କୋରୋନିଲ୍‌ ଉପରେ ସ୍ପଷ୍ଟୀକରଣ ରଖିଲେ ଯୋଗ ଗୁରୁ

ହରିଦ୍ୱାର,୧।୭: ଯୋଗ ଗୁରୁ ରାମଦେବ ବାବା କୋରୋନିଲ୍‌ ବିବାଦ ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାମଦେବ କହିଛନ୍ତି, କୋରୋନିଲ୍‌ କାର୍ଯ୍ୟରେ ଆମର ଉଦ୍ୟମକୁ ଆୟୁଷ ମନ୍ତ୍ରଣାଳୟ ପ୍ରଶଂସା କରିଛି। କରୋନା ଉପରେ ଉଭୟ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାୟଲ୍‌ ଓ ପଞ୍ଜିକରଣ ପ୍ରକ୍ରିୟା ନିୟମକୁ ପାଳନ କରାଯାଇଛି। କ୍ଲିନିକାଲ ଟ୍ରାୟଲ୍‌ରେ ଯାହା ପାରାମିଟର ରହିଛି ସେନେଇ ଗବେଷଣା କରାଯାଇଛି। ଏପର୍ଯ୍ୟନ୍ତ କରୋନା ଉପରେ କ୍ଲିନିକାଲ ଟ୍ରାୟଲ ଚାଲିଛି। ଏତଦ୍‌ ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ରୋଗ ଉପରେ ମଧ୍ୟ ଟ୍ରାୟଲ୍‌ କରାଯାଉଛି। ଆଉ ଏଥିରେ ୩ଟି ସ୍ତର ଅତିକ୍ରମ କରିସାରିଛୁ ବୋଲି ବାବା ରାମଦେବ କହିଛନ୍ତି। ଟ୍ରାୟଲ୍‌ କରାଯାଉଥିବା ରୋଗ ମଧ୍ୟରେ ଉଚ୍ଚ ରକ୍ତଚାପ, ଆଜମା, ହୃତ୍‌ପିଣ୍ଡ, ଚିକନଗୁନିଆ ଆଦି ସାମିଲ ରହିଛି। ସୂଚନାଯୋଗ୍ୟ, ଜୁନ ୨୩ରେ ବାବା ରାମଦେବ କରୋନାର ଆୟୁର୍ବେଦିକ ଔଷଧ କୋରୋନିଲ୍‌ର ଶୁଭାରମ୍ଭ କରିଥିଲେ। ଏହି ଔଷଧ ଦ୍ୱାରା ୭ଦିନରେ କରୋନା ୧୦୦ପ୍ରତିଶତ ଭଲ ହୋଇଯିବ ବୋଲି ଦାବି କରାଯାଇଥିଲା। ହେଲେ ଶୁଭାରମ୍ଭ ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଏହି ବିବାଦ ଉପରେ ବୁଧବାର ରାମଦେବ ସ୍ପଷ୍ଟୀକରଣ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥ ଯାତ୍ରା: ଭାଙ୍ଗିଲା ୫ ବର୍ଷର ରେକର୍ଡ ୩.୬୫ ଲକ୍ଷ ଶ୍ରଦ୍ଧାଳୁ କଲେ ବାବାଙ୍କ ଦର୍ଶନ

ଶ୍ରୀନଗର,୧୩ ।୮: କରୋନା ମହାମାରୀ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ବାବା ଅମରନାଥଙ୍କ ଦର୍ଶନ କରିଥିବା ଶ୍ରଦ୍ଧାଳୁ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି...

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ

ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ ନୂଆଦିଲ୍ଲୀ,୭।୮: ଆଗକୁ ଆସୁଛି ରକ୍ଷାବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ...

କଂଗ୍ରେସ ସହ ମେଣ୍ଟକୁ ନା କହିଲେ ପାଓ୍ବାର

ମୁମ୍ବାଇ, ୨।୬: : କଂଗ୍ରେସ ସହ ଏନସିପି ମେଣ୍ଟ କରିବ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି। ଏନସିପିର ନିଜସ୍ବ ଏକ ସ୍ବତନ୍ତ୍ର...

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡା କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୨।୧: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡା କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଏବେ ତାଙ୍କ...

ଥଣ୍ଡାରୁ ମୁକ୍ତି ଦିଏ ବିନା ବିଜୁଳିରେ ଚାଲୁଥିବା ହିଟର

କଶ୍ମୀରରେ ଶୀତଦିନେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟ ଆଣାଇଥାଆନ୍ତି। ଏଠାରେ ବହୁଳ ମାତ୍ରାରେ ପ୍ରଚଳିତ ହୋଇଥାଏ ହାତ ତିଆରି ମାଟିର ହିଟର।...

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ...

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଚା’ ଚର୍ଚ୍ଚା: କପ୍‌ ଧରିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏପରିସ୍ଥଳେ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା...

ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍‌ଙ୍କ ଘରେ ଚଢ଼ାଉ

ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍‌) ଅଭୟ କୁମାର ସିଂହଙ୍କ...

Advertisement
Archives

Model This Week