କୃଷି ବିଲ୍‌ ଚାଷୀଙ୍କୁ ରସାତଳଗାମୀ କରିବ: ଯୁବ କଂଗ୍ରେସ

ଭୁବନେଶ୍ୱର ୨୨।୯ (ବ୍ୟୁରୋ) କେନ୍ଦ୍ରର କୃଷି ବିଲ୍‌ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସୋମବାର ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା। ଲେଙ୍କା ଏକ ଟ୍ରାକ୍ଟର ଉପରେ ବସି କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ପ୍ରତିବାଦ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ମୃତି କହିଛନ୍ତି, ଏହି ଆଇନ୍‌ ଦ୍ୱାରା କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ସୁବିଧା ପାଇବେ ନାହିଁ। ଏପିଏମ୍‌ସି ବା କୃଷିଜାତ ଦ୍ରବ୍ୟ ମାର୍କେଟ କମିଟିକୁ ସମ୍ପୂର୍ଣ୍ଣରୂପେ ଉଚ୍ଛେଦ କରିଦେବା ପାଇଁ ଏଥିରେ ଷଡଯନ୍ତ୍ର ହୋଇଛି। ମଣ୍ଡି ବ୍ୟବସ୍ଥା ଉଠିଯିବ। ଏଥିରେ କଳାବଜାରୀମାନେ ସମ୍ପୂର୍ଣ୍ଣ ଲାଭବାନ ହେବେ। କେବଳ ବଡ ଶିଳ୍ପପତିମାନଙ୍କୁ ବା କର୍ପୋରେଟ୍‌ ସେକ୍ଟରର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଆଇନ୍‌ ପ୍ରଣୟନ କରାଯିବ। କର୍ପୋରେଟ୍‌ ଫାର୍ମିଂ ଲାଭବାନ ହେବେ ଓ ଚାଷୀ ମୁଣ୍ଡରେ ଚଡକ ପଡିବ। ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ଚାଷୀର ସତ୍ୟାନାଶ କରିବାକୁ ଚକ୍ରାନ୍ତ ଚାଲିଛି। ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ପ୍ରଭାବିତ ହେବେ। ସରକାର ଚାଷୀଙ୍କୁ ସେମାନଙ୍କ କ୍ରୟ ପ୍ରକ୍ରିୟାରେ ଏବଂ ଏମ୍‌ଏସ୍‌ପିରେ ସହଯୋଗ କରିବା ଉଚିତ୍‌। ମାତ୍ର ସରକାର ସମ୍ପୂର୍ଣ୍ଣ ଭାବେ କୃଷକଙ୍କ ସ୍ବାର୍ଥଠାରୁ ଦୂରେଇ ଯାଉଛନ୍ତି। ମୋଦି ସରକାର ଚାଷୀଙ୍କୁ ପୁଞ୍ଜିପତିମାନଙ୍କ ପଞ୍ଝା ଭିତରକୁ ଠେଲି ଦେଉଛନ୍ତି। ଏଥିରେ ମୋଦି ସରକାରର କର୍ପୋରେଟ୍‌ ପ୍ରୀତି ସମ୍ପୂର୍ଣ୍ଣ ଜଳଜଳ ହୋଇ ଦିଶୁଛି। କଣ୍ଟ୍ରାକ୍ଟ ଫାର୍ମିଂ ରାଜିନାମାରେ କୃଷକମାନେ ମୁଲଚାଲ କରିବା ପାଇଁ ଯେଉଁ କଥା କୁହାଯାଇଛି ତାହା ଅସମ୍ଭବ। ଏଥିରେ ବଡ ସଂସ୍ଥାଙ୍କ ଏକଚାଟିଆ ନୀତି ଚାଲିବି। ଶେଷରେ ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍‌ ସଂଶୋଧନ ମଧ୍ୟ ବଡ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଉଦ୍ଦିଷ୍ଟ। ଏହାଦ୍ୱାରା ସେମାନେ ବଜାର ମୂଲ୍ୟ ନିର୍ଦ୍ଧାରଣ କରିବେ ବୋଲି ସ୍ମୃତି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri