ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ଜମି ମାଲିକ ଦର୍ଶାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରି ଜମିକୁ ବିକ୍ରି କରିଦେଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏନେଇ ଗତମାସ ୨୫ ତାରିଖରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। ଏପରିକି ଏହି ଘଟଣାକୁ ଲୋକେ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଅନଲାଇନ ଯୋଗେ ଅଭିଯୋଗ ଜଣାଇଛନ୍ତି। ହେଲେ ଏଯାବତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାକୁ ନେଇ ଲୋକେ ପ୍ରଶାସନକୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, ଜିଲା ପ୍ରଶାସନ କାହା ଚାପରେ ଚୁପ ରହିଛନ୍ତି ନା ଦୁର୍ନିତିଖୋରଙ୍କୁ ଘୋଡାଇବାରେ ଲାଗି ଘଟଣାକୁ ଚାପିଦେବାକୁ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ସବରେଜିଷ୍ଟରଙ୍କ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଘଟଣା ଏକପ୍ରକାର ସଂଦେହ ଘେରକୁ ଆସିଛି । ଏହାକୁ ନେଇ ସବରେଜିଷ୍ଟର କାଳୀପ୍ରସାଦ ଧଳଙ୍କ ସହ ଯୋଗାଯୋଗ କରାଯିବାରୁ ସେକହିଛନ୍ତି ଯେ ଏହିଘଟଣାକୁନଇ ଅତିରିକ୍ତଜିଲ୍ଲାପାଳଙ୍କୁ ଜଣାଇ ଏଥିପ୍ରତି କଣ ପଦକ୍ଷେପନିଆଯିବ ସେଥିନେଇ ସାଜେସନ ମାଗିଛି ମାତ୍ର କୌଣସି ଉତ୍ତର ଆସିନଥିବାରୁ କାର୍‌ୟଯାନୁଷ୍ଟାନ ନିଆଯାଇପାରିନଥିବାର କହିବା ସହ ଜମିକୁ କିଣିଥିବା ୍ଯଯକ୍ତି ଗତ ୧୦ଦିନତଳେ ପୁଣି ସେହିଜମିକୁ ବିକ୍ରିଲାଗି ଡକୁମେଣ୍ଟ ଦାଖଲ କରିଥିବାବେଳେ ତାହାକୁ ବାତିଲ କରିଦିଆଯାଇଥିବାର ନେଇ ୍ଯ୍ଯଯଯ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ରାଣିଗାଁ ମୌଜାରେ ବଡବରଗାଁର ଦଣ୍ଡପାଟ ବାଉରିଦୋରା ପିତା ଦଣ୍ଡପାଟ କ୍ରିଷ୍ଣାମା ଦୋରାଙ୍କ ନାମରେ ଥିବା (ଖାତା ନଂ ୩୯୦) ୨ଟି ପ୍ଲଟରେ ଥିବା ବିଲ ପ୍ଲଟନଂ ୩୦୬୨ ଓ ପ୍ଲଟନଂ ୩୦୬୩ ରହିଥିବାବେଳେ ସେ ଗତ ୨୦୧୦ ଡିସେମ୍ବର ମାସରୁ ମୃତ୍ୟୁବରଣ କରିସାରିଛନ୍ତି। ମାତ୍ର ତାଙ୍କର ଏହି ଜମିକୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୋଳାସିଙ୍ଗି ଗ୍ରାମର ପି.ମହେନ୍ଦ୍ର ଦୋରା ପିତା ପି.ରାମଚନ୍ଦ୍ର ଦୋରା (ଆଧାର କାର୍ଡ ନଂ ୩୩୯୨୭୨୧୦୫୪୩୮) ନାମକ ବ୍ୟକ୍ତି ଦଣ୍ଡପାଟ ବାଉରି ଦୋରାଙ୍କ ନାମରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରି ବଡଖରିଡା ପଞ୍ଚାୟତ ବୀରଜଗନ୍ନାଥପୁର ଗ୍ରାମର ଭ୍ଯଯଯଲତା ମହାପାତ୍ରଙ୍କୁ ଜମି ବିକ୍ରି କରିଦେଇଛନ୍ତି। ଏହି ନକଲି ଜମିମାଲିକଙ୍କ ସମେତ ପୁରୁଷୋତ୍ତମପୁର ଗଡସାହିର କେଶାର୍ପୁ ଆମୋଜିଆମ୍ମା ଦୋରା ସ୍ବାମୀ କେଶାର୍ପୁ ରଘୁନାଥ ଦୋରା, କେଶାର୍ପୁ ନିଶାରାଣୀ ଦୋରା ସ୍ବାମୀ କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା, କେଶାର୍ପୁ ଶ୍ରୀରାମ ଦୋରା ପିତା କେଶାର୍ପୁ ଲକ୍ଷ୍ମୀନାରାୟଣ ଦୋରା ପ୍ରମୁଖ ଏହି ଜମିରେ ବିକ୍ରେତା ଭାବରେ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପହଞ୍ଚିଲା ଗ୍ୟାସ୍‌ ସିଲିଣ୍ଡର ଗାଡ଼ି: ସବୁ ଉପଭୋକ୍ତାଙ୍କୁ ମିଳିଲାନି

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉପସାଗରୀୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହର୍ମୁଜ୍‌ ପ୍ରଣାଳୀ ଜଳପଥ ଦେଇ ଭାରତକୁ ପ୍ରାକୃତିକ ତୈଳ ଓ ଜାଳେଣି ଗ୍ୟାସ୍‌ ଆମଦାନୀରେ…

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ…

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

ତାରସିଂ ରେଞ୍ଜରେ  ହାତୀ ମୃତ୍ୟୁ: ଜେଟିଏଫ ଟିମ ଉପସ୍ଥିତିରେ ଚାଲିଛି ବ୍ୟବଚ୍ଛେଦ

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ନାରାୟଣପ୍ରସାଦ ରାସ୍ତା କଡ ଜଙ୍ଗଲରେ ଏକ  ହାତୀ ମୃତ୍ୟୁ ବରଣ କରିଥିବା ଖବର…

ଅସହ୍ୟ କଲାଣି ଚୋରା ମଦ କାରବାର: ଦଣ୍ଡିମା, ସିମନବାଡିରେ ଅବାଧରେ ଚାଲିଛି ବ୍ୟବସାୟ 

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri