ଅଖଣ୍ଡ ଶିକାର ରୋକିବାକୁ ପ୍ରଶାସନ ତତ୍ପର

ବାରିପଦା ଅଫିସ,୯।୪ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ସହିତ ଅଖଣ୍ଡ ଶିକାର ରୋକିବା ଉଦ୍ଦେଶ୍ୟରେ ଜିଲା ସଦର ମହକୁମା ବାରିପଦାଠାରେ ଏକ ଜିଲାସ୍ତରୀୟ ମିଳିତ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ବିନୀତ ଭରଦ୍ୱାଜ ଅଧ୍ୟକ୍ଷତା କରିଥିଲେ। ମୟୂରଭଞ୍ଜ ଜିଲାର ଆଦିବାସୀ ଓ ବନବାସୀମାନେ ପରମ୍ପରା ଅନୁଯାୟୀ ଜାନୁଆରୀ ମାସ ମକର ସଂକ୍ରାନ୍ତି ଓ ଏପ୍ରିଲ ମାସ ପଣା ବା ବିଷୁବ ସଂକ୍ରାନ୍ତି ପାଳନ ସମୟରେ ସପ୍ତାହବ୍ୟାପୀ ଅଖଣ୍ଡ ଶିକାର କରିଥାନ୍ତି। ଗୋଷ୍ଠୀଗତ ଭାବରେ ଗଁା ଦେବତା ବା ଜାହିରାରେ ପୂଜା କରି ଜଙ୍ଗଲ ଭିତରକୁ ପ୍ରବେଶ କରି ନୀରିହ ବନ୍ୟଜନ୍ତୁଙ୍କୁ ଶିକାର ସହ ପର୍ବପର୍ବାଣୀରେ ଭୋଜି କରି ଖାଇଥାନ୍ତି। ଶିକାର ନ କରିବା ଲାଗି ସେମାନଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏପ୍ରିଲ୍‌ ମାସରେ ଅଖଣ୍ଡ ଶିକାର ଉଦ୍ଦେଶ୍ୟରେ ଅନେକ ଜଙ୍ଗଲରେ ସେମାନେ ନିଅଁା ଲଗାଉଥିବାରୁ ଶିମଳିପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ଜଙ୍ଗଲ ମଧ୍ୟରେ ସାମୁହିକ ଶିକାର ଯୋଗୁ ବନ୍ୟଜନ୍ତୁ ବାଟବଣା ହୋଇ ଗ୍ରାମାଭିମୁଖୀ ହୋଇଥାନ୍ତି। ତେବେ ମିଳିମିଶି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶିମିଳିପାଳ ସୁରକ୍ଷା ଓ ଅଖଣ୍ଡ ଶିକାର ରୋକିବା ପାଇଁ ବନ ବିଭାଗକୁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ସହମତି ପ୍ରକାଶ କରିଥିଲେ। ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ଉପସ୍ଥିତ ରହି ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ସଂଲଗ୍ନ ସମସ୍ତ ଥାନା ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡ଼ିଏ ପି.ଅନ୍ବେଷା ରେଡ୍ଡି, ଅତିରିକ୍ତ ଜିଲାପାଳ ପ୍ରକାଶ ଚନ୍ଦ୍ର ବେହେରା, ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା(ଦକ୍ଷିଣ) ଓ ସାଇକିରଣ(ଉତ୍ତର), ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ଜିଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ, ଜିଲା ଜନସ୍ବାସ୍ଥ୍ୟ ତଥା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୂପଭାନୁ ମିଶ୍ରଙ୍କ ସମେତ ସମସ୍ତ ଲାଇନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri