ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଜମି ମାଲିକ ଦର୍ଶାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରି ଜମିକୁ ବିକ୍ରି କରିଦେଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏନେଇ ଗତମାସ ୨୫ ତାରିଖରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। ଏପରିକି ଏହି ଘଟଣାକୁ ଲୋକେ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଅନଲାଇନ ଯୋଗେ ଅଭିଯୋଗ ଜଣାଇଛନ୍ତି। ହେଲେ ଏଯାବତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାକୁ ନେଇ ଲୋକେ ପ୍ରଶାସନକୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, ଜିଲା ପ୍ରଶାସନ କାହା ଚାପରେ ଚୁପ ରହିଛନ୍ତି ନା ଦୁର୍ନିତିଖୋରଙ୍କୁ ଘୋଡାଇବାରେ ଲାଗି ଘଟଣାକୁ ଚାପିଦେବାକୁ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ସବରେଜିଷ୍ଟରଙ୍କ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଘଟଣା ଏକପ୍ରକାର ସଂଦେହ ଘେରକୁ ଆସିଛି । ଏହାକୁ ନେଇ ସବରେଜିଷ୍ଟର କାଳୀପ୍ରସାଦ ଧଳଙ୍କ ସହ ଯୋଗାଯୋଗ କରାଯିବାରୁ ସେକହିଛନ୍ତି ଯେ ଏହିଘଟଣାକୁନଇ ଅତିରିକ୍ତଜିଲ୍ଲାପାଳଙ୍କୁ ଜଣାଇ ଏଥିପ୍ରତି କଣ ପଦକ୍ଷେପନିଆଯିବ ସେଥିନେଇ ସାଜେସନ ମାଗିଛି ମାତ୍ର କୌଣସି ଉତ୍ତର ଆସିନଥିବାରୁ କାର୍‌ୟଯାନୁଷ୍ଟାନ ନିଆଯାଇପାରିନଥିବାର କହିବା ସହ ଜମିକୁ କିଣିଥିବା ୍ଯଯକ୍ତି ଗତ ୧୦ଦିନତଳେ ପୁଣି ସେହିଜମିକୁ ବିକ୍ରିଲାଗି ଡକୁମେଣ୍ଟ ଦାଖଲ କରିଥିବାବେଳେ ତାହାକୁ ବାତିଲ କରିଦିଆଯାଇଥିବାର ନେଇ ୍ଯ୍ଯଯଯ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣିଗାଁ ମୌଜାରେ ବଡବରଗାଁର ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମା ଦୋରାଙ୍କ ନାମରେ ଥିବା (ଖାତା ନଂ ୩୯୦) ୨ଟି ପ୍ଲଟରେ ଥିବା ବିଲ ପ୍ଲଟନଂ ୩୦୬୨ ଓ ପ୍ଲଟନଂ ୩୦୬୩ ରହିଥିବାବେଳେ ସେ ଗତ ୨୦୧୦ ଡିସେମ୍ବର ମାସରୁ ମୃତ୍ୟୁବରଣ କରିସାରିଛନ୍ତି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା (ଆଧାର କାର୍ଡ ନଂ ୩୩୯୨୭୨୧୦୫୪୩୮) ନାମକ ବ୍ୟକ୍ତି ଦଣ୍ଡପାଟ ବାଉରି ଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରି ବଡଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭ୍ଯଯଯଲତା ମହାପାତ୍ରଙ୍କୁ ଜମି ବିକ୍ରି କରିଦେଇଛନ୍ତି। ଏହି ନକଲି ଜମିମାଲିକଙ୍କ ସମେତ ପୁରୁଷୋତ୍ତମପୁର ଗଡସାହିର କେଶାର୍ପୁ ଆମୋଜିଆମ୍ମା ଦୋରା ସ୍ବାମୀ କେଶାର୍ପୁ ରଘୁନାଥ ଦୋରା, କେଶାର୍ପୁ ନିଶାରାଣୀ ଦୋରା ସ୍ବାମୀ କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା, କେଶାର୍ପୁ ଶ୍ରୀରାମ ଦୋରା ପିତା କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା ପ୍ରମୁଖ ଏହି ଜମିରେ ବିକ୍ରେତା ଭାବରେ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ପିକ୍‌ଅପ୍‌ ଧକ୍କାରେ ଚାଲି ଯାଇଥିଲା ଚାହା ଦୋକାନୀଙ୍କ ଜୀବନ, କୋର୍ଟ ଚାଲାଣ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଦେଓଖାଳି ଛକ ରେ ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୬ ଟାରେ…

ମାର୍ଚ୍ଚ ୨ରୁ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା: ପ୍ରସ୍ତୁତି ସଭାରେ…       

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ‘ ବାଙ୍କେଶ୍ୱରୀ ଙ୍କ ଦୋଳ ଯାତ୍ରା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri