ବୁଗୁଡ଼ାରେ ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ସିଲ୍‌ କଲା ପ୍ରଶାସନ

ବୁଗୁଡା, ୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡା ସହରରେ ଥିବା ଜ୍ୟୋତି ଏକ୍ସରେ ପାଥୋଲୋଜିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏଠାରେ ଜଣେ କରୋନା ଆକ୍ରାନ୍ତ ରକ୍ତ ପରୀକ୍ଷା କରାଇଥିବାରୁ ପାଥୋଲୋଜିର ମାଲିକଙ୍କୁ ହୋମ୍‌ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ, ବୁଗୁଡା ସହର ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ଥିବା ଜଣଙ୍କ ଘରକୁ ମଙ୍ଗଳବାର ଦିନ ତାଙ୍କ ସଂପର୍କୀୟ ଜଣେ ଆସିଥିଲେ। ତାଙ୍କ ଘର ଓଡଗାଁ ଥାନା ଅଞ୍ଚଳରେ। ସେ ଉକ୍ତ ଦିନ ସଂପର୍କୀୟଙ୍କ ଘରକୁ ଆସି ପହଞ୍ଚି ତାଙ୍କ ଘରେ ରହି ଖିଆପିଆ କରିଥିଲେ। ଏଥି ସହ ସେ ସ୍ଥାନୀୟ ଜ୍ୟୋତି ଏକ୍ସ ରେ ପାଥୋଲୋଜିରେ ତାଙ୍କ ରକ୍ତ ପରୀକ୍ଷା କରିଥିଲେ। ଏଥିପୂର୍ବରୁ ତାଙ୍କର କରୋନା ସଂକ୍ରମଣ ରିପୋର୍ଟ ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଖୋଜି ଶେଷରେ ଅରବିନ୍ଦ ନଗର ତୃତୀୟ ଲାଇନରେ ତାଙ୍କ ସଂପର୍କୀୟଙ୍କ ଘରକୁ ଆସିଥିବା ଜାଣିବାକୁ ପାଇଥିଲେ। ସେହି ଦିନ ବାଇକରେ ତାଙ୍କ ପୁତୁରା ବାଇକରେ ତାଙ୍କ ଓଡଗାଁ ଅଞ୍ଚଳରେ ଥିବା ଘରକୁ ନେଇଥିଲେ। ଏ ସବୁ ଘଟଣା ଘଟିଲା ପରେ ବୁଗୁଡା ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା,ଏନ୍‌ଏସି ନିର୍ବାହୀ ରଶ୍ମୀ ରଞ୍ଜନ ଦାସ ଅରବିନ୍ଦ ନଗର ତୃତୀୟ ଲାଇନ୍‌ରେ ପହଞ୍ଚି ଘଟଣାର ଛାନ୍‌ ଭିନ୍‌ କରି ଉକ୍ତ ପରିବାରର କଣ୍ଟାକ୍ଟ ଟ୍ରେସିଂ କରିବା ସହ ସମ୍ପୃକ୍ତ ପରିବାରଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା। ଏହାପରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଜ୍ୟୋତି ଏକ୍ସରେ ପାଥୋଲୋଜିଠାରେ ରକ୍ତ ପରୀକ୍ଷା କରିଥିବା ଯୋଗୁ ଏନ୍‌ଏସି ପକ୍ଷରୁ ମଙ୍ଗଳବାର ରାତିରେ ଉକ୍ତ ପାଥୋଲୋଜିକୂ ସିଲ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri