୭ରୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୫।୧(ବ୍ୟୁରୋ): ଭୁବନେଶ୍ବର ଏମ୍ସର ଓପିଡି ଆସନ୍ତା ୭ରୁ ଖୋଲିବ । କୋଭିଡ ସ୍ଥିତିରେ ସୁଧାର ଆସିବା ଦେଖି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା କର୍ତ୍ତୃପକ୍ଷ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ତେବେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମସ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ ସୋମବାରଠାରୁ ଦୈନିକ ଓପିଡି କାର୍ଯ୍ୟକାରୀ ହେବ । ନୂତନ ଆଡମିଶନ ମାମଲାଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏ ଶଯ୍ୟା ମହଜୁଦ ରଖିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରୋଗୀମାନଙ୍କର ନିୟମିତ ଯାଞ୍ଚ ଆଦି ସେବା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ ଏବଂ ଟେଲିମେଡିସିନ ବ୍ୟବସ୍ଥା ଜାରି ରହିବ ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି।