ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ ଓ୍ବାର୍ଡରେ ଠିକ୍‌ ଭାବେ ଚିକିତ୍ସା ମିଳୁ ନ ଥିବା ଓ ଗୁରୁତରଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉ ନ ଥିବା ଅଭିଯୋଗ ଆଣି କଏଦୀଙ୍କ ପରିବାର ଲୋକେ ବୁଧବାର ଜେଲ୍‌ ସମ୍ମୁଖରେ ହୋହଲ୍ଲା କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପିସିଆର୍‌ ପୋଲିସ ପହଞ୍ଚତ୍ ଥାନା ଭୟ ଦେଖାଇ ତଡ଼ି ଦେବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କିଛିଦିନତଳେ ବିଚାରାଧୀନ କଏଦୀ ଗଞ୍ଜାମର ତ୍ରିପତି ମହାନ୍ତିଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଥିଲା। ସେହିପରି ଆଜୀବନ ସଜା କାଟୁଥିବା ୭୨ ବର୍ଷୀୟ ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ସୋମବାର ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୨୫ଜଣ କଏଦୀଙ୍କର ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏମାନଙ୍କ ମଧ୍ୟରୁ ବିଚାରାଧୀନ କଏଦୀ ଲକ୍ଷ୍ମୀସାଗର ଗାଁର ନିତିନ ନାୟକ ଓ ବିଜୟ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସମ୍ପର୍କରେ ଅନ୍ୟ କଏଦୀଙ୍କଠାରୁ ଖବର ପାଇବା ପରେ ପରିବାର ଲୋକଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଜେଲ ସାମ୍ନାରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଶୀଘ୍ର ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଠିକ ଚିକିତ୍ସା କରାଇବାକୁ ଦାବି କରିଥିଲେ। ପରେ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲା। ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଝାରପଡା ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହୁଥିବାରୁ ସଂକ୍ରମଣ ବ୍ୟାପିଗଲାଣି। ଭଲ ଚିକିତ୍ସକ ନ ଥିବାରୁ ଆଇସୋଲେଶନରେ ଥିବା ଆକ୍ରାନ୍ତଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉ ନାହିଁ। ଗୁରୁତର ହେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଉ ନାହିଁ କି ଆକ୍ରାନ୍ତଙ୍କୁ ଉଷୁମ ଖାଦ୍ୟ ଦିଆଯାଉ ନାହିଁ। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସମ୍ପର୍କୀୟମାନେ କହିଛନ୍ତି।
ଏ ସମ୍ପର୍କରେ ଜେଲ ବିଭାଗ ଆଇଜି ହିମାଂଶୁ ଲାଲ କହିଛନ୍ତି, ଅନ୍ତେବାସୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଝାରପଡା ଜେଲରେ କୋଭିଡ୍‌ ଆକ୍ରାନ୍ତଙ୍କ ଅବସ୍ଥା ଭଲ ରହିଛି। ସେମାନଙ୍କୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଯାଉଛି। ଗୁରୁତର ହେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri