଦେଇଥିଲେ।

ମାତ୍ର ପୁଣି ହାର୍ଦ୍ଦିକ ବଲ୍‌ରେ ଛକା ମାରିଥିଲେ କ୍ରିସ୍‌ ଲିନ୍‌ । ଭାଗ୍ୟ ସାଥ୍‌ ଦେଉ ନ ଥିବା ପରି ମନେ ହେଉଥିବା ବେଳେ ହଠାତ୍‌ ୧୫ ଓଭରର ଶେଷ ବଲ୍‌ରେ ତାଙ୍କୁ ଆଉଟ୍‌ କରିଦେଇଥିଲେ ହାର୍ଦ୍ଦିକ। ୧୭ ଓଭରର ପ୍ରଥମ ବଲ୍‌ରେ ମାଥ୍ୟୁ ଓ୍ବେଡ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। ତେବେ ସେ ହାଟ୍ରିକ୍‌ ନେଇ ପାରି ନ ଥିଲେ ହେଁ ଧୋନୀଙ୍କ ପକ୍ଷରୁ ଦିଆଯାଇଥିବା ଭରସା ପାଇଁ ଆଜି ସେ ଏହି ସୋପାନରେ ପହଞ୍ଚିଥିବା ହାର୍ଦ୍ଦିକ ଏକ ସାକ୍ଷାତକାରରେ କହିିଥିଲେ। ସେ ଖେଳାଳିମାନଙ୍କୁ ଚିହ୍ନି ପାରନ୍ତି ବୋଲି ହାର୍ଦ୍ଦିକ ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri